ଗୌହାଟୀ: ଆସାମରେ ଜଳ ପ୍ରଳୟ । ହେଲେ ବନ୍ୟା ପରିସ୍ଥିତିରେ ଆସୁଛି ସୁଧାର । ତିନି ଜିଲ୍ଲାର 1.35 ଲକ୍ଷ ଲୋକେ ବନ୍ୟା ଦ୍ବାରା ପ୍ରଭାବିତ ହୋଇ ଥିବା ବେଳେ 315 ଗାଁ ଜଳବନ୍ଦୀରେ ରହିଛନ୍ତି । ଏନେଇ ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ପକ୍ଷରୁ ସୂଚନା ମିଳିଛି । ନାଗାଓଁର 98,427 , ମୋରିଗାଓଁରେ 29,422 ଓ ଗୋଲପାରା ଜିଲ୍ଲାର 7,225 ଲୋକ ପ୍ରଭାବିତ ହୋଇଛନ୍ତି ।
18,807 ହେକ୍ଟର ଫସଲ ଜମି ଜଳମଗ୍ନ ହୋଇଛି । ବନ୍ୟା ଯୋଗୁଁ ପ୍ରାୟ 37,000 ଗୃହପାଳିତ ପଶୁ ଓ ଜାତୀୟ ଉଦ୍ୟାନ ପ୍ରଭାବିତ ହୋଇଛି । ଏହାସହ,ବନ୍ୟା ଯୋଗୁଁ ବିଭିନ୍ନ ସ୍ଥାନରେ ପୋଲ,ରାସ୍ତା ଓ କଲଭର୍ଟ ଧୋଇ ହୋଇଯାଇଛି । ଜିଆ ଭରଲି ନଦୀ ସୋନିଟପୁର ଜିଲ୍ଲାରେ ବିପଦ ସଙ୍କେତ ଉପରେ ପ୍ରଭାହିତ ହେଉଥିବା ବେଳେ ନାଗିନ୍ ଜିଲ୍ଲାରେ କୋପିଲି ନଦୀ ମଧ୍ୟ ବିପଦ ସଙ୍କେତ ଅତିକ୍ରମ କରିଛି । ତେବେ ,ଚଳିତ ବର୍ଷ ବନ୍ୟାରେ 22 ଜିଲ୍ଲାର 122 ଜଣଙ୍କ ଜୀବନ ଯାଇଥିବା ବେଳେ ଭୂସ୍ଖଳନରେ 26 ଜଣଙ୍କର ମୃତ୍ୟୁ ଘଟିଛି।
@ IANS