ETV Bharat / bharat

ଆସାମରେ ବନ୍ୟା ବିତ୍ପାତ, ଜଳବନ୍ଦୀରେ 3.18 ଲକ୍ଷ ଲୋକେ

ଆସାମରେ ଜଳ ପ୍ରଳୟ । ଜଳବନ୍ଦୀରେ 13 ଜିଲ୍ଲାର 3.18 ଲକ୍ଷ ଲୋକେ । 13,463 ହେକ୍ଟର ଚାଷ ଜମି ନଷ୍ଟ । ଅଧିକ ପଢନ୍ତୁ...

Assam flood situation deteriorates; 3.18 lakh people affected in 13 districts
ଆସାମରେ ବନ୍ୟା ବିତ୍ପାତ, ଜଳବନ୍ଦୀରେ 3.18 ଲକ୍ଷ ଲୋକେ
author img

By

Published : Sep 29, 2020, 11:30 AM IST

ଗୌହାଟୀ: ଆସାମରେ ଜଳ ପ୍ରଳୟ । 13 ଜିଲ୍ଲାର 3.18 ଲକ୍ଷ ଲୋକେ ଜଳବନ୍ଦୀରେ ରହିଛନ୍ତି । ଏହାସହ ନାଗାଓଁରେ ପାଣିରେ ବୁଡି ଜଣଙ୍କର ମୃତ୍ୟୁ ହୋଇଛି । ଚଳିତ ବର୍ଷ ବନ୍ୟାରେ 119 ଜଣଙ୍କ ଜୀବନ ଯାଇଛି । ଏନେଇ ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ପକ୍ଷରୁ ସୂଚନା ମିଳିଛି । ଧିମାଜୀ, ଲକ୍ଷ୍ମୀପୁର, ବିଶ୍ବନାଥ, କାମ୍ରୁପ, ମୋରିଗାଓଁ, ହୋଜାଇ, ନାଗାଓଁ, ମଜୁଲି, ଜୋରହାଟ, ଶିଭାସାଗର ,ଡିବ୍ରୁଗଡ ଓ ଟିନସୁକିଆ ଜିଲ୍ଲା ବନ୍ୟା ଦ୍ବାରା ପ୍ରଭାବିତ ହୋଇଛି | ନାଗାଓଁ, ମୋରିଗାଓଁର ଓ କାମ୍ରୁପ ଜିଲ୍ଲାର 1.99 ଲକ୍ଷ ଲୋକେ ବିଶେଷ ଭାବରେ କ୍ଷତିଗ୍ରସ୍ତ ହୋଇଛନ୍ତି ।

ରାଜ୍ୟର 389 ଗାଁ ଜଳମଗ୍ନ ହୋଇଥିବା ବେଳେ 13,463 ହେକ୍ଟର ଚାଷ ଜମି ନଷ୍ଟ ହୋଇଛି । ଚାରୋଟି ଜିଲ୍ଲାରେ 13 ଟି ରିଲିଫ କ୍ୟାମ୍ପରେ 177 ଜଣ ଲୋକ ଆଶ୍ରୟ ନେଇଛନ୍ତି । ବନ୍ୟା ପ୍ରପୀଡିତଙ୍କୁ ରିଲିଫ ବଣ୍ଟନ ମଧ୍ୟ କରାଯାଉଛି । ବ୍ରହ୍ମପୁତ୍ର ନଦୀ ଜୋରହାଟ ଜିଲ୍ଲାର ନିମାଟିଘାଟ ଓ ସୋନିଟପୁରର ତେଜପୁରରେ ବିପଦ ସଙ୍କେତ ଉପରେ ପ୍ରଭାହିତ ହେଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.