ETV Bharat / bharat

ଭୂମି-ପୂଜନ ପ୍ରସ୍ତୁତି ସମୀକ୍ଷା ପାଇଁ ଆଜି ଅଯୋଧ୍ୟା ଯିବେ ଯୋଗୀ - Ayodhya decked up ahead of August 5

ଦୀର୍ଘର ସ୍ବପ୍ନ ସାକାର ହେବାକୁ ଯାଉଛି । ଅଗଷ୍ଟ 5 ତାରିଖରେ ଭୂମି-ପୂଜନ କରାଯିବ । ଏଥିପାଇଁ ପାଇଁ ସମସ୍ତ ପ୍ରସ୍ତୁତି ଜୋରସୋରରେ ଆଗେଇ ଚାଲିଛି ।

ଭୂମି-ପୂଜନର ସମୀକ୍ଷା ପାଇଁ ଆଜି ଅଯୋଧ୍ୟା ଗସ୍ତ କରିବେ ଯୋଗୀଙ୍କ
author img

By

Published : Aug 2, 2020, 10:15 AM IST

ଲକ୍ଷ୍ନୌ: ମନ୍ଦିର ନିର୍ମାଣ ପାଇଁ ଭୂମି-ପୂଜନ ତାରିଖ ପାଖେଇ ଆସୁଛି । ଜୋରସୋରରେ ଚାଲିଛି ପ୍ରସ୍ତୁତି କାର୍ଯ୍ୟ । ଏପରିସ୍ଥଳେ ଆଜି ପୁଣି ଥରେ ଅଯୋଧ୍ୟା ଗସ୍ତ କରିବେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଭୂମି-ପୂଜନ ତାରିଖ ଘୋଷଣା ହେବା ପରେ ଏହା ଯୋଗୀଙ୍କ ଦ୍ବିତୀୟ ଗସ୍ତ ।

ଅଗଷ୍ଟ 5 ତାରିଖରେ ମନ୍ଦିର ନିର୍ମାଣ ପାଇଁ ଭୂମି-ପୂଜନ କରାଯିବ । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇ ଭିତ୍ତି-ପ୍ରସ୍ତର ସ୍ଥାପନା କରିବେ । ପିଏମଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତିବିଶେଷ ମଧ୍ୟ ଏହି ପୂଜାରେ ସାମିଲ ହେବେ ।

ଭୂମି-ପୂଜନର ସମୀକ୍ଷା ପାଇଁ ଆଜି ଅଯୋଧ୍ୟା ଗସ୍ତ କରିବେ ଯୋଗୀଙ୍କ
ଭୂମି-ପୂଜନର ସମୀକ୍ଷା ପାଇଁ ଆଜି ଅଯୋଧ୍ୟା ଗସ୍ତ କରିବେ ଯୋଗୀଙ୍କ

ଭୂମି-ପୂଜନ ଅବସରରେ ସମଗ୍ର ଅଯୋଧ୍ୟାନଗରୀରୁ ସାଜସଜ୍ଜା କରାଯାଉଛି । ସିଏମ ଯୋଗୀଙ୍କ ତତ୍ତ୍ବାବଧାନରେ ନବବୋଧୂ ପରି ସଜା ଯାଉଛି । ଶନିବାର ଦିନ ସମଗ୍ର ଅଯୋଧ୍ୟାରେ ଦୀପୋତ୍ସବ ପାଳନ କରାଯିବ ।

ଗତ ମାସ ମଧ୍ୟରେ ରାଜ୍ୟର ଅନେକ ବଡ ବଡ ଅଧିକାରୀଙ୍କ ସମେତ ଉପମୁଖ୍ୟମନ୍ତ୍ରୀ ଅଯୋଧ୍ୟା ଆସିଥିଲେ । ସହରରେ ରାସ୍ତା ପ୍ରଶସ୍ତିକରଣ ସହ ବିକାଶର ସମୀକ୍ଷା କରିଥିଲେ । ଏହି ଅବସରରେ ଅଯୋଧ୍ୟାରେ କୋଭିଡ-19 ନିୟମକୁ ମଧ୍ୟ କଡାକଡି ପାଳନ କରାଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.