ETV Bharat / bharat

ଯୋଜନା ଅନୁଯାୟୀ ନଡ୍ଡାଙ୍କ ଉପରେ ଆକ୍ରମଣ ହୋଇଛି: ଅଧିର ରଞ୍ଜନ ଚୌଧୁରୀ

author img

By

Published : Dec 11, 2020, 9:58 PM IST

ଡାଇମଣ୍ଡ ହାର୍ବରରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ କାର ଉପରେ ପଥର ମାଡ଼କୁ ନେଇ ଜୋର ଧରିଛି ରାଜଧାନୀ। ଯୋଜନା ମୁତାବକ ନଡ୍ଡାଙ୍କ କାର ଉପରକୁ ପଥର ମାଡ଼ କରାଯାଇଥିବା ନେଇ କଂଗ୍ରେସ ଅଭିଯୋଗ କରିଛି। ଅଧିକ ପଢ଼ନ୍ତୁ...

Attack on J P Nadda's convoy was pre-planned says Adhir Ranjan Chowdhury
ଯୋଜନା ଅନୁଯାୟୀ ନଡ୍ଡାଙ୍କ ଉପରେ ଆକ୍ରମଣ ହୋଇଛି: ଅଧିର ରଞ୍ଜନ ଚୌଧୁରୀ

କୋଲକାତା: ଡାଇମଣ୍ଡ ହାର୍ବରରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ କାର ଉପରେ ପଥର ମାଡ଼କୁ ନେଇ ଜୋର ଧରିଛି ରାଜଧାନୀ। ଯୋଜନା ମୁତାବକ ନଡ୍ଡାଙ୍କ କାର ଉପରକୁ ପଥର ମାଡ଼ କରାଯାଇଥିବା ନେଇ କଂଗ୍ରେସ ଅଭିଯୋଗ କରିଛି। ପଶ୍ଚମବଙ୍ଗ ବହରମପୁର ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀରେ ଏଭଳି ଅଭିଯୋଗ କରିଛନ୍ତି କଂଗ୍ରେସ ସଂସଦୀୟ ଦଳ ନେତା ଅଧିର ରଞ୍ଜନ ଚୌଧୁରୀ। ଭୋଟ ବାଣ୍ଟିବା ପାଇଁ ତୃଣମୂଳ କଂଗ୍ରେସ ପକ୍ଷରୁ ଏଭଳି ଆକ୍ରମଣ କରାଯାଇଥିବା ଅଭିଯୋଗ କରିଛନ୍ତି ଅଧିର ରଞ୍ଜନ ଚୌଧୁରୀ।

ସାମ୍ବାଦିକ ସମ୍ମିଳନୀରେ ଅଧିର ରଞ୍ଜନ ଚୌଧୁରୀ କହିଛନ୍ତି ଯେ, "ତୃଣମୂଳ କଂଗ୍ରେସ ବିଜେପି ନେତାଙ୍କ ସହ ଯାହା ବି କରିଛି ତାହା ଲଜ୍ଜାଜନକ। ବିଭିନ୍ନ ରାଜନୈତିକ ଦଳର ଭିନ୍ନ ଭିନ୍ନ ଏଜେଣ୍ଡା ରହିଛି। ଏହାର ଅର୍ଥ ନୁହେଁ ଯେ, ଜଣେ ରାଜନୈତିକ ଦଳ ଆଉ ଜଣେ ରାଜନେତା ଉପରେ ଆକ୍ରମଣ କରିବେ।"

ସେପଟେ ଘଟଣାକୁ ନେଇ ପାଲଟା ବିଜେପି ଉପରେ ଆରୋପ ଲଗାଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ସେ କହିଛନ୍ତି ଯେ,"ନଡ୍ଡାଙ୍କ ଉପରେ ବିଜେପିର ଯୋଜନାର ଏକ ଅଂଶ। ଭୋଟ ହାତେଇବା ପାଇଁ ବିଜେପି ଏହି ଡ୍ରାମା କରୁଛି।"

ଖାଲି ସେତିକି ନୁହେଁ, ନଡ୍ଡାଙ୍କ କାର ଉପରେ ହୋଇଥିବା ଆକ୍ରମଣକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପଶ୍ଚିମବଙ୍ଗ ମୁଖ୍ୟଶାସନ ସଚିବ ଓ ପୋଲିସ ମହାନିର୍ଦ୍ଦେଶକଙ୍କୁ ସମନ ଜାରି କରିଥିଲେ। ତେବେ ଦୁହିଁଙ୍କୁ ଦିଲ୍ଲୀ ଯିବାକୁ ମନା କରି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଏହାପରେ ଘଟଣାକୁ ନେଇ ବିବାଦ ତେଜିବାରେ ଲାଗିଛି। ପଶ୍ଚିମବଙ୍ଗ ରାଜ୍ୟପାଳ ଏହା ଗଣତନ୍ତ୍ରୀ ବିରୋଧି ବୋଲି ମମତାଙ୍କ ସରକାରଙ୍କୁ କଟାକ୍ଷ କରିଛନ୍ତି।

2021ରେ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହାପୂର୍ବରୁ ପ୍ରତ୍ୟେକ ଦଳ ନିଜର ରାଜନୈତିକ ପତିଆରା ଦେଖାଇବାରେ ଲାଗିଛନ୍ତି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଦୁଇ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଥିବା ବେଳେ ତାଙ୍କ କାର ଉପରକୁ ତୃଣମୂଳ କଂଗ୍ରେସ କର୍ମକର୍ତ୍ତା ପଥର ମାଡ଼ କରିଥିବା ଅଭିଯୋଗ ହୋଇଛି। ଏହାପରେ ରାଜନୈତିକ ଦଳମାନେ ଏହାକୁ ରାଜନୀତି ରୋଟି ସେକିବାରେ ଲାଗିଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.