ପାଟନା: କୋରୋନା ଭାଇରସକୁ ନେଇ ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା ଦାବି କଲେ ଅଲ ଇଣ୍ଡିଆ ବ୍ୟାଙ୍କ ଅଫ୍ ବରୋଦା ଏମ୍ଲଇ କୋଡିନେସନ କମିଟି । ବ୍ୟାଙ୍କ ଅଫ୍ ବରୋଦାର ଜଣେ କର୍ମଚାରୀ କୋରୋନା ପଜେଟିଭ ଟିହ୍ନଟ ହେବା ପରେ ବ୍ୟାଙ୍କର ପରିଚାଳନା କମିଟି ଦ୍ବାରା ବିଭିନ୍ନ ବ୍ରାଞ୍ଚରେ ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା ଦାବି କଲେ ଅଲ ଇଣ୍ଡିଆ ବ୍ୟାଙ୍କ ଅଫ୍ ବରୋଦା ଏମ୍ଲୋଇ କୋଡିନେସନ କମିଟି ।
ସୂଚନା ଅନୁଯାୟୀ, ବୁଧବାର ବିହାର ରାଜଧାନୀ ପାଟନା ବ୍ୟାଙ୍କ ଅଫ୍ ବରୋଦା ବ୍ରାଞ୍ଚରେ କରେନ୍ସି ଚେଷ୍ଟ ମ୍ୟାନେଜର ରୂପେ କାର୍ଯ୍ୟ କରୁଥିବା ଜଣେ କର୍ମଚାରୀଙ୍କ କୋରୋନା ରିପୋର୍ଟ ପଜେଟିଭ ଆସିଛି । ଏହି ଘଟଣା ପରେ ଅଲ ଇଣ୍ଡିଆ ବ୍ୟାଙ୍କ ଅଫ୍ ବରୋଦା ଏମ୍ଲଇ କୋଡିନେସନ କମିଟି ଦାବି କରିଛି ଯେ, ବ୍ୟାଙ୍କ ଅଫ୍ ବରୋଦା ବ୍ରାଞ୍ଚରେ କରେନ୍ସି ଚେଷ୍ଟ କର୍ମଚାରୀଙ୍କ ପାଇଁ ଗ୍ଲୋଭ, ସାନିଟାଇଜର ଏବଂ ପିପିଇ କିଟ୍ ଯୋଗାଇ ଦିଆଯାଉ ।
ପ୍ରକାଶ ଥାଉକି, ବର୍ତ୍ତମାନ ସୁଦ୍ଧା ବିହାରରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 346ରେ ପହଞ୍ଚିଛି। ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 57 ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ 2 ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।