ETV Bharat / bharat

7 ମାସ ପରେ ଖୋଲିଲା ଆସାମର କାମାକ୍ଷା ମନ୍ଦିର - କାମାକ୍ଷା ମନ୍ଦିର ଆସାମ

ଲକଡାଉନ ନିୟମ ଲାଗୁ ହେବାର 7 ମାସ ପରେ ଆସାମର କାମାକ୍ଷା ମନ୍ଦିରକୁ ଭକ୍ତଙ୍କ ପ୍ରବେଶ ପାଇଁ ଅନୁମତି ମିଳିଛି । ତେବେ ଭକ୍ତଙ୍କ ପାଇଁ କେବଳ ମନ୍ଦିରରେ ପରିକ୍ରମା କରିବାର ସୁଯୋଗ ମିଳିବ । ଅଧିକ ପଢନ୍ତୁ...

ଆସାମର କାମାକ୍ଷା ମନ୍ଦିର
ଆସାମର କାମାକ୍ଷା ମନ୍ଦିର
author img

By

Published : Oct 11, 2020, 2:17 PM IST

ଗୌହାଟି: ଆଜି(ରବିବାର) ଆସାମର କାମାକ୍ଷା ମନ୍ଦିର ଖୋଲିଛି । ଲକଡାଉନ ନିୟମ ଲାଗୁ ହେବାର 7 ମାସ ପରେ ମନ୍ଦିରକୁ ଭକ୍ତଙ୍କ ପ୍ରବେଶ ପାଇଁ ଅନୁମତି ମିଳିଛି । ତେବେ ଭକ୍ତଙ୍କ ପାଇଁ କେବଳ ମନ୍ଦିରରେ ପରିକ୍ରମା କରିବାର ସୁଯୋଗ ମିଳିବ ।

ସୂଚନା ଅନୁଯାୟୀ ଜିଲ୍ଲା ପ୍ରଶାସନର ଅନୁମତି କ୍ରମେ କାମାକ୍ଷା ଦେବାଳୟ ମ୍ୟାନେଜମେଣ୍ଟ କମିଟିର ନିଷ୍ପତ୍ତି ଅନୁଯାୟୀ ଭକ୍ତମାନଙ୍କ ମନ୍ଦିର ପରିକ୍ରମା ପାଇଁ ଅନୁମତି ଦିଆଯାଇଛି । ମନ୍ଦିର ପରିଚାଳନା କମିଟି ନିୟମ ଅନୁଯାୟୀ ସକାଳ 8ଟା ରୁ ସୂର୍ଯ୍ୟ ଅସ୍ତ ପର୍ଯ୍ୟନ୍ତ ମନ୍ଦିର ଦ୍ବାର ଖୋଲା ରହିବି । ଏହି ସମୟରେ ଭକ୍ତମାନେ ମନ୍ଦିର ପରିକ୍ରମା କରିପାରିବେ । ଦୂର୍ଗା ପୂଜା ସମୟରେ ଏହି ନିୟମକୁ ବଦଳାଯାଇ ପାରେ । ତେବେ ଭକ୍ତମାନଙ୍କୁ କୋଭିଡର ସମସ୍ତ ଗାଇଡଲାଇନ ମାନିବାକୁ ପଡିବ ।

ମନ୍ଦିରକୁ ପ୍ରବେଶ ସମୟରେ ରାପିଡ ଆଣ୍ଟିଜେନ ଟେଷ୍ଟ କରିବାକୁ ପଡିବ । ଏଥିପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମନ୍ଦିର ପ୍ରବେଶ ପଥରେ ଆଣ୍ଟିଜେନ ଟେଷ୍ଟର ବ୍ୟବସ୍ଥା କରାଯାଇଛି । ତେବେ ଦର୍ଶନର 3 ଦିନ ପୂର୍ବରୁ ଭକ୍ତଙ୍କୁ ଆଣ୍ଟିଜେନ ଟେଷ୍ଟ କରିବାକୁ ପଡିବ । ଏହି ଟେଷ୍ଟ ରିପୋର୍ଟ ଦେଖାଇ ଭକ୍ତମାନେ ମନ୍ଦିରକୁ ପ୍ରବେଶ କରିପାରିବେ । ଏଥିସହ ବିନା ମାସ୍କରେ ମନ୍ଦିର ପ୍ରବେଶ କରିପାରିବେ ନାହିଁ ଏବଂ ପ୍ରତ୍ୟେକଙ୍କୁ ଦର୍ଶନ ପାଇଁ 15 ମିନିଟ ସମୟ ଦିଆଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.