ETV Bharat / bharat

ବାଲାକୋଟ ଏୟାର ଷ୍ଟ୍ରାଇକ ଗୁମର, ମୁହଁ ଖୋଲିଲେ ପାଇଲଟ

ମାତ୍ର 90 ସେକେଣ୍ଡ ମଧ୍ୟରେ ସଫଳ ହୋଇଥିଲା ବାଲକୋଟ ଏୟାର ଷ୍ଟ୍ରାଇକ । ପାକିସ୍ତାନର ବାଲକୋଟ ସ୍ଥିତ  ଜୈଶ-ଏ-ମହମ୍ମଦର ଆତଙ୍କବାଦୀ ଶିବିରକୁ ଧ୍ବଂଶ କରିବାକୁ ମାତ୍ର 90 ସେକେଣ୍ଡ ନେଇଥିଲେ ଭାରତୀୟ ବାୟୁସେନା ।

author img

By

Published : Jun 25, 2019, 7:44 PM IST

ଫାଇଲ ଫଟୋ

ନୂଆଦିଲ୍ଲୀ: ମାତ୍ର 90 ସେକେଣ୍ଡ ମଧ୍ୟରେ ସଫଳ ହୋଇଥିଲା ବାଲକୋଟ ଏୟାର ଷ୍ଟ୍ରାଇକ । ପାକିସ୍ତାନର ବାଲକୋଟ ସ୍ଥିତ ଜୈଶ-ଏ-ମହମ୍ମଦର ଆତଙ୍କବାଦୀ ଶିବିରକୁ ଧ୍ବଂସ କରିବାକୁ ମାତ୍ର 90 ସେକେଣ୍ଡ ନେଇଥିଲେ ଭାରତୀୟ ବାୟୁସେନା । ତେବେ ଏହି ଅପରେସନକୁ ଏତେ ମାତ୍ରାରେ ଗୋପନ ରଖାଯାଇଥିଲା ଯେ, ଏହି ଅପରେସନରେ ସାମିଲ ଥିବା ଯବାନଙ୍କ ପରିବାର ମଧ୍ୟ ଏକଥା ଜାଣିନଥିଲେ । ଫେବୃଆରୀ 26ରେ ହୋଇଥିବା ଏହି ଅପରେସନରେ ସାମିଲ ଥିବା 2 ଜଣ ପାଇଲଟ ଏନେଇ ତଥ୍ୟ ପ୍ରକାଶ କରିଛନ୍ତି ।

ତେବେ କିଛି ତଥ୍ୟ ସାର୍ବଜନୀନ କରିବା ପୂର୍ବରୁ ସେମାନେ ନିଜ ନାମକୁ ଗୋପନ ରଖିଛନ୍ତି । ଭାରତୀୟ ବାୟୁସେନାର ଏହି ଅପରେସନରେ ପ୍ରଥମ ଥର ପାଇଁ ବ୍ୟବହୃତ ହୋଇଥିବା ମିରାଜ-2000 ଯୁଦ୍ଧ ବିମାନର ଜଣେ ପାଇଲଟ କହିଛନ୍ତି, 'ମାତ୍ର 90 ସେକେଣ୍ଡ ମଧ୍ୟରେ ଏୟାର ଷ୍ଟ୍ରାଇକ ପୁରା ହୋଇଥିଲା । ଆମେ ବୋମାମାଡ କରିଥିଲୁ ଏବଂ ସେଠାରୁ ଫେରି ଆସିଥିଲୁ ।'

ସେପଟେ ବାୟୁସେନାର ଅନ୍ୟଜଣେ ପାଇଲଟ କହିଛନ୍ତି, 'ଏହି ଅପରେସନ ସମ୍ପର୍କରେ କେହି ଜାଣିନଥିଲେ । ଏପରିକି ମୋ ପରିବାରର ସଦସ୍ୟଙ୍କୁ ମଧ୍ୟ ଏକଥା ଜଣା ନଥିଲା । ଘଟଣାର ପରଦିନ ଖବର ପ୍ରକାଶ ପାଇବା ପରେ ମୋ ସ୍ତ୍ରୀ ମୋତେ ଅପରେସନ ସମ୍ପର୍କରେ ପଚାରିଥିଲା । ମୁଁ ଏହି ଅପରେସନରେ ସାମିଲ ଥିଲି କି ନାହିଁ ଜାଣିବାକୁ ଚେଷ୍ଟା କରିଥିଲା। କିନ୍ତୁ ମୁଁ ଉତ୍ତର ନଦେଇ ଶୋଇ ପଡ଼ିଥିଲି। '

ସୂଚନା ଯୋଗ୍ୟ ଯେ, ଜମ୍ମୁ-କାଶ୍ମୀର ପୁଲୱାମାରେ 14 ଫେବୃଆରୀରେ ଆତ୍ମଘାତୀ ଆକ୍ରମଣରେ ସିଆରପିଏଫ ଯବାନ 40 ଜଣ ଯବାନ ଶହୀଦ ହୋଇଥିଲେ । ଯାହା ପୁରା ଦେଶକୁ ସ୍ବବ୍ଧ କରିଦେଇଥିଲା । ସେପଟେ ଏହି ଘଟଣା ପାଇଁ ପାକିସ୍ତାନର ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ ନିଜକୁ ଦାୟୀ କରିଥିଲା । ଏହା ପରେ 48 ବର୍ଷରେ ପ୍ରଥମ ଥର ପାଇଁ ଭାରତୀୟ ବାୟୁସେନା ପାକିସ୍ତାନର ବାୟୁସୀମାରେ ପ୍ରବେଶ କରି ଏୟାର ଷ୍ଟ୍ରାଇକ କରିଥିଲା ।

Intro:Body:

sdf

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.