ETV Bharat / bharat

ଆଜି ରାମ ମନ୍ଦିର ଟ୍ରଷ୍ଟର ଦ୍ବିତୀୟ ବୈଠକ, ଭୂମିପୂଜନ ପାଇଁ ହୋଇପାରେ ତାରିଖ ଘୋଷଣା

author img

By

Published : Feb 29, 2020, 11:29 AM IST

ରାମ ମନ୍ଦିର ଟ୍ରଷ୍ଟର ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସ, ମନ୍ଦିର ନିର୍ମାଣ ସମିତିର ସଭାପତି ନୃପେନ୍ଦ୍ର ମିଶ୍ର ଏବଂ ଟ୍ରଷ୍ଟର ଅନ୍ୟାନ୍ୟ ସଦସ୍ୟ ଶନିବାର ଅଯୋଧ୍ୟାରେ ଗୁରୁତ୍ବପୂର୍ଣ୍ଣ ବୈଠକ କରିବେ । ଅଧିକ ପଢନ୍ତୁ...

ayodhya-ram-temple
ରାମ ମନ୍ଦିର

ନୂଆଦିଲ୍ଲୀ: ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ରର ଟ୍ରଷ୍ଟ ଗଠନ ପରେ ରାମ ନିର୍ମାଣ ପ୍ରକ୍ରିୟା ତ୍ବରାନ୍ବିତ ହୋଇଛି । ଏନେଇ ରାମ ମନ୍ଦିର ଟ୍ରଷ୍ଟର ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସ, ମନ୍ଦିର ନିର୍ମାଣ ସମିତିର ସଭାପତି ନୃପେନ୍ଦ୍ର ମିଶ୍ର ଏବଂ ଟ୍ରଷ୍ଟର ଅନ୍ୟାନ୍ୟ ସଦସ୍ୟ ଶନିବାର ଅଯୋଧ୍ୟାରେ ଗୁରୁତ୍ବପୂର୍ଣ୍ଣ ବୈଠକ କରିବେ । ବୈଠକରେ ପ୍ରଭୁ ରାମଙ୍କ ଭବ୍ୟ ମନ୍ଦିର ନିର୍ମାଣ ପାଇଁ ସମ୍ପୂର୍ଣ୍ଣ କାର୍ଯ୍ୟ ଯୋଜନା ଉପରେ ଆଲୋଚନା ହେବ । ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ପାଇଁ ଭୂମି ପୂଜନର ମୂହୂର୍ତ୍ତ ମଧ୍ୟ ବୈଠକରେ ନିର୍ଦ୍ଧାରିତ କରାଯିବ ।

ଏହି ଭୂମି ପୂଜନ ଏପ୍ରିଲ 2ରେ ରାମ ନବମୀ ଦିନ ହେବ କି ଏପ୍ରିଲ ଶେଷରେ ପଡୁଥିବା ଅକ୍ଷୟ ତୃତୀୟା ଦିନ କରାଯିବ ସେନେଇ ଆଲୋଚନା ହେବ । ଏହି କାର୍ଯ୍ୟକ୍ରମ ପାଇଁ ମହନ୍ତ ନୃତ୍ୟ ଗୋପାଳ ଦାସ ଏବଂ ଟ୍ରଷ୍ଟର ଅନ୍ୟ ସଦସ୍ୟମାନେ କିଛିଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ଅଯୋଧ୍ୟା ଆସିବାକୁ ଆମନ୍ତ୍ରିତ କରିଥିଲେ ।

ତେବେ ଶନିବାର ନୃପେନ୍ଦ୍ର ମିଶ୍ର ରାମ ମନ୍ଦିର ନିର୍ମାଣ ସହ ଜଡିତ ଅନ୍ୟାନ୍ୟ ବ୍ୟବସ୍ଥାର ସମୀକ୍ଷା କରିବେ । ଅଯୋଧ୍ୟାରେ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ରର ଟ୍ରଷ୍ଟର ଏହା ଦ୍ବିତୀୟ ବୈଠକ । ଏହି ବୈଠକରେ ମନ୍ଦିରର ଆକାର, ନିର୍ମାଣ ବ୍ୟବସ୍ଥା, ମୂଲ୍ୟ ଏବଂ ପାଣ୍ଠି ଉପରେ ମଧ୍ୟ ଆଲୋଚନା ହେବାର ସମ୍ଭାବନା ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.