ETV Bharat / bharat

ଆସାମ ତୈଳ କୂପ ଘଟଣା, ପ୍ରଭାବିତ ପରିବାରକୁ ମିଳିଲା 20 ଲକ୍ଷ ଟଙ୍କା

ଆସାମ ତିନସୁକିଆ ବାଘଜାନ ଅଲଏ ଇଣ୍ଡିଆ ଲିମିଟେଡର କୂପରେ ଅଗ୍ନିକାଣ୍ଡ ଘଟଣା । ଗ୍ୟାସ ଲିକ ଓ ଅଗ୍ନିକାଣ୍ଡ ଯୋଗୁଁ ପ୍ରଭାବିତ 11 ପରିବାରକୁ କ୍ଷତିପୂରଣ ଦେଲା କମ୍ପାନୀ । ଅଧିକ ପଢନ୍ତୁ...

ଆସାମ ତୈଳ କୂପ ଘଟଣା
ଆସାମ ତୈଳ କୂପ ଘଟଣା
author img

By

Published : Jul 19, 2020, 9:12 AM IST

ଗୌହାଟୀ: ଆସାମ ତିନସୁକିଆ ତୈଳ କୂପରେ ବିସ୍ଫୋରଣ ଘଟଣା । ତିନସୁକିଆ ଜିଲ୍ଲାର ବାଘଜାନ ଅଞ୍ଚଳରେ ଘଟିଥିବା ଏହି ଘଟଣାରେ ପ୍ରଭାବିତ 11 ପରିବାରକୁ କ୍ଷତିପୂରଣ ଦେଲା ଅଲଏ ଇଣ୍ଡିଆ ଲିମିଟେଡ । ପ୍ରତ୍ୟେକ ପରିବାରକୁ 20 ଲକ୍ଷ ଟଙ୍କା କ୍ଷତିପୂରଣ ରାଶି ପ୍ରଦାନ କରାଯାଇଛି ।

ଆସାମର ତିନସୁକିଆ ଜିଲ୍ଲାର ବାଘଜାନରେ ଥିବା ଅଏଲ ଇଣ୍ଡିଆ ଲିମିଟେଡର ଗ୍ୟାସ କୂଅରେ ଅଗ୍ନିକାଣ୍ଡ ଯୋଗୁଁ ପାଖଆଖ ଅଞ୍ଚଳର ଅନେକ ପରିବାର ପ୍ରଭାବିତ ହୋଇଥିଲେ । ଗତ ମାସରେ ଏହି ଘଟଣା ଘଟିବା ପରେ ନିଆଁ ଲିଭାଇବାକୁ ସମସ୍ତ ପ୍ରକାରର ଉଦ୍ୟମ କରାଯାଇଥିଲା। ତେବେ ଦୀର୍ଘ ପ୍ରୟାସ ପରେ, ଏକ ସପ୍ତାହ ପରେ କମ୍ପାନୀ ପ୍ରଭାବିତ ପ୍ରତ୍ୟେକ 11 ପରିବାରକୁ 20 ଲକ୍ଷ ଟଙ୍କା ପ୍ରଦାନ କରିଛି କମ୍ପାନୀ ।

ଜିଲ୍ଲା ଡେପୁଟି କମିଶନର, ତିନସୁକିଆ, ଭାସ୍କର ପେଗୁ ଆସାମ କ୍ୟାବିନେଟ ମନ୍ତ୍ରୀ ସଞ୍ଜୟ କିଶନ, ପୋଲିସ ଅଧୀକ୍ଷକ ତଥା ଅଏଲ ଇଣ୍ଡିଆ ଲିମିଟେଡର ଅଧିକାରୀଙ୍କ ଉପସ୍ଥିତିରେ ଏହି ଚେକ ପରିବାର ସଦସ୍ୟଙ୍କୁ ପ୍ରଦାନ କରାଯାଇଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.