ETV Bharat / bharat

ପାଟନା ଷ୍ଟେସନ: କାର୍ଯ୍ୟକ୍ଷମ ହେଲା ସ୍ବଂୟଚାଳିତ ମାସ୍କ ଓ ସାନିଟାଇଜର ମେସିନ - Automated face mask and hand sanitiser dispenser machine

ପାଟନା ଷ୍ଟେସନରେ କାର୍ଯ୍ୟକ୍ଷମ ହେଲା ସ୍ବଂୟଚାଳିତ ମାସ୍କ ଏବଂ ସାନିଟାଇଜର ଡିସପେନସର ମେସିନ । ଉପକୃତ ହେବେ ରେଳଯାତ୍ରୀ । ସୁଲଭ ମୂଲ୍ୟରେ ପାଇପାରିବେ ମାସ୍କ ଏବଂ ହ୍ୟାଣ୍ଡ ସାନିଟାଇଜର । ଅଧିକ ପଢନ୍ତୁ....

Automated face mask and hand sanitiser dispenser machine installed at Patna railway station
ପାଟନା ଷ୍ଟେସନରେ କାର୍ଯ୍ୟକ୍ଷମ ହେଲା ସ୍ବଂୟଚାଳିତ ମାସ୍କ ଏବଂ ସାନିଟାଇଜର ମେସିନ
author img

By

Published : Jun 9, 2020, 11:26 AM IST

ପାଟନା : ଦେଶକୁ ଗ୍ରାସ କରିଛି କୋରୋନା ମହାମାରୀ । ମହାମାରୀକୁ ପ୍ରତିହତ କରିବା ପାଇଁ ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି । ଏପରିକି କେତେକ ରାଜ୍ୟରେ ମାସ୍କ ବ୍ୟବହାର କରିବା ବାଧ୍ୟତାମୂଳକ କରିଛନ୍ତି । ଏପରିକି ଟ୍ରେନରେ ଯାତ୍ରା କରିବା ସମୟରେ ମାସ୍କ ଓ ସାନିଟାଇଜରକୁ ନେବା ପାଇଁ ସରକାରଙ୍କ ପକ୍ଷରୁ କୁହାଯାଇଛି । କୋଭିଡ 19 ମହାମାରୀ ସମୟରେ ଯାତ୍ରୀଙ୍କୁ ନିରାପଦରେ ଯାତ୍ରା କରିବାରେ ସାହାଯ୍ୟ କରିବାକୁ ଏକ ଅଭିନବ ପଦକ୍ଷେପ ଆପଣେଇଛି ରେଳ ବିଭାଗ ।

ପ୍ରଥମ ସ୍ବଂୟଚାଳିତ ମାସ୍କ ଏବଂ ସାନିଟାଇଜର ଡିସପେନସର ମେସିନ ପାଟନା ଜଙ୍କସନରେ ଥିବା ଜୋନରେ କାର୍ଯ୍ୟକ୍ଷମ ହୋଇଛି । ପାଟନା ଜଙ୍କସନ 1 ନମ୍ବର ୱାନରେ ପ୍ଲାଟଫର୍ମ ମୁଖ୍ୟ ପ୍ରବେଶ ପଥ ନିକଟରେ ଏହା ଲଗାଯାଇଛି । ସେହିପରି ନାଗପୁର ରେଲଓ୍ବେ ଷ୍ଟେସନରେ ମଧ୍ୟ ମେ 18ରେ ଏହି ମେସିନ ଲଗାଯାଇଥିଲା ।

ଧାନପୁର ଡିଭିଜନର ଜଣେ ଅଧିକାରୀ କହିଛନ୍ତି ଯେ, ଏହି ମେସିନ ମାଧ୍ୟମରେ ଯାତ୍ରୀମାନେ ବେଶ ଉପକୃତ ହୋଇପାରିବେ । ଯେଉଁମାନେ ଟ୍ରେନ୍ ଯୋଗେ ପାଟନା ଜଙ୍କସନ ଦେଇ ଯାତାୟାତ କରିବେ ସେମାନେ ମେସିନ୍ ମାଧ୍ୟମରେ ସୁଲଭ ମୂଲ୍ୟରେ ମାସ୍କ ଓ ହ୍ୟାଣ୍ଡ ସାନିଟାଇଜର ପାଇପାରିବେ |

ଯେଉଁମାନେ ରେଳରେ ଯାତ୍ରା କରିବାକୁ ଷ୍ଟେସନକୁ ଆସନ୍ତି, ସେମାନେ ଅନେକ ସମୟରେ ମାସ୍କ ଓ ସାନିଟାଇଜର ଆଣିବାକୁ ଭୁଲିଯାଆନ୍ତି । ସେମାନେ ଏଠାରେ କିଣି ପାରିବେ । ତେବେ ଏହି ମେସିନରେ ଯାତ୍ରୀମାନେ କ୍ରୟ କରିବାକୁ ଚାହିଁଥିବା ସାମଗ୍ରୀ ପାଇଁ ନୋଟ ଓ କଏନ ବ୍ୟବହାର କରିପାରିବେ । ଭେଣ୍ଡିଂ ମେସିନରେ ଉଭୟ ମୁଦ୍ରା ଏବଂ ନୋଟ ଗ୍ରହଣ କରିବାର ବ୍ୟବସ୍ଥା ରହିଛି । ବାଲାନ୍ସ ରାଶି ଫେରାଇବା ପାଇଁ ଏକ ବ୍ୟବସ୍ଥା ରହିଛି । ତେବେ, ବର୍ତ୍ତମାନ କେବଳ ମାସ୍କ ଏବଂ ଟ୍ରାଭେଲ୍ ସାଇଜ୍ ହ୍ୟାଣ୍ଡ ସାନିଟାଇଜରର ବୋତଲକୁ ବିକ୍ରି ପାଇଁ ରଖାଯାଇଛି ।

ସୌଜନ୍ୟ @ ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.