ହରିଦ୍ବାର: ସମ୍ପୂର୍ଣ୍ଣ ବିଧି ବିଧାନ ସହ ପବିତ୍ର ଗଙ୍ଗା ନଦୀରେ ବିସର୍ଜନ କରାଯାଇଛି ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଅସ୍ଥି । ହରିଦ୍ବାରର ହରକିପେଡି ସ୍ଥିତ ବ୍ରହ୍ମକୁଣ୍ଡରେ ବୈଦିକ ମନ୍ତ୍ରୋଚାରଣ ସହ ପ୍ରଣବ ଦା'ଙ୍କ ଅସ୍ଥି ବିସର୍ଜନ କରାଯାଇଛି । ଏହି ସମୟରେ କଂଗ୍ରେସର ଅନେକ ବରିଷ୍ଠ ନେତାଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ସାମିଲ ରହିଥିଲେ ।
ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ହରିଦ୍ବାର ସହ ଗଭୀର ସମ୍ପର୍କ ରଖିଥିଲା। ହରିଦ୍ବାରରେ ପ୍ରଣବ ଦା' 2 ଥର ମା' ଗଙ୍ଗାଙ୍କ ଆଳତୀରେ ଯୋଗ ଦେଇଥିଲେ।
ବୁଧବାର ସମ୍ପୂର୍ଣ୍ଣ ରାଜକୀୟ ସମ୍ମାନର ସହ ରାଜଧାନୀ ଦିଲ୍ଲୀର ଲୋଧିରୋଡ ସ୍ଥିତ ଶ୍ମଶାନରେ ପ୍ରଣବ ଦା'ଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା । ଏହା ପୂର୍ବରୁ ସମଗ୍ର ଦେଶ ପୂର୍ବତନ ରାଷ୍ଟ୍ରପତିଙ୍କୁ ଅଶୃଳ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ