ETV Bharat / bharat

ଆସାମରେ ବନ୍ୟା ବିପତ୍ତି: କାଜିରଙ୍ଗା ଜାତୀୟ ଉଦ୍ୟାନରେ 11 ଗଣ୍ଡା ଓ 40ରୁ ଊର୍ଦ୍ଧ୍ବ ହରିଣ ମୃତ - ଆସାମ ବନ୍ୟା

ଆସାମରେ ସୁଧୁରୁନି ବନ୍ୟାପରିସ୍ଥିତି, କାଜିରଙ୍ଗା ଜାତୀୟ ଉଦ୍ୟାନରେ ବନ୍ୟା ଜଳ ପଶି ଯିବାରୁ ମୋଟ 113ଟି ପ୍ରାଣୀ ପ୍ରାଣ ହରାଇଛନ୍ତି। ଅଧିକ ପଢନ୍ତୁ...

ଆସାମରେ ବନ୍ୟା ବିପତ୍ତି, କାଜିରଙ୍ଗା ଜାତୀୟ ଉଦ୍ୟାନରେ 11 ଗଣ୍ଡା ଓ 40ରୁ ଉର୍ଦ୍ଧ୍ବ ହରିଣ ମୃତ

author img

By

Published : Jul 22, 2020, 7:05 PM IST

ଗୌହାଟୀ: ଭାରତର ଉତ୍ତର-ପୂର୍ବ ରାଜ୍ୟ ଆସାମରେ ବନ୍ୟା ପରିସ୍ଥିତି ଭୟଙ୍କର ରୂପ ନେଉଛି । ରାଜ୍ୟର ପ୍ରାୟ 28ଟି ଜିଲ୍ଲା ଜଳମଗ୍ନ ହୋଇଛି। ପ୍ରକୃତିର ବିପର୍ଯ୍ୟୟ ହେତୁ ଏପର୍ଯ୍ୟନ୍ତ 85 ଜଣ ଲୋକ ପ୍ରାଣ ହରାଇଥିବାବେଳେ ଲକ୍ଷ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି।

ମଣିଷ ବ୍ୟତୀତ ଏହି ପ୍ରାକୃତିକ ବିପର୍ଯ୍ୟୟର ପଶୁମାନେ ମଧ୍ୟ ଶିକାର ହୋଇଛନ୍ତି । ବିଶ୍ୱ ପ୍ରସିଦ୍ଧ କାଜିରଙ୍ଗା ଜାତୀୟ ଉଦ୍ୟାନରେ ଚଳିତ ବନ୍ୟାରେ 113 ପ୍ରାଣୀ ପ୍ରାଣ ହରାଇଛନ୍ତି।

ବର୍ଷା ପରେ ବ୍ରହ୍ମପୁତ୍ର ନଦୀରେ ଜଳ ସ୍ତର ବଢି ଏହା ରାଜ୍ୟର ବିଭିନ୍ନ ଜିଲ୍ଲା ସହ କାଜିରଙ୍ଗା ଜାତୀୟ ଉଦ୍ୟାନରେ ପଶିଯାଇଛି । ବନ୍ୟା ଯୋଗୁଁ ହାତୀ, ହରିଣ, ଗୋଟିଏ ଶିଙ୍ଗ ବିଶିଷ୍ଟ ବିରଳ ପ୍ରଜାତିର ଗଣ୍ଡା ଜାତୀୟ ଉଦ୍ୟାନ ଛାଡି ରାସ୍ତାର ଅପର ପାର୍ଶ୍ୱରେ ବୁଲୁଛନ୍ତି। ନିକଟରେ ପାଣିରୁ ଏକ ଗଣ୍ଡା ବାହାରି କାଜିରଙ୍ଗା ଜାତୀୟ ଉଦ୍ୟାନର ରାଜପଥରେ ବସିଥିଲା, ଯେଉଁଥିପାଇଁ ଟ୍ରାଫିକ ଜାମ ହୋଇଥିଲା। ଏହାପରେ ରେଞ୍ଜର୍ସ ଗଣ୍ଡାଟିକୁ ଘଉଡାଇଥିଲେ ।

କାଜିରଙ୍ଗା ଜାତୀୟ ଉଦ୍ୟାନ ନିର୍ଦ୍ଦେଶକ ଶିବ କୁମାରଙ୍କ ଅନୁଯାୟୀ, 'ଚଳିତ ବର୍ଷ 113 ପ୍ରାଣୀଙ୍କର ମୃତ୍ୟୁ ଘଟିଛି, ସେଥିମଧ୍ୟରେ 11ଟି ବିରଳ ପ୍ରଜାତିର ଗଣ୍ଡା ରହିଛନ୍ତି। ସେମାନଙ୍କୁ ବଞ୍ଚାଇବା ପାଇଁ ପାର୍କ ଭିତରେ ଉଚ୍ଚସ୍ଥାନ ନିର୍ମାଣ କରାଯାଇଛି ଏବଂ ଅନ୍ୟାନ୍ୟ ବିପର୍ଯ୍ୟୟ ସମୟରେ ଏହି ପ୍ରାଣୀମାନଙ୍କୁ ଉଦ୍ଧାର କରାଯାଇପାରିବ। ହାଇଲାଣ୍ଡ ପାର୍କ ମଧ୍ୟରେ ଏକ ଉଚ୍ଚ କ୍ଷେତ୍ର ଅଛି, ଯେଉଁଠାରେ ବର୍ଷା ଜଳ ପହଞ୍ଚେ ନାହିଁ' ।

ଶିବ କୁମାର କହିଛନ୍ତି ଯେ, ଏପରି ବନ୍ୟା ପୂର୍ବରୁ ବହୁତ କ୍ୱଚିତ ଘଟିଥିଲା। କାରଣ ପୂର୍ବରୁ କେବେବି ଏତେ ମାତ୍ରାରେ ବିରଳ ଗଣ୍ଡା ପ୍ରାଣ ହରାଇ ନାହାଁନ୍ତି । ଖାଲି ସେତିକି ନୁହେଁ, ଏଥିରେ 40ରୁ ଅଧିକ ହରିଣ ମଧ୍ୟ ପ୍ରାଣ ହରାଇଛନ୍ତି ।

ପାର୍କ ଉପରେ ନଜର ରଖିଥିବା ରେଞ୍ଜରମାନେ କହିଛନ୍ତି ଯେ ଜଳ ଟିକେ କମ ହେବା ମାତ୍ରେ ପଶୁମାନେ ପୁନର୍ବାର ପାଣି ଭିତରକୁ ଯାଆନ୍ତି, କିନ୍ତୁ ଜଳବୃଦ୍ଧି ହ୍ରାସ ପାଇଲେ ସେମାନେ ଉଚ୍ଚଭୂମିକୁ ପଳେଇ ଆସନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.