ETV Bharat / bharat

ବେୟରଙ୍କ ମୁହଁରେ ପ୍ରଧାନମନ୍ତ୍ରୀ; ‘ସଙ୍କଟ ସମୟରେ ଶାନ୍ତ ରୁହନ୍ତି ମୋଦି’ - ଶାନ୍ତ ମୋଦି

ପ୍ରତିକୂଳ ପରିସ୍ଥିତି ଓ ବିପଦପୂର୍ଣ୍ଣ ପାଗରେ ମୁଁ ଏବଂ ମୋ ଟିମ୍ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନେଇ ଚିନ୍ତାରେ ଥିଲୁ । କିନ୍ତୁ ମୋଦି ସେ ସମୟରେ ହସୁଥିଲେ । ସଂପୂର୍ଣ୍ଣ ଭାବେ ନିର୍ଭୟ ଏବଂ ଶାନ୍ତ ଥିଲେ । ବିଶ୍ବନେତା ଭାବରେ ମୋଦି ସଙ୍କଟ ସମୟରେ ଶାନ୍ତ ସ୍ବଭାବର ବୋଲି କହିଛନ୍ତି ‘ମ୍ୟାନ ଭର୍ସେସ୍ ୱାଇଲ୍ଡ’ ର ଉପସ୍ଥାପକ ବେୟର ଗ୍ରୀଲସ । ସମ୍ବାଦ ସରବରାହ ସଂସ୍ଥା ଏଏନ୍ଆଇକୁ ସାକ୍ଷାତକାର ଦେବା ଅବସରରେ ମୋଦିଙ୍କ ପ୍ରଶଂସା କରିଛନ୍ତି ବେୟର ।

ଫଟୋ ସୌଜନ୍ଯ: ଏଏନ୍ଆଇ
author img

By

Published : Aug 10, 2019, 7:36 PM IST

ନୂଆଦିଲ୍ଲୀ: ଡିସକଭରି ଚ୍ୟାନେଲର ଚର୍ଚ୍ଚିତ କାର୍ଯ୍ୟକ୍ରମ ‘ମ୍ୟାନ ଭର୍ସେସ୍ ୱାଇଲ୍ଡ’ ରେ 12 ତାରିଖରେ ଆସିବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସରେ ମୋଦିଙ୍କ ସହ ବେୟର ଗ୍ରୀଲସ 'ମ୍ୟାନ ଭର୍ସେସ ୱାଇଲ୍ଡ' କାର୍ଯ୍ୟକ୍ରମ ସୁଟ କରିଥିଲେ । ଏନେଇ ଏକ ଭିଡ଼ିଓ ଜାରି ହୋଇଥିଲା । ଦୁଃସାହାସିକ ଜଙ୍ଗଲ ଯାତ୍ରାରେ ଉଭୟେ ଆସୁଥିବା ନେଇ ଟ୍ବିଟ କରି ଭିଡ଼ିଓ ଜାରି କରିଥିଲେ ବେୟର ଗ୍ରୀଲସ । ଆଜି ଚ୍ୟାନେଲ ଅଉ ଏକ ଭିଡ଼ିଓ ଜାରି କରିଛି । ଯେଉଁଥିରେ ପ୍ରଧାନମନ୍ତ୍ରୀ ମୋଦି ଘଞ୍ଚ ଜଙ୍ଗଲରେ ଦୁଃସାହାସିକ ଯାତ୍ରା କରୁଥିବା ଦେଖିବାକୁ ମିଳଛି ।

ଭିଡିଓ ସୌଜନ୍ୟ: ଏଏନଆଇ

ଅନ୍ୟପଟେ କାର୍ଯ୍ୟକ୍ରମର ଉପସ୍ଥାପକ ବେୟର ଗ୍ରୀଲସ ସମ୍ବାଦ ସରବରାହ ସଂସ୍ଥା ଏଏନ୍ଆଇକୁ ପ୍ରତିକ୍ରିୟା ଦେଇ ମୋଦିଙ୍କ ସାହାସକୁ ପ୍ରଶଂସା କରିଛନ୍ତି । ବେୟର କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦି ବିପଦ ସମୟରେ ଏକଦମ୍ ଶାନ୍ତ ଏବଂ ନିର୍ଭୟ ରୁହନ୍ତି । ଜଣେ ବିଶ୍ବ ନେତା ହିସାବରେ ମୋଦିଙ୍କ ନିକଟରେ ସଙ୍କଟ ସମୟରେ ଶାନ୍ତ ରହିବାର ସ୍ବଭାବ ପରିଲିକ୍ଷିତ ରହିଥିବା କହିଛନ୍ତି ଗ୍ରୀଲ୍ସ ।

ପ୍ରତିକୂଳ, ବିପଦପୂର୍ଣ୍ଣ ପାଗ ଓ ପରିସ୍ଥିତିକୁ ସାମ୍ନା କରିବାକୁ ମୋଦି ସର୍ବଦା ପ୍ରସ୍ତୁତ । ମୋତେ ଅନୁଭବ ହୁଏ ନେତାମାନେ ପୋଡ଼ିୟମ ପଛରେ ଭିଡ଼ିଓ ସୁଟ କରିବାରେ ସ୍ମାର୍ଟ ଲାଗନ୍ତି । କିନ୍ତୁ ଜଙ୍ଗଲର ବିପଦପୂର୍ଣ୍ଣ ଯାତ୍ରା କରିବା ମୋ କଳ୍ପନା ବାହାରେ । ମୋଦିଙ୍କ ଏହି ଜଙ୍ଗଲ ଯାତ୍ରା ତାଙ୍କର ପ୍ରତିବଦ୍ଧତାକୁ ପ୍ରମାଣିତ କରିଛନ୍ତି । ପରିବେଶ ସୁରକ୍ଷା ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଗଭୀର ନିଷ୍ଠା ରହିଛି ଓ ଜଙ୍ଗଲ ଜନ୍ତୁଙ୍କ ସୁରକ୍ଷା ପାଇଁ ସେ ବଦ୍ଧପରିକର । ଜଳଯାତ୍ରା କରୁଥିବା ସମୟରେ ଭିଷଣ ବର୍ଷା ଲାଗି ରହିଥାଏ, ମୁଁ ଏବଂ ମୋର ଟିମ୍ ମୋଦିଙ୍କୁ ପାଇଁ ଚିନ୍ତିତ ଥିଲୁ କିନ୍ତୁ ସେ ସମୟରେ ମୋଦି ପୂରା ଶାନ୍ତ ଏବଂ ତାଙ୍କ ମୁହଁରେ ହସ ଦେଖିବାକୁ ପାଇଥିଲୁ ବୋଲି କହିଛନ୍ତି ବେୟର ଗ୍ରୀଲସ ।

ଆସନ୍ତା 12 ରେ ବେୟାର ଗ୍ରୀଲସଙ୍କ ମ୍ୟାନ ଭର୍ସେସ ୱାଇଲ୍ଡ ସିରିଏଲରେ ପ୍ରଧାନମନ୍ତ୍ରୀଙ୍କ ଏପିସୋଡ ପ୍ରସାରିତ ହେବ । ସୁଟିଂ ପରେ ମୋଦିଙ୍କ ସହ କାର୍ଯ୍ୟ କରି ଖୁବ ଖୁସି ହୋଇଛନ୍ତି ବେୟାର ଗ୍ରୀଲସ ।

ଏ ପର୍ଯ୍ୟନ୍ତ ଟିଭି ସିରିଏଲ ମଧ୍ୟରେ ଏହି ଶୋ ସର୍ବକାଳୀନ ରେକର୍ଡ ସଂଖ୍ୟକ ଲୋକ ଦେଖିବା ନେଇ ଆଶା କରାଯାଉଛି । ତେବେ ଯେବେଠୁ ଏହାର ପ୍ରମୋ ପ୍ରସାରିତ ହୋଇଛି ସେବେଠୁ ଏହାକୁ ଦେଖିବାନେଇ ଲୋକଙ୍କ ଉତ୍ସାହ ବଢିବାରେ ଲାଗିଛି । ଖାଲି ଏତିକି ନୁହେଁ ସୁଟିଂ ସମ୍ବନ୍ଧୀୟ କିଛି ତଥ୍ୟ ମଧ୍ୟ ଦିନକୁ ଦିନ ସାମ୍ନାକୁ ଆସୁଛି ।

ଏହି ଏପିସୋଡଟିକୁ ଉତ୍ତରାଖଣ୍ଡର କର୍ବେଟ ଜାତୀୟ ଉଦ୍ୟାନରେ ସୁଟିଂ ହୋଇଛି । ମୋଦି ଭେଜିଟେରିଆନ ହୋଇଥିବାରୁ ବିଭିନ୍ନ ପ୍ରକାରର କୋଳି, ଗଛ ମୂଳ, ଗଛ ଆଦି ଖାଉଥିବାର ଏପିସୋଡରେ ନଜର ଆସିବେ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.