ETV Bharat / bharat

ରିପୋର୍ଟ ସମୀକ୍ଷା ପରେ କୋରୋନିଲକୁ ମିଳିବ ଅନୁମତି: ସ୍ବାସ୍ଥ୍ୟ ମନ୍ତ୍ରଣାଳୟ - ଶ୍ରୀପଦ ନାୟକ

ଫାର୍ମାସ୍ୟୁଟିକାଲ୍ ପତଞ୍ଜଳୀ ଦ୍ବାରା ନୂଆ ଉନ୍ମୋଚିତ ହୋଇଥିବା ‘କୋରୋନିଲ୍ ଆଣ୍ଡ ଶ୍ବାଶ୍ବରୀ’ଉପରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବ ବୋଲି ବୁଧବାର କେନ୍ଦ୍ର ଆୟୁଷ ମନ୍ତ୍ରଣାଳୟର ମନ୍ତ୍ରୀ ଶ୍ରୀପଦ ନାୟକ କହିଛନ୍ତି ।

patanjali
‘କୋରୋନିଲ୍ ଆଣ୍ଡ ଶ୍ବାଶ୍ବରୀ’ ଉପରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବ ଆୟୁଷ ମନ୍ତ୍ରଣାଳୟ
author img

By

Published : Jun 24, 2020, 4:55 PM IST

ନୂଆଦିଲ୍ଲୀ: ଫାର୍ମାସ୍ୟୁଟିକାଲ୍ ପତଞ୍ଜଳୀ ଦ୍ବାରା ନୂଆ ଉନ୍ମୋଚିତ ହୋଇଥିବା ‘କୋରୋନିଲ୍ ଆଣ୍ଡ ଶ୍ବାଶ୍ବରୀ’ଉପରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବ ବୋଲି ବୁଧବାର କେନ୍ଦ୍ର ଆୟୁଷ ମନ୍ତ୍ରଣାଳୟର ମନ୍ତ୍ରୀ ଶ୍ରୀପଦ ନାୟକ କହିଛନ୍ତି ।

ତେବେ ବାବା ରାମଦେବ ଦେଶକୁ ଏଭଳି ସଙ୍କଟ ସମୟରେ ଏକ ନୂଆ ଔଷଧ ଦେଇଥିବାରୁ ଏହା ଏକ ଭଲ କଥା । କିନ୍ତୁ ନିୟମ ଅନୁଯାୟୀ ଏହା ପ୍ରଥମେ ଆୟୁଷ ମନ୍ତ୍ରଣାଳୟ ଦ୍ବାରା ଅନୁମୋଦନ ପାଇବା ଦରକାର ବୋଲି ମନ୍ତ୍ରୀ ଶ୍ରୀପଦ ନାୟକ କହିଛନ୍ତି। ଏଥିସହ ସେ କହିଛନ୍ତି ସେମାନେ ଏକ ରିପୋର୍ଟ ପଠାଇଛନ୍ତି। ପ୍ରଥମେ ରିପୋର୍ଟକୁ ଦେଖାଯିବ । ରିପୋର୍ଟ ଆଧାରରେ ପରେ ସେମାନଙ୍କୁ ଅନୁମତି ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।

ଗତ ମଙ୍ଗଳବାର ଆୟୁଷ ମନ୍ତ୍ରଣାଳୟ କହିଛି ଯେ, ହରିଦ୍ୱାରର ପତଞ୍ଜଳି ଆୟୁର୍ବେଦ ଲିମିଟେଡ୍ ଦ୍ୱାରା କୋରୋନା ଚିକିତ୍ସା ପାଇଁ ବିକଶିତ ଆୟୁର୍ବେଦିକ ଔଷଧ ବିଷୟରେ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଏଥିପାଇଁ କମ୍ପାନୀକୁ ଏହାର ବିଜ୍ଞାପନ କିମ୍ବା ପ୍ରଚାର ବନ୍ଦ କରିବାକୁ କୁହାଯାଇଛି ।

ଏକ ବିଜ୍ଞପ୍ତିରେ ମନ୍ତ୍ରଣାଳୟ କହିଛି ଯେ, ଆୟୁର୍ବେଦିକ ଔଷଧ ଉତ୍ପାଦନକାରୀ କମ୍ପାନୀକୁ ସୂଚନା ଦିଆଯାଇଛି ଯେ ଆୟୁର୍ବେଦିକ ଔଷଧ ସମେତ ଔଷଧର ବିଜ୍ଞାପନ ପ୍ରୋଭିଜନ ଅଫ୍ ଡ୍ରଗ୍ ଆଣ୍ଡ ମ୍ୟାଜିକ୍ ରିମେଡିଜ୍ ଅନୁଯାୟୀ ନିୟନ୍ତ୍ରିତ ହୋଇଥାଏ। ତେବେ ଗତ ଏପ୍ରିଲ ମାସରେ ଆୟୁଷ ସହିତ କୋରୋନା ଉପରେ ରିସର୍ଚ୍ଚର ଆବଶ୍ୟକତା ଏବଂ ପଦ୍ଧତି ବିଷୟରେ ମନ୍ତ୍ରଣାଳୟ ଏକ ବିଜ୍ଞପ୍ତି ଜାରି କରିଥିଲା।

ବିଜ୍ଞପ୍ତିରେ କୁହାଯାଇଛି ଯେ, କୋରୋନା ଚିକିତ୍ସା ପାଇଁ ଦାବି କରୁଥିବା ଔଷଧର ନାମ ଏବଂ କମ୍ପୋଜିସନର ପ୍ରାଥମିକ ବିବରଣୀ ଦେବାକୁ ପତଞ୍ଜଳୀକୁ କୁହାଯାଇଛି । ଯେଉଁ ସ୍ଥାନ ଗୁଡିକରେ କୋରୋନାର ରିସର୍ଚ୍ଚ ଅଧ୍ୟୟନ, ପ୍ରୋଟୋକଲ୍, ନମୂନା ଆକାର, ଅନୁଷ୍ଠାନିକିନ କମିଟି କ୍ଲିୟରାନ୍ସ, କରାଯାଇଥିଲା ।

ଏଥିସହ ମନ୍ତ୍ରଣାଳୟ ଉତ୍ତରାଖଣ୍ଡ ସଂପୃକ୍ତ ରାଜ୍ୟ ଲାଇସେନ୍ସ କର୍ତ୍ତୃପକ୍ଷଙ୍କୁ କୋରୋନା ଚିକିତ୍ସା ପାଇଁ ଦାବି କରାଯାଉଥିବା ଆୟୁର୍ବେଦିକ ଔଷଧର ଲାଇସେନ୍ସ ବିବରଣୀ ପ୍ରଦାନ କରିବାକୁ ଅନୁରୋଧ କରିଛି।

ପ୍ରକାଶ ଥାଉକି, ଗତ ମଙ୍ଗଳବାର ଯୋଗଗୁରୁ ବାବା ରାମଦେବଙ୍କ ପତଞ୍ଜଳୀ କୋରୋନା ଚିକିତ୍ସା ପାଇଁ‘କୋରୋନିଲ ଆଣ୍ଡ ଶ୍ବାଶ୍ବରୀ’ ଲଞ୍ଚ କରିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.