ETV Bharat / bharat

ଆସାମରେ ଜଳ ପ୍ରଳୟ, 2.25 ଲକ୍ଷ ଲୋକେ ପ୍ରଭାବିତ

ଆସାମରେ ବନ୍ୟା ବିତ୍ପାତ । ଜଳଘେରରେ 2.25 ଲକ୍ଷ ଲୋକେ । 10,000 ହେକ୍ଟର ଚାଷ ଜମି ନଷ୍ଟ । ଅଧିକ ପଢନ୍ତୁ....

Assam flood deteriorates, affects 2.25 lakh people in 9 districts
ଆସାମରେ ଜଳ ପ୍ରଳୟ, 2.25 ଲକ୍ଷ ଲୋକେ ପ୍ରଭାବିତ
author img

By

Published : Sep 28, 2020, 9:02 AM IST

ଗୌହାଟୀ: ଆସାମରେ ଜଳ ପ୍ରଳୟ । 9ଟି ଜିଲ୍ଲାର 2.25 ଲକ୍ଷ ଲୋକେ ପ୍ରଭାବିତ ହୋଇଛନ୍ତି । 219 ଗାଁ ବନ୍ୟାରେ ପ୍ରଭାବିତ ହୋଇଥିବା ବେଳେ 10,000 ହେକ୍ଟର ଚାଷ ଜମି ନଷ୍ଟ ହୋଇଛି । ଏନେଇ ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ପକ୍ଷରୁ ସୂଚନା ମିଳିଛି । ନାଗାଓଁ ଜିଲ୍ଲାର 43ଟି ରିଲିଫ କ୍ୟାମ୍ପରେ ଶତାଧିକ ଲୋକ ଆଶ୍ରୟ ନେଇଛନ୍ତି। ଧମାଜୀ, ଲାଖିମପୁର, ନାଗାଓଁ, ମୋରିଗାଓଁ, ଟିନସୁକିଆ, ଡିବ୍ରୁଗଡ ଓ ସିଭାସାଗର ଜିଲ୍ଲା ଗୁଡିକ ଅଧିକ ପ୍ରଭାବିତ ହୋଇଛି ।

40,000 ଗୃହପାଳିତ ପଶୁ ମଧ୍ୟ ପ୍ରଭାବିତ ହୋଇଥିଲା ବେଳେ ବିଭିନ୍ନ ସ୍ଥାନରେ ସଡକ, ବ୍ରିଜ୍, ବନ୍ଧ ଓ କଲଭର୍ଟ ଧୋଇ ଯାଇଛି । ବ୍ରହ୍ମପୁତ୍ର ଜୋରହାଟ ଓ ସୋନିଟପୁର ଜିଲ୍ଲାର ନେମାଟିଘାଟରେ ବିପଦ ସଙ୍କେତ ଉପରେ ପ୍ରଭାହିତ ହେଉଥିଲା ବେଳେ ଉପନଦୀ ଜିଆ ଭରଲି ଓ କୋପିଲି ସୋନିଟପୁର ଓ ନାଗାଓଁ ଜିଲ୍ଲାରେ ବିପଦ ସଙ୍କେତ ଉପରେ ପ୍ରଭାହିତ ହେଉଛି । ଅଗଷ୍ଟରେ ହୋଇଥିବା ବନ୍ୟାରେ 22 ଜିଲ୍ଲାରେ 118 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଭୂସ୍ଖଳନରେ 26 ଜଣଙ୍କର ଜୀବନ ଯାଇଥିଲା । 33 ଜିଲ୍ଲାର ମଧ୍ୟରୁ 30 ଜିଲ୍ଲାର 57 ଲକ୍ଷ ଲୋକ ପ୍ରଭାବିତ ହୋଇଥିଲେ ।

@ IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.