ETV Bharat / bharat

ସିକ୍କିମ ବ୍ୟତୀତ ଉତ୍ତର-ପୂର୍ବ ରାଜ୍ୟ ପାଇଁ ସୀମା ଖୋଲିଲା ଆସାମ

ଆଜି ଠାରୁ ଉତ୍ତର-ପୂର୍ବ ରାଜ୍ୟ ପାଇଁ ସୀମା ଖୋଲିଲା ଆସାମ । ନିଜ ଶ୍ରମିକଙ୍କ ଫେରାଇ ଆଣିବାକୁ ସୀମା ଖୋଲାଯାଇଥିବା କହିଥିଲେ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ହେମନ୍ତ ଶର୍ମା । ଅଧିକ ପଢନ୍ତୁ...

author img

By

Published : May 3, 2020, 9:07 AM IST

ସିକ୍କିମ ବ୍ୟତୀତ ଉତ୍ତର-ପୂର୍ବ ରାଜ୍ୟ ପାଇଁ ସୀମା ଖୋଲିଲା ଆସାମ
ସିକ୍କିମ ବ୍ୟତୀତ ଉତ୍ତର-ପୂର୍ବ ରାଜ୍ୟ ପାଇଁ ସୀମା ଖୋଲିଲା ଆସାମ

ଗୌହ୍ବାଟୀ: ଦେଶରେ ସଂକ୍ରମଣ ବୃଦ୍ଧିକୁ ଦେଖି ତୃତୀୟ ଥର ଲକଡାଉନ ଜାରି ହୋଇଛି । ପ୍ରବାସୀ ଶ୍ରମିକ ଜୀବନ ଦିନକୁ ଦିନ ଜୀବନ ଜଟିଳ ହୋଇପଡିଛି । ଆଜି ଠାରୁ ଆସାମ କେବଳ ସିକ୍କିମ ଛାଡି ଦେଇ ଉତ୍ତର-ପୂର୍ବ ରାଜ୍ୟଗୁଡିକ ପାଇଁ ନିଜ ସୀମା ଖୋଲିଛି । ଯେଉଁ ବାଟ ଦେଇ ସମସ୍ତ ନିଜ ରାଜ୍ୟକୁ ଫେରିବେ ଶ୍ରମିକ । ଶନିବାର ଆସାମ ସ୍ବାସ୍ଥ୍ୟମନ୍ତ୍ରୀ ହେମନ୍ତ ବିଶ୍ବ ଶର୍ମା ଏନେଇ ଘୋଷଣା କରିଥିଲେ ।

ରାଜ୍ୟ ସରକାର ରବିବାର ଠାରୁ ଅନ୍ୟ ଉତ୍ତର-ପୂର୍ବ ରାଜ୍ୟ ସହ ଏହାର ସୀମା ଖୋଲିବେ ଏବଂ ପ୍ରବାସୀ ଲୋକେ ନିଜ ଘରକୁ ଫେରିବେ। ତେବେ ସିକ୍କିମରେ ଫସି ରହିଥିବା ଆସାମ ବାସିନ୍ଦାଙ୍କୁ ଅନୁମତି ଦିଆଯାଇନାହିଁ । କାରଣ ସେମାନଙ୍କୁ ପଶ୍ଚିମବଙ୍ଗ ଦେଇ ଆସିବାକୁ ପଡିବ । ଶର୍ମା ଆହୁରି କହିଛନ୍ତି, ଯେ କେବଳ ଆସାମକୁ ଆସିବା ପାଇଁ ସୀମା ଖୋଲାଯାଇଛି, ବାହାରକୁ ରାଜ୍ୟକୁ ଯିବାକୁ ହେଲେ ସେମାନଙ୍କ ସରକାରଙ୍କ ଉପରେ ନିର୍ଭର କରିବ।

ଆସାମର ସମସ୍ତ ବାସିନ୍ଦା ନିଜ ନିଜ ଗାଡିରେ ଆସି ପାରିବେ । ଏଥିପାଇଁ କୌଣସି ପାସ ମଧ୍ୟ ଆବଶ୍ୟକ ନାହିଁ। ଏଥିପାଇଁ ଉତ୍ତର-ପୂର୍ବର ସମସ୍ତ ରାଜ୍ୟ ସରକାରଙ୍କୁ କୁହାଯାଇଛି ସେମାନେ ରବିବାର ଠାରୁ ସୀମା ଖୋଲିବେ । ସୀମାନ୍ତରେ ଡାକ୍ତର ଉପସ୍ଥିତ ରହିବା ସହ ସମସ୍ତ ପ୍ରବାସୀଙ୍କ ସ୍କ୍ରିନଂ କରାଯିବା । ଆବଶ୍ୟକ ହେଲେ ସମସ୍ତଙ୍କୁ କ୍ବାରେଣ୍ଟାଇନରେ ରଖାଯିବ । ସନ୍ଧ୍ୟା 6 ଟା ସୁଦ୍ଧା ଆସାମରେ ପହଞ୍ଚିବାକୁ ପଡିବ । ଏହା ପରେ ଆସାମ ସରକାର ପୂର୍ବ-ଉତ୍ତର ରାଜ୍ୟର ରାଜଧାନୀ ବସ ଚଳାଚଳ କରିବା ନେଇ ଯୋଜନା ରଖିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.