ETV Bharat / bharat

ରାମ ମନ୍ଦିର ଭୂମି ପୂଜନ; କଣ ରହିଛି ସେହି 32 ସେକେଣ୍ଡର ଗୁରୁତ୍ବ... - Ayodhya Ram Janam Bhoomi Puja

ଭୂମି ପୂଜନ ପାଇଁ ଯେଉଁ ସମୟ ନିର୍ଘଣ୍ଟ ହୋଇଛି ସେହି ସମୟକୁ ନେଇ ଟ୍ରଷ୍ଟର ଅଧ୍ୟକ୍ଷ ସ୍ବାମୀ ଗୋବିନ୍ଦ ଦେବ ଗିରି ମହାରାଜ କହିଲେ ଏହି ବଡ କଥା ।ପଢନ୍ତୁ ସମ୍ପୂର୍ଣ୍ଣ ଖବର...

କଣ ରହିଛି ସେହି 32 ସେକେଣ୍ଡର ଗୁରୁତ୍ବ
କଣ ରହିଛି ସେହି 32 ସେକେଣ୍ଡର ଗୁରୁତ୍ବ
author img

By

Published : Aug 5, 2020, 10:58 AM IST

ଅଯୋଧ୍ୟା: ଆଉ କିଛି ସମୟ ପରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ ହେବାକୁ ଯାଉଛି । ପ୍ରଧାନମନ୍ତ୍ରୀ ମୋଦି ଭୂମି ପୂଜନ କରିବେ । ପ୍ରଧାନମନ୍ତ୍ରୀଙ୍କ ବ୍ୟତୀତ 170 ଜଣ ବିଶିଷ୍ଟ ଅତିଥି କାର୍ଯ୍ୟକ୍ରମରେ ସାମିଲ ହେବେ । ନିର୍ଦ୍ଧାରିତ ଶୁଭ ମୁହୁର୍ତ୍ତରେ ଭୂମି ପୂଜନ ସମ୍ପନ୍ନ ହେବ । ତେବେ କଣ ରହିଛି ସେହି 32 ସେକେଣ୍ଡର ଗୁରୁତ୍ବ । କାହିଁକି ଏହି 32 ସେକେଣ୍ଡରେ କରାଯିବ ଶିଳାନ୍ୟାସ ?

ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର କୋଷାଧ୍ୟକ୍ଷ ସ୍ବାମୀ ଗୋବିନ୍ଦ ଦେବ ଗିରି ମହାରାଜଙ୍କ ସୂଚନା ଅନୁସାରେ ଆଜି (ବୁଧବାର) 11.40 ମିନିଟ ପରେ ନିର୍ଦ୍ଧାରିତ 32 ସେକେଣ୍ଡ ଅତ୍ୟନ୍ତ ଶୁଭ ମୁହୁର୍ତ୍ତ । ଏହି ସମୟରେ ଭୂମି ପୂଜନ ସମ୍ପନ୍ନ ହେବ ।

ସ୍ବାମୀ ଗୋବିନ୍ଦ ଦେବ ଗିରି ମହାରାଜ କହିଛନ୍ତି ଏହା ଖାଲି ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ ହେଉନାହିଁ । ରାଷ୍ଟ୍ରର ପୁନଃ ନିର୍ମାଣ ପାଇଁ ଅୟମାରମ୍ଭ । କାରଣ ଭାରତବର୍ଷକୁ ଶତାଦ୍ଦୀ ଶତାଦ୍ଦୀ ଧରି ବିଦେଶୀ ଆକ୍ରମଣ କରିଛନ୍ତି । ସେହି ଆକ୍ରମଣକୁ ଦୃତଗତିରେ ପରିମାର୍ଜିତ କରିବା ପାଇଁ ଏହି ଶୁଭ ମୁହୁର୍ତ୍ତ ଆସିଛି ।

ସେହିପରି ସ୍ବାମୀ ଗୋବିନ୍ଦ ଦେବ ଗିରି ମହାରାଜ ଆହୁରି କହିଛନ୍ତି , ପ୍ରତ୍ୟେକ ଶୁଭ ମୂହୁର୍ତ୍ତ 16 ଭାଗ ହୋଇଥାଏ । ସେଥିରୁ 15 ଭାଗ ଅତି ଶୁଭ ହୋଇଥାଏ । ଯେଉଁଥିରେ 32 ସେକେଣ୍ଡ ଅତ୍ୟନ୍ତ ଶୁଭ ବା ବ୍ରହ୍ମ ବେଳା ହୋଇଥାଏ । ଆଉ ଦେଶର ରାଶି ଅନୁସାରେ ସମସ୍ତ ଅବଗଣନା କରି ଏହି 32 ସେକେଣ୍ଡ ସମୟ ନିର୍ଦ୍ଧାରଣ କରାଯାଇଛି ବୋଲି ସ୍ବାମୀ ଗୋବିନ୍ଦ ଗିରି ମହାରାଜ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭ ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.