ETV Bharat / bharat

ଅଟୋକୁ ଧକ୍କା ଦେଲା ଟ୍ରକ: 13 ମୃତ, 5 ଆହତ - ଅଟୋକୁ ଧକ୍କା ଦେଲା ଟ୍ରକ

ତେଲେଙ୍ଗାନାର ମେହେବୁବନଗର ଜିଲ୍ଲାରେ ଅଟୋ ରିକ୍ସା ସହ ଟ୍ରକ ଧକ୍କା । ଏହି ଦୁର୍ଘଟଣାରେ 13 ଜଣଙ୍କ ମୃତ୍ୟୁ ହେବା ସହ 5 ଆହତ ହୋଇଛନ୍ତି ।

ପ୍ରତିକାତ୍ମକ ଫଟୋ
author img

By

Published : Aug 5, 2019, 12:40 PM IST

ହାଇଦ୍ରାବାଦ: ଅଟୋ ରିକ୍ସା ସହ ଟ୍ରକ ଧକ୍କା । ଏହି ଦୁର୍ଘଟଣାରେ 13 ଜଣଙ୍କ ମୃତ୍ୟୁ ହେବା ସହ 5 ଆହତ ହୋଇଛନ୍ତି । ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣାଟି ରବିବାର ରାତିରେ ତେଲେଙ୍ଗାନାର ମେହେବୁବନଗର ଜିଲ୍ଲାରେ ହୋଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।

ଖବର ଅନୁଯାୟୀ, ଘଟଣାଟି କୋଟାପାଲି ଗାଁର ମିଡଜିଲ ମଣ୍ଡଳ ଗାଁରେ ହୋଇଥିଲା । ଅତ୍ୟଧିକ ଯାତ୍ରୀ ନେଇ ଏକ ଅଟୋ ଯାଉଥିବା ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ ଧକ୍କା ଦେଇଥିଲା । ଦୁର୍ଘଟଣା ମାତ୍ରା ଅତ୍ୟଧିକ ଥିବାରୁ ଘଟଣାସ୍ଥଳରେ ହିଁ 12 ଜଣଙ୍କ ମୃତ୍ୟୁ ହୋଇଥିଲା । ଏହାପରେ ଅନ୍ୟ ଜଣେ ଗୁରୁତର ବ୍ୟକ୍ତିଙ୍କୁ ଡାକ୍ତରଖାନା ନେବାବେଳେ ମୃତ୍ୟୁ ହୋଇଛି ।

ମୃତକଙ୍କ ମଧ୍ୟରେ ସମସ୍ତ ଶ୍ରମିକ ଶ୍ରେଣୀର । କାର୍ଯ୍ୟସାରି ଘରକୁ ଫେରୁଥିବାବେଳେ ଏପରି ଦୁର୍ଘଟଣା ହୋଇଥିବା ପୋଲିସ ସୁପରିଟେଣ୍ଡଣ୍ଟ ସୂଚନା ଦେଇଛନ୍ତି । ଘଟଣା ପରେ ଲୋରୀ ଡ୍ରାଇଭର ଜଣକୁ ହେପାଜତକୁ ନିଆଯାଇଛି । ଘଟଣାରେ ତେଲେଙ୍ଗାନ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ଦୁଃଖ ପ୍ରକାଶ କରିବା ସହ ଆହତମାନଙ୍କୁ ଚିକିତ୍ସା ଯୋଗାଇଦେବାକୁ ଘୋଷଣା କରିଛନ୍ତି ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.