ETV Bharat / bharat

କ୍ବାରେଣ୍ଟାଇନ ସେଣ୍ଟର ବିରୋଧରେ କଥା ହୋଇ ବିଧାୟକ ଗିରଫ - ଆସାମ ନ୍ୟୁଜ

ମହାମାରୀ କୋରୋନାକୁ ନେଇ ଚିକିତ୍ସିତ ହେଉଥିବା ସଂକ୍ରମିତ ମାନଙ୍କୁ ରଖାଯାଇଥିବା କ୍ବାରେଣ୍ଟାଇ ସେଣ୍ଟର ବିରୋଧରେ ଅପମାନଜନକ ଶଦ୍ଦ ପ୍ରୟୋଗ କରି ଆସାମରେ ଏଆଇଡିୟୁଏଫ ନେତା ଗିରଫ । ଅଧିକ ପଢନ୍ତୁ....

DOC Title * assam-aiduf-mla-arrested-for-using-insulting-words-against-quarantinecenter
କ୍ବାରେଣ୍ଟାଇସେଣ୍ଟର ବିରୋଧରେ ଟେଲିଫୋନିକ୍ ବାର୍ତ୍ତାଳାପ କରି ଏଆଇଡିୟୁଏଫ ବିଧାୟକ ଗିରଫ
author img

By

Published : Apr 7, 2020, 3:29 PM IST

ଗୌହାଟୀ: ମହାମାରୀ କୋରୋନାକୁ ନେଇ ଚିକିତ୍ସିତ ହେଉଥିବା ସଂକ୍ରମିତ ମାନଙ୍କୁ ରଖାଯାଇଥିବା କ୍ବାରେଣ୍ଟାଇନ ସେଣ୍ଟର ବିରୋଧରେ ଅପମାନଜନକ ଶଦ୍ଦ ପ୍ରୟୋଗ କରି ଆସାମରେ ଏଆଇଡିୟୁଏଫ ନେତା ଗିରଫ ।

ଖବର ମୁତାବକ ଆସାମର ଧିଙ୍ଗ ନିର୍ବାଚନମଣ୍ଡଳୀରୁ ଅଲ୍ ଇଣ୍ଡିଆ ୟୁନାଇଟେଡ୍ ଡେମୋକ୍ରାଟିକ୍ ଫ୍ରଣ୍ଟ (ଏଆଇଡିୟୁଏଫ୍) ବିଧାୟକ ଅମିନୁଲ ଇସଲାମଙ୍କୁ ଗିରଫ କରାଯାଇଛି । ଏନେଇ ଆସାମ ରାଜ୍ୟ ପୋଲିସ ମୁଖ୍ୟ ଭାସ୍କର ଜ୍ୟୋତି ମହନ୍ତ ସୂଚନା ଦେଇଛନ୍ତି । ବିଧାୟକ ଇସଲାମ ଏବଂ ଅନ୍ୟ ଜଣେ ବ୍ୟକ୍ତିଙ୍କ ମଧ୍ୟରେ ଟେଲିଫୋନିକ୍ ବାର୍ତ୍ତାଳାପର ଏକ ଅଡିଓ କ୍ଲିପ୍ ସୋସିଆଲ ମିଡିଆରେ ପ୍ରସାର ହୋଇଛି । ଯେଉଁଥିରେ ଆଇନଜୀବୀଙ୍କ ସହିତ ବିଧାୟକ କ୍ବାରେଣ୍ଟାଇନ ସୁବିଧା ଏବଂ ଡାକ୍ତରଖାନା ବିଷୟରେ 'ଅପମାନଜନକ' କଥାବାର୍ତ୍ତା କରିଛନ୍ତି ।

ବିଧାୟକ ଅମିନୁଲ ଇସଲାମ ବିରୋଧରେ ଅପରାଧିକ ଷଡଯନ୍ତ୍ର, ଅନ୍ୟମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରସାର ଆଦି ଆଇପିସିର ବିଭିନ୍ନ ଧାରା ମାମଲାରେ ରୁଜୁ କରାଯାଇଛି ବୋଲି ଆସାମ ଡିଜିପି କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.