ETV Bharat / bharat

ରାଜସ୍ଥାନର ରାଜନୈତିକ ସଙ୍କଟ ମଧ୍ୟରେ ଜୁଲାଇ 22ରୁ ହେବ ବିଧାନସଭା ଅଧିବେଶନ !

ରାଜସ୍ଥାନର ରାଜନୈତିକ ସଙ୍କଟ ମଧ୍ୟରେ ରାଜ୍ୟ ବିଧାନସଭାରେ ପରବର୍ତ୍ତୀ ଅଧିବେଶନ ଜୁଲାଇ 22ରେ ଅନୁଷ୍ଠିତ ହେବାର ସମ୍ଭାବନା ପ୍ରକାଶ ପାଇଛି ।

 ଜୁଲାଇ 22 ରୁ ହେବ ବିଧାନସଭା ଅଧିବେଶନ
ଜୁଲାଇ 22 ରୁ ହେବ ବିଧାନସଭା ଅଧିବେଶନ
author img

By

Published : Jul 19, 2020, 1:54 PM IST

ଜୟପୁର: ରାଜସ୍ଥାନର ରାଜନୈତିକ ସଙ୍କଟ ମଧ୍ୟରେ ରାଜ୍ୟ ବିଧାନସଭାରେ ପରବର୍ତ୍ତୀ ଅଧିବେଶନ ଜୁଲାଇ 22ରେ ଅନୁଷ୍ଠିତ ହେବାର ସମ୍ଭାବନା ପ୍ରକାଶ ପାଇଛି । ସଚିନ ପାଇଲଟଙ୍କ ଦ୍ବାରା ହାଇକୋର୍ଟରେ ଦାଖଲ ହୋଇଥିବା ଆବେଦନ ଉପରେ କୋର୍ଟ ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ରାୟ ପ୍ରକାଶ କରିବେ ବୋଲି ଆଶା କରାଯାଉଛି । ତେବେ ଏହି ଅଧିବେଶନ ହାଇକୋର୍ଟଙ୍କ ନିଷ୍ପତ୍ତି ଉପରେ ନିର୍ଭର କରିବ । ମଙ୍ଗଳବାର ଦିନ ପାଇଲଟଙ୍କ ସମେତ 19 ଜଣ ବିଧାୟକଙ୍କ ସଦସ୍ୟତା ଯଦି ରଦ୍ଦ ହୁଏ ତାହେଲେ ବୁଧବାର ଦିନ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ହୋଇପାରିବ ବୋଲି ଆକଳନ କରାଯାଉଛି ।

ସେପଟେ ଶୁକ୍ରବାର ବିଳମ୍ବିତ ରାତିରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଜୟପୁରର ରାଜ ଭବନରେ ରାଜ୍ୟପାଳ କଲରାଜ ମିଶ୍ରଙ୍କୁ ଭେଟିଥିଲେ। ସୂଚନା ଅନୁଯାୟୀ, ଉଭୟ କୋରୋନା ବିସ୍ତାରକୁ ରୋକିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ବିଷୟରେ ଆଲୋଚନା କରିଥିଲେ। ଏହା ବ୍ୟତୀତ ବିଟିପିର 2 ଜଣ ବିଧାୟକ ଗେହଲଟଙ୍କୁ ସମର୍ଥନ କରିବା ପରେ ସେ 102 ବିଧାୟକଙ୍କ ସମର୍ଥନ ସୂଚୀ ରାଜ୍ୟପାଳଙ୍କୁ ଦେଇଥିବା କୁହାଯାଉଛି । ଏଭଳି ପରିସ୍ଥିତିରେ ସାମ୍ବିଧାନିକ ନିଯୁକ୍ତି କିଛି ସମୟରେ ସବୁଜ ସଙ୍କେତ ପାଇପାରେ ବୋଲି ଏକ ସମ୍ଭାବନା ରହିଛି ।

ପ୍ରଧାନ ବିଚାରପତି ଇନ୍ଦ୍ରଜିତ ମହାନ୍ତି ଏବଂ ଜଷ୍ଟିସ ପ୍ରକାଶ ଗୁପ୍ତାଙ୍କୁ ନେଇ ରାଜସ୍ଥାନ ହାଇକୋର୍ଟର ଏକ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ । କଂଗ୍ରେସର ବିଧାୟକ ଦଳର ବୈଠକରେ ଯୋଗ ଦେଇନଥିବା ହେତୁ ବିଧାନସଭାର ବାଚସ୍ପତି ସଚିନ ପାଇଲଟ ଓ ତାଙ୍କର ଅନୁଗତ ବିଧାୟକଙ୍କୁ ନୋଟିସ୍ ଜାରି କରିଥିଲେ। ସଦସ୍ୟତା ରଦ୍ଦ ନେଇ ବାଚସ୍ପତି ପଠାଇଥିବା ନୋଟିସକୁ ଚାଲେଞ୍ଜ କରି ରାଜସ୍ଥାନ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ସଚିନ। ତେବେ ଜୁଲାଇ 21 ପର୍ଯ୍ୟନ୍ତ ପାଇଲଟ ଏବଂ ବିଦ୍ରୋହୀ ବିଧାୟକଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାକୁ ଶୁକ୍ରବାର ବାଚସ୍ପତିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.