ETV Bharat / bharat

ଲକ୍ଷଣ ନଥିଲେ 17 ଦିନ ପରେ କାମକୁ ଫେରି ହେବ - ଆଇସିଏମଆର ଲାଟେଷ୍ଟ ନ୍ୟୁଜ୍‌

ଏଣିକି କାର୍ଯ୍ୟରତ କୋରୋନା ସଂକ୍ରମିତମାନେ 17 ଦିନ ଆଇସୋଲେସନରେ ରହିବା ପରେ ବିନା ପରୀକ୍ଷଣରେ କାର୍ଯ୍ୟକ୍ଷେତ୍ରକୁ ଫେରିପାରିବା ନେଇ ଆଇସିଏଣଆର ଘୋଷଣା କରିଛି । ଅଧିକ ପଢନ୍ତୁ...

corona affected, announcement for woking covid-19 patients, icmr latest news, icmr, କୋରୋନା ସଂକ୍ରମିତ, କାର୍ଯ୍ୟରତ ସଂକ୍ରମିତଙ୍କ ପାଇଁ ନୂଆ ନିୟମ, ଆଇସିଏମଆର ଲାଟେଷ୍ଟ ନ୍ୟୁଜ୍‌, ଆଇସିଏମଆର
ଲକ୍ଷଣ ନଥିଲେ...17 ଦିନ ପରେ କାମକୁ ଫେରି ହେବ
author img

By

Published : Jul 22, 2020, 1:33 AM IST

  • ପୁନଃ ପରୀକ୍ଷାର ଆବଶ୍ୟକତା ନାହିଁ
  • ସ୍ପଷ୍ଟ ନିର୍ଦ୍ଦେଶାବଳୀ ଜାରି କରିଛି ଆଇସିଏମ୍ଆର

ଇନାଡୁ (ହାଇଦ୍ରାବାଦ): ଏକ ଲୁଗା ଦୋକାନରେ କାମ କରୁଥିବା ଜଣେ 40 ବର୍ଷ ବୟସ୍କ ବ୍ୟକ୍ତି କରୋନା ପଜିଟିଭ ଜଣାପଡିଥିଲା। କିନ୍ତୁ ତାଙ୍କ ନିକଟରେ କୋଭିଡ ସଂକ୍ରମଣର କୌଣସି ଲକ୍ଷଣ ନଥିଲା। ଏପରିକି କାହା ଦ୍ବାରା ସେ ସଂକ୍ରମିତ ହୋଇଥିଲେ କି ନାହିଁ ତାହା ବି ଜଣାନଥିଲା। ନିକଟରେ ଏକ ହସ୍ପିଟାଲରେ ଅନ୍ୟମାନଙ୍କ ସହ ହୋଇଥିବା ପରୀକ୍ଷା ବେଳେ ସେ ପଜିଟିଭ ଜଣାପଡିଥିଲା। ଏହାପରେ ସେ ଘରେ ସଙ୍ଗରୋଧରେ ରହିବା ସହିତ ସ୍ବାସ୍ଥ୍ୟ କର୍ମଚାରୀ ଦେଇଥିବା ଔଷଧ ଖାଉଥିଲେ। ଯଦିଓ ଆରମ୍ଭରୁ ତାଙ୍କୁ ସାମାନ୍ୟ ଜର ଏବଂ କାଶ ହୋଇଥିଲା, ତାହା କିନ୍ତୁ 17 ଦିନ ସଙ୍ଗରୋଧ ସରିବା ବେଳକୁ ପୂରା ଭଲ ହୋଇଯାଇଥିଲା। ତେବେ ଏହାର ଚାରି ସପ୍ତାହ ପରେ ମଧ୍ୟ ଦୋକାନ ମାଲିକ ତାଙ୍କୁ କାମ କରିବାକୁ ଅନୁମତି ଦେଇନଥିଲେ। ଯେହେତୁ ସେ ଗୋଟିଏ ମାସ ପାଇଁ କାମରେ ଯୋଗ ଦେଇନଥିଲେ, ତାଙ୍କୁ ତାଙ୍କର ଦରମା ମିଳିନଥିଲା। ଫଳରେ ତାଙ୍କ ପାଇଁ ପରିବାର ଚଳାଇବା କଷ୍ଟକର ହୋଇ ପଡିଥିବା ସେ କହିଥିଲେ।

ଆଉ ଜଣେ 32 ବର୍ଷୀୟ ଘରୋଇ ସହାୟିକା ବି କୋଭିଡ ପଜିଟିଭ ଚିହ୍ନଟ ହୋଇଥିଲେ। ଏକ ଆପାର୍ଟମେଣ୍ଟରେ ରହୁଥିବା ସମସ୍ତଙ୍କର କୋଭିଡ ଟେଷ୍ଟ କରାଯିବା ବେଳେ ସେ ପଜିଟିଭ ଜଣାପଡିଥିଲା। କିନ୍ତୁ ତାଙ୍କର ବି କୌଣସି ଲକ୍ଷଣ ନଥିଲା। ତଥାପି ସେ ଗ୍ରେଟର ହାଇଦ୍ରାବାଦ ମ୍ୟୁନିସିପାଲ କର୍ପୋରେସନ ଜିଏଚଏମସି କର୍ମଚାରୀ ଦେଇଥିବା ମେଡିସିନ ଖାଇଥିଲେ। କିଛି ଲକ୍ଷଣ ନଥାଇ ଘରେ 10 ଦିନ କାଟିଥିଲା। ତାଙ୍କୁ କିନ୍ତୁ ଅଧିକ ଦୁଇ ସପ୍ତାହ ପାଇଁ କାମ କରିବାକୁ ଆପାର୍ଟମେଣ୍ଟ ଭିତରକୁ ଛଡାଯାଇନଥିଲା। ତାଙ୍କ ସ୍ବାମୀ ଜଣେ ଅଟୋ ଚାଳକ ଏବଂ ସେମାନଙ୍କର ଦୁଇଟି ସନ୍ତାନ ଥିଲେ। ବର୍ତ୍ତମାନର ସ୍ଥିତି ଦୃଷ୍ଟିରୁ ତାଙ୍କ ପାଖରେ ଆଉ କୌଣସି କାମଧନ୍ଦା ନଥିଲା। ଏପରି ଅବସ୍ଥାର ସ୍ତ୍ରୀ କାମକୁ ନଯିବାରୁ ଆର୍ଥିକ ସଂକଟ ବଢିଲା ଏବଂ ପରିବାର ଅଣନିଶ୍ବାସୀ ହୋଇପଡିଥିଲେ।

କର୍ମଚାରୀ, ବ୍ୟବସାୟୀ, ଶ୍ରମିକ---ସବୁ ବର୍ଗର ଲୋକଙ୍କୁ ଦୁଃଖ ଦେଇଛି କରୋନା। ଯଦି ଜଣେ ପଜିଟିଭ ହେଲା, ତାକୁ ସପ୍ତାହ ପରେ ସପ୍ତାହ କାମରୁ ଦୂରେଇ ରହିବାକୁ ପଡିଲା । ଏପରିକି ବିନା ଲକ୍ଷଣରେ ଅନେକ ଲୋକଙ୍କୁ ମାସ ମାସ ଧରି ଘରେ ରହିବାକୁ ପଡିଲା। ଯାହା କି ସ୍ବାଭାବିକ ଜୀବନ ଯାତ୍ରା ଉପରେ ସାଂଘାତିକ ପ୍ରଭାବ ପକାଇଲା । ମାସ ମାସ ଧରି କାମଧନ୍ଦା ଅଭାବରୁ ଖଟିଖିଆ ଶ୍ରମିକ ଓ ଦିନ ମଜୁରିଆଙ୍କ ଜୀନବ ବିପନ୍ନ ହୋଇପଡିଲା। ସମସ୍ତଙ୍କର ଧାରଣା ହେଲେ ଯଦି ସେମାନେ ନେଗେଟିଭ ଟେଷ୍ଟ ରିପୋର୍ଟ ନଦେଖାଇବେ ତେବେ ସେମାନଙ୍କୁ କେହି କାମ ଦେବେ ନାହିଁ। ଫଳରେ କହିବାକୁ ଗଲେ ସେମାନେ ଏବେ ସଂକଟରେ ପଡିଯାଇଛନ୍ତି। ଜଣେ ବିଶିଷ୍ଟ ଚିକିତ୍ସକ ଡାକ୍ତର ଏମ.ଭି.ରାଓ କୋଭିଡ ସମ୍ପର୍କରେ ସୃଷ୍ଟି ସନ୍ଦେହ ଦୂର କରିବାକୁ ଯାଇ କହିଛନ୍ତି ଯେ, ଇଣ୍ଡିଆନ କାଉନସିଲ ଫର ମେଡିକାଲ ରିସର୍ଚ୍ଚ ଆଇସିଏମଆର ନିର୍ଦ୍ଦେଶାବଳି ଅନୁଯାୟୀ ବିନା ଲକ୍ଷଣରେ ସଂକ୍ରମିତ ରୋଗୀ 17 ଦିନ ପରେ କାମକୁ ଫେରି ପାରିବେ। ନିର୍ଦ୍ଦିଷ୍ଟ ସମୟସୀମା ପରେ ପୁନଃ କୋଭିଡ ପରୀକ୍ଷାର ମଧ୍ୟ କୌଣସି ଆବଶ୍ୟକତା ନାହିଁ ବୋଲି ଏଥିରେ ସ୍ପଷ୍ଟ ଭାବେ କୁହାଯାଇଛି।

କେବଳ 10+7 ଦିନ ପାଇଁ ସଂଗରୋଧ

- 85 ପ୍ରତିଶତ ପଜିଟିଭ ରୋଗୀଙ୍କ କ୍ଷେତ୍ରରେ ସାଧାରଣତଃ କୌଣସି ଲକ୍ଷଣ ଦେଖାଉନାହିଁ। ଏପରିକି ସେମାନଙ୍କ ଅଜାଣତରେ ଭୂତାଣୁ ସଂକ୍ରମିତ ହୋଇ କିଛିଦିନ ପରେ ଦୁର୍ବଳ ହୋଇଯାଇଥଏ।

- ଏଭଳି ପଜିଟିଭ ରୋଗୀଙ୍କ କ୍ଷେତ୍ରରେ ଘରେ ସଂଗରୋଧରେ ରହିବା ଭଲ।

- ଯଦି ଘରେ ସୁବିଧା ନାହିଁ କିମ୍ବା ସ୍ବତନ୍ତ୍ର ଶୌଚାଳୟ ନାହିଁ, ତେବେ ସେମାନେ ସରକାରୀ ସଂଗରୋଧ କେନ୍ଦ୍ରରେ ରହିପାରନ୍ତି।

- ଏଭଳି ଆକ୍ରାନ୍ତ ବ୍ୟକ୍ତିବିଶେଷ 10 ଦିନ ପାଇଁ ସଂଗରୋଧରେ ରହିବା ଉଚିତ୍। ଏହାପରେ ସେମାନେ ଜ୍ବର, କାଶ, ଥଣ୍ଡା ଏବଂ ଦୁର୍ବଳ ଅନୁଭବ କଲେ ଆଉ 7 ଦିନ ନିଜଆଡୁ ସଂଗରୋଧରେ ରହିପାରିବେ।

-ଏହି 17 ଦିନ ପରେ ଯଦି କୌଣସି ଲକ୍ଷଣ ଦେଖା ନଯାଏ ତେବେ ସେମାନେ କରୋନାମୁକ୍ତ ବୋଲି ଧରିନେବା ଉଚିତ୍ ।

-ଏହା ଅର୍ଥ 17 ଦିନ ପରେ ଜଣେ ନିଜର କାମରେ ପୂର୍ବଭଳି ଯୋଗ ଦେଇପାରିବ।

ଅଳ୍ପ ଲକ୍ଷଣ ଦେଖାଗଲେ....

- ଅଳ୍ପ ଲକ୍ଷଣ ଦେଖାଗଲେ ମଧ୍ୟ ଘରେ ସଂଗରୋଧରେ ରହିବା ଉଚିତ। ସେମାନଙ୍କୁ ଜଣେ ଚିକିତ୍ସକଙ୍କ ଦ୍ବାରା ଚିକିତ୍ସା କରାଇନେବା ଉଚିତ୍।

-ଯେଉଁମାନେ ପଜିଟିଭ ଚିହ୍ନଟ ହେବେ ସେମାନେ ପ୍ରଥମ 10 ଦିନ ପାଇଁ ପର୍ଯ୍ୟବେକ୍ଷଣରେ ରହିବା ଜରୁରୀ। ଯଦି ଶେଷ ତିନି ଦିନ ପାଇଁ ଜ୍ବର ନହୁଏ, ତଥାପି ସେମାନଙ୍କୁ ଏହା ପରବର୍ତ୍ତୀ 7 ଦିନ ପାଇଁ ପର୍ଯ୍ୟବେକ୍ଷଣରେ ରହିବାକୁ ପଡ଼ିବ।

- ମୋଟ ଉପରେ 10 ଦିନ ଭିତରେ ଯଦି କୌଣସି ଲକ୍ଷଣ ଦେଖିବାକୁ ନମିଳେ, ତେବେ ପଜିଟିଭ ସଂକ୍ରମିତ ବ୍ୟକ୍ତି 17 ଦିନପରେ କାମରେ ଯୋଗ ଦେଇପାରିବେ।

- ଯଦି ଏହି ସମୟରେ ପୁଣି ଥରେ ଲକ୍ଷଣ ଦେଖିବାକୁ ମିଳେ, ତେବେ ସଂଗରୋଧକୁ ପୂର୍ବଭଳି ଜାରି ରଖିବାକୁ ପଡ଼ିବ। କାମରେ ଯୋଗ ଦେବା ପାଇଁ ସମାନ ନିୟମ ପ୍ରଯୁଜ୍ୟ।

- ଯେଉଁମାନେ ହସ୍ପିଟାଲରେ ଚିକିତ୍ସିତ ହେଉଥିବେ ସେମାନେ ହସ୍ପିଟାଲରୁ ଫେରିବା ପରେ ଘରେ 7 ଦିନ ରହି ନିଜ ସ୍ଥିତି ଉପରେ ନଜର ରଖିବାକୁ ପଡିବ। ଯଦି ଲକ୍ଷଣ ପୁଣି ଥରେ ଦେଖାନଦିଏ, ତେବେ ସେମାନେ ନିୟମିତ କାମକୁ ଫେରି ପାରିବେ। ଯଦି ଲକ୍ଷଣ ଲାଗି ରହେ ତେବେ କାମରେ ଯୋଗଦେବା ପାଇଁ ଡାକ୍ତରଙ୍କ ପରାମର୍ଶ, ଚିକିତ୍ସା ଏବଂ ଡାକ୍ତରଙ୍କ ଅନୁମତି ଜରୁରୀ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.