ETV Bharat / bharat

ଦଳ ବିରୋଧୀ କାର୍ଯ୍ୟ ପାଇଁ ବହିଷ୍କୃତ ହେଲେ ପୂର୍ବତନ ବିଧାୟିକା ରୁମି ନାଥ

author img

By

Published : Oct 10, 2020, 3:17 PM IST

ଦଳ ବିରୋଧି କାର୍ଯ୍ୟ ପାଇଁ ବହିଷ୍କୃତ ହେଲେ ଆସାମର ପୂର୍ବତନ ବିଧାୟିକା ରୁମି ନାଥ। ରୁମି ନାଥଙ୍କୁ 6 ବର୍ଷ ପାଇଁ ଦଳରୁ ନିଲମ୍ବିତ କରାଯାଇଛି । ବିଜେପି ସହ ସମ୍ପର୍କରେ ଥିବା ହୋଇଥିଲା ଅଭିଯୋଗ। ଅଧିକ ପଢନ୍ତୁ.........

Assam Congress expels ex-MLA
Assam Congress expels ex-MLA

ଗୌହାଟି: ଦଳ ବିରୋଧି କାର୍ଯ୍ୟ ପାଇଁ ବହିଷ୍କୃତ ହେଲେ ଆସାମର ଆଉ ଜଣେ କଂଗ୍ରେସ ନେତ୍ରୀ । ବିଜେପି ସହ ସମ୍ପର୍କ ରଖିବା ଅଭିଯୋଗରେ ଆସାମ କଂଗ୍ରେସର ପୂର୍ବତନ ବିଧାୟିକା ରୁମି ନାଥଙ୍କୁ 6 ବର୍ଷ ପାଇଁ ଦଳରୁ ବହୁଷ୍କାର କରାଯାଇଛି ।

ଆସାମ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ପୂର୍ବତନ ବିଧାୟିକା ରୁମି ନାଥଙ୍କୁ ଗତ 21 ତାରିଖରେ ଦଳ ବିରୋଧୀ ଆଚରଣ ପାଇଁ କାରଣ ଦର୍ଶାଅ ନୋଟିସ ଜାରି କରାଯିବା ସହ କାହିଁକି ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ସେ ସମ୍ପର୍କରେ ସ୍ପଷ୍ଟିକରଣ ମଗାଯାଇଥିଲା । ଗତ 28 ତାରିଖରେ ସେ ନିଜର ଉତ୍ତର ରଖିଥିଲେ । କିନ୍ତୁ ତାଙ୍କ ଠାରୁ କିଛି ସନ୍ତୋଷଜନକ ଉତ୍ତର ନମିଳିବାରୁ ଦଳ ପକ୍ଷରୁ ତାଙ୍କୁ ବହିଷ୍କାର କରାଯାଇଥିବା କୁହାଯାଇଛି । ସନ୍ତୋଷଜନକ ଉତ୍ତର ନମିଳିବାରୁ ପ୍ରଦେଶ କଂଗ୍ରେସ ସଭାପତି ରିପୁନ ବୋରା ତାଙ୍କୁ ଦଳର ପ୍ରାଥମିକ ସଦସ୍ୟତାରୁ 6 ବର୍ଷ ପର୍ଯ୍ୟନ୍ତ ବହିଷ୍କାର କରିଛନ୍ତି । ମାତ୍ର ଗୋଟିଏ ଦିନ ପୁର୍ବରୁ ଅନ୍ୟ ଜଣେ କଂଗ୍ରେସ ନେତା ରାଜଦ୍ବୀପ ଗ୍ବଲାଙ୍କୁ ମଧ୍ୟ ସମାନ ଅଭିଯୋଗ ପାଇଁ ନିଲମ୍ବିତ କରିଥିଲା ଦଳ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.