ETV Bharat / bharat

'ଅଯୋଧ୍ୟା ରାୟ ଭାରତର ଆଭ୍ୟନ୍ତରୀଣ ମାମଲା'

ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟଙ୍କ ରାୟରେ ପାକିସ୍ତାନର ଅନୁଚିତ ଟିପ୍ପଣୀକୁ କଡା ନିନ୍ଦା କରିଛି ଭାରତ । ଏହା ଭାରତର ଅଭ୍ୟନ୍ତରୀଣ ମାମଲା ବୋଲି ପାକିସ୍ତାନକୁ ଚରମବାଣୀ ଶୁଣାଇଛି ବୈଦେଶିକ ମନ୍ତ୍ରାଳୟ।

author img

By

Published : Nov 9, 2019, 11:46 PM IST

ଫାଇଲ ଫଟୋ

ନୂଆଦିଲ୍ଲୀ: ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟଙ୍କ ରାୟରେ ପାକିସ୍ତାନର ହସ୍ତକ୍ଷେପକୁ ନାପସନ୍ଦ କରିଛି ଭାରତ । ରାୟ ପ୍ରକାଶ ପରେ ପାକିସ୍ତାନର ଅନୁଚିତ ଟିପ୍ପଣୀକୁ ଆମେ ଅସ୍ବୀକାର କରୁଛୁ ବୋଲି ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ଏହା ସହିତ ଅଯୋଧ୍ୟା ମାମଲା ଭାରତର ଆଭ୍ୟନ୍ତରୀଣ ମାମଲା ବୋଲି ପାକିସ୍ତାନକୁ ଚରମବାଣୀ ଶୁଣାଇଛି ଭାରତ।

ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ରବିଶ କୁମାର ଏନେଇ ଏକ ବୟାନ ଜାରି କରି ପାକିସ୍ତାନର ଟିପ୍ପଣୀ ପାଇଁ ତାକୁ କଡା ନିନ୍ଦା କରିଛନ୍ତି । ସେ କହିଛନ୍ତି, ଏହା ଆଇନଗତ ନିୟମ ଏବଂ ସବୁ ଧର୍ମର ସମାନ ଆଦର ଉପରେ ଆଧାରିତ । ଏଥିରେ ପାକିସ୍ତାନର କୌଣସି ଭୂମିକା ନାହିଁ । କିନ୍ତୁ ପାକିସ୍ତାନ ନିକଟରେ ବୁଝିବା ଶକ୍ତିର ଅଭାବ ରହିଛି । ଯାହା ଆଶ୍ଚର୍ଯ୍ୟଜନକ ନୁହେଁ । ସେ ଭାରତରେ ହିଂସା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆମ ଆଭ୍ୟନ୍ତରୀଣ ମାମଲାରେ ଦଖଲ ଦେଉଛି । ଯାହା ନିନ୍ଦନୀୟ ।

ସୂଚନାଯୋଗ୍ୟ ଯେ, ପାକିସ୍ତାନ ବିଦେଶମନ୍ତ୍ରୀ ମହମ୍ମଦ ଶାହ ରୁରେଶୀ ଅଯୋଧ୍ୟା ରାୟର ସମୟକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ । ସେ କହିଥିଲେ, ଯେଉଁ ଦିନ କରତାରପୁର କରିଡରର ଉଦଘାଟନ ହେଉଛି, ସେହିଦିନ ହିଁ ଅଯୋଧ୍ୟା ମାମଲାର ରାୟ ପ୍ରକାଶ କରାଯାଉଛି । ଏଥିପାଇଁ ଭାରତକୁ କିଛି ଦିନ ଅପେକ୍ଷା କରିବାର ଆବଶ୍ୟକତା ଥିଲା ବୋଲି ସେ କହିଥିଲେ ।

Intro:Body:

BLANK

Conclusion:

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.