ETV Bharat / bharat

ଅଗଷ୍ଟ 31ରେ ପ୍ରକାଶ ପାଇବ ବାବରୀ ମସଜିଦ୍ ମାମଲାର ରାୟ - Ayodhya

ସୁପ୍ରିମକୋର୍ଟ ଶୁକ୍ରବାର ପୂର୍ବତନ ବିଜେପି ନେତା ଏଲକେ ଆଡଭାନୀ, ଏମଏମ ଯୋଶୀ ଓ ଉମା ଭାରତୀଙ୍କ ସହ ଜଡିତ 1992 ବାବ୍ରି ମସଜିଦ ଭାଙ୍ଗିବା ମାମଲାର ଶୁଣାଣି ଶେଷ କରିବାର ସମୟକୁ ତିନିମାସ ବଢେଇ ଦେଇଛନ୍ତି ।

Breaking News
author img

By

Published : May 9, 2020, 12:46 PM IST

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଶୁକ୍ରବାର ପୂର୍ବତନ ବିଜେପି ନେତା ଏଲକେ ଆଡଭାନୀ, ଏମଏମ ଯୋଶୀ ଓ ଉମା ଭାରତୀଙ୍କ ସହ ଜଡିତ 1992 ବାବ୍ରି ମସଜିଦ ଭାଙ୍ଗିବା ମାମଲାର ଶୁଣାଣି ଶେଷ କରିବାର ସମୟକୁ ତିନିମାସ ବଢେଇ ଦେଇଛନ୍ତି । ଏହି ଶୁଣାଣି ଅଗଷ୍ଟ 31 ସୁଦ୍ଧା ପ୍ରଦାନ କରାଯିବ ବୋଲି କହିଛନ୍ତି।

ବିଚାରପତି ଆରଏଫ୍ ନରିମାନ ଓ ସୂର୍ଯ୍ୟ କାନ୍ତଙ୍କ ଖଣ୍ଡପୀଠ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ମାମଲାର ଶୁଣାଣି କରିଥିଲେ । ଏହା ଏକ ରାଜନୈତିକ ସମ୍ବେଦନଶୀଳ ମାମଲା ହୋଇଥିବାରୁ ଏହାର ଶୁଣାଣି ସମୟକୁ ବଢାଇବାକୁ ଚାହୁଁଥିବା ସ୍ବତନ୍ତ୍ର ବିଚାରପତିଙ୍କଠାରୁ ଏକ ଚିଠି ପାଇବା ପରେ ଏହି ନିର୍ଦ୍ଦେଶ ଦିଆଯାଇଛି ।

ଶୁଣାଣିରେ କୁହାଯାଇଛି, 6 ମେ 2020ରେ ଏକ ଚିଠି ଆଧାରରେ ଏହି ଶୁଣାଣିକୁ 31 ଅଗଷ୍ଟ ଯାଏଁ ବୃଦ୍ଧି କରାଯାଉଛି । ଅଗଷ୍ଟ ସୁଦ୍ଧା ସମସ୍ତ ପ୍ରମାଣ ଦେବାକୁ କୋର୍ଟ କହିଛି । ଗତ ବର୍ଷ ଜୁଲାଇ 19 ରେ ସର୍ବୋଚ୍ଚ ନ୍ୟାୟାଳୟ ସ୍ବତନ୍ତ୍ର ବିଚାରପତିଙ୍କୁ 9 ମାସ ମଧ୍ୟରେ ଏହି ରାୟ ପ୍ରଦାନ କରିବାକୁ କହିଥିଲେ ଯାହାର ଅବଧି ଏପ୍ରିଲରେ ଶେଷ ହୋଇଛି।

ଆଡଭାନୀ, ଯୋଶୀ ଓ ଉମା ଭାରତୀଙ୍କ ଷଡଯନ୍ତ୍ର ରଚାଯାଇଥିବା ଅଭିଯୁକ୍ତଙ୍କ ମଧ୍ୟରେ ରାଜସ୍ଥାନର ପୂର୍ବତନ ରାଜ୍ୟପାଳ କଲ୍ୟାଣ ସିଂ, ବିଜେପି ସାଂସଦ ବିନୟ କାଟିଆର ଏବଂ ସାଧବୀ ରୀତାମ୍ବର ମଧ୍ୟ ଅଛନ୍ତି ତେଣୁ 19 ଏପ୍ରିଲ 2017ରେ ସୁପ୍ରିମକୋର୍ଟରେ ସେମାନଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ କରାଯାଇଛି ।

ଅନ୍ୟ ତିନି ଜଣ ଅଭିଯୁକ୍ତ ଗିରିରାଜ କିଶୋର, ବିଶ୍ବ ହିନ୍ଦୁ ପରିଷଦ ନେତା ଅଶୋକ ସିଙ୍ଗଲ ଓ ବିଷ୍ଣୁ ହରି ଡାଲମିଆଙ୍କ ମୃତ୍ୟୁ ହୋଇଥିବାରୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ବନ୍ଦ କରାଯାଇଥିଲା। କଲ୍ୟାଣ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଥିବା ସମୟରେ ବାବରୀ ମସଜିଦର ବିବାଦୀୟ ଢାଞ୍ଚା ଭଙ୍ଗା ଯାଇଥିଲା, ରାଜ୍ୟପାଳ ଭାବରେ ତାଙ୍କର କାର୍ଯ୍ୟକାଳ ଶେଷ ହେବା ପରେ ଗତ ବର୍ଷ ସେପ୍ଟେମ୍ବରରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା।

ଗତ ଜୁଲାଇରେ ଶୀର୍ଷ ଅଦାଲତ କହିଥିଲେ ଯେ ଏହି ରାଜନୈତିକ ସମ୍ବେଦନଶୀଳ ମାମଲାରେ ପ୍ରମାଣର ରେକର୍ଡିଂ 6 ମାସ ମଧ୍ୟରେ ଶେଷ ହେବା ଉଚିତ ଓ 9 ମାସ ମଧ୍ୟରେ ଏହି ମାମଲାର ବିଚାର ପ୍ରସ୍ତୁତ ହେବା ଉଚିତ।

ବିବାଦୀୟ ଢାଞ୍ଚାକୁ ଧ୍ବସଂ କରିବାରେ କିଛି ରାଜନୈତିକ ବ୍ୟକ୍ତିଙ୍କ ଚକ୍ରାନ୍ତ ଥିଲା । ସେହିପରି କିଛି ରାଜନୈତିକ ବ୍ୟକ୍ତିବିଶେଷଙ୍କ ଭୂମିକା ନିମ୍ନରେ..

Babri Masjid demolition
ବାବରୀ ମସଜିଦ୍ ମାମଲା

ଏଲକେ ଆଡଭାନୀଙ୍କ ଭୂମିକା-

1990 ମସିହାରେ ଭାରତୀୟ ଜନତା ପାର୍ଟି (ବିଜେପି) ଜାତୀୟ ସ୍ତରରେ ଏହାର ପାଦଚିହ୍ନ ବିସ୍ତାର କରିବାକୁ ଆଶା ରଖିଥିଲା। 1984 ସାଧାରଣ ନିର୍ବାଚନରେ ଦଳ ଲୋକସଭାରେ ମାତ୍ର ଦୁଇଟି ଆସନ ଜିତିଥିଲା । 1989 ସୁଦ୍ଧା ଦଳ 80 ରୁ ଅଧିକ ସିଟ୍ ଜିତିଥିଲା। ଆଡଭାନୀ 1989 ରୁ ଦଳର ସଭାପତି ହୋଇ ଏକ ରଥଯାତ୍ରା କରିଥିଲେ। ଏହା ଅଯୋଧ୍ୟାରେ ଶେଷ ହେବାର ଥିଲା କିନ୍ତୁ ବିହାରର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ତାଙ୍କୁ ଅଟକାଇ ଆଡଭାନୀଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

1996 ରେ ବିଜେପି ଲୋକସଭାର ଏକକ ବୃହତ୍ତମ ଦଳ ଭାବରେ ଉଭା ହେଲା ଏବଂ 13 ଦିନ ପାଇଁ କେନ୍ଦ୍ରରେ ଏକ ସ୍ବଳ୍ପକାଳୀନ ସରକାର ଗଠନ କଲା। 1998 ରେ ଆଡଭାନୀଙ୍କ ସହିତ ଗୃହମନ୍ତ୍ରୀ ଭାବରେ ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଇନ୍ସର ଏକ ଅଂଶ ଭାବରେ ଦଳ ପୁନର୍ବାର କ୍ଷମତାକୁ ଆସିଲା। ପରେ ତାଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବରେ ଉନ୍ନୀତ କରାଯାଇଥିଲା।

କଲ୍ୟାଣ ସିଂଙ୍କ ଭୂମିକା-

ବାବରୀ ମସଜିଦ ସୁରକ୍ଷାକୁ ସୁନିଶ୍ଚିତ କରିବା ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ କର୍ତ୍ତବ୍ୟ ଥିଲା। କିନ୍ତୁ ଡିସେମ୍ବର 6 ପର୍ଯ୍ୟନ୍ତ ଚାଲିଥିବା ବିଭ୍ରାନ୍ତିକର ବିବୃତ୍ତି ଦ୍ବାରା ସିଂଙ୍କ ପ୍ରତିଷ୍ଠା ସବୁଦିନ ପାଇଁ ଖରାପ ହୋଇଯାଇଥାଏ । ଲିଖିତ ପ୍ରତିଶ୍ରୁତି ଠାରୁ ଆରମ୍ଭ କରି ବିଧାନସଭାରେ ଭାଷଣ ପର୍ଯ୍ୟନ୍ତ ସେ ବିବାଦୀୟ ବାବରୀ ମସଜିଦ୍ ଢାଞ୍ଚାକୁ ସୁରକ୍ଷା ଦେବେ ବୋଲି କହିଥିଲେ ।

ଏପରିକି ମସଜିଦର ସୁରକ୍ଷା ପ୍ରତିଶ୍ରୁତି ଦେଇ ସୁପ୍ରିମକୋର୍ଟରେ ଏକ ଚାରି-ପଏଣ୍ଟ୍ ଆଫିଡେଭିଟ୍ ଦାଖଲ କରିଥିଲେ ଏବଂ ନିଶ୍ଚିତ କରିଥିଲେ ଯେ କେବଳ ଏକ ସାଙ୍କେତିକ କର୍ ସେବା ଅନୁମତି ଦିଆଯିବ। ବାବରୀ ମସଜିଦ ଭାଙ୍ଗିବାର କିଛି ଘଣ୍ଟା ମଧ୍ୟରେ ସିଂ ଇସ୍ତଫା ଦେଇଥିଲେ ।

ଉମା ଭାରତୀଙ୍କ ଭୂମିକା-

ସେ ଅଯୋଧ୍ୟାରେ ଅନୁଷ୍ଠିତ ରାଲିରେ ଉପସ୍ଥିତ ଥିବା ଭାରତୀୟ ଜନତା ପାର୍ଟି (ବିଜେପି) ନେତାଙ୍କ ମଧ୍ୟରୁ ଜଣେ ଥିଲେ ଯେଉଁଥିରେ ବାବରୀ ମସଜିଦ ଭାଙ୍ଗି ଦିଆଯିବା କଥା ଉଠିଥିଲା। ସେହିଦିନ ଘଟଣାର ଅନୁସନ୍ଧାନ ପାଇଁ ଗଠିତ ଲିବରହାନ କମିଶନ ତାଙ୍କୁ ଏହି ହିଂସାକାଣ୍ଡର ଅଭିଯୁକ୍ତ ବୋଲି କରିଥିଲେ।

ମୂରଲୀ ମନୋହରଙ୍କ ଭୂମିକା-

ଅନୁସନ୍ଧାନ ଅନୁଯାୟୀ, ମୂରଲୀ ମନୋହର ଯୋଶୀ ମଧୁରାରେ 1 ଡିସେମ୍ବର 1992 ରେ ଅଯୋଧ୍ୟା ଅଭିମୁଖେ କହିଥିଲେ ଯେ ରାମ ମନ୍ଦିର ନିର୍ମାଣକୁ କୌଣସି ଶକ୍ତି ବନ୍ଦ କରିପାରିବ ନାହିଁ ଏବଂ ସେ ଡିସେମ୍ବର 6, 1992 ରେ ମଞ୍ଚରୁ କର ସେବକ ମାନଙ୍କୁ ଉତ୍ସାହିତ କରୁଥିଲେ। ବିବାଦୀୟ ଢାଞ୍ଚାକୁ ଭାଙ୍ଗିବା ଏବଂ ଉତ୍ତେଜକ ସ୍ଲୋଗାନ ଦେଉଥିଲେ ।

ଏହାର ତଦନ୍ତ ଶେଷ କରିବା ପରେ ସିବିଆଇ 49 ଅଭିଯୁକ୍ତଙ୍କ ବିରୋଧରେ ଏକ ଚାର୍ଜସିଟ ଦାଖଲ କରିଥିଲା, ଯେଉଁମାନଙ୍କ ମଧ୍ୟରୁ 17 ଜଣ ବିଚାରଧୀନ ଅଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.