ହାଇଦ୍ରାବାଦ: ଜଗତଜନନୀ ମା' ଦୁର୍ଗାଙ୍କ ଭକ୍ତ ବର୍ଷରେ 4ଥର ନବରାତ୍ରୀ ପୂଜା କରିଥାନ୍ତି । ଚୈତ୍ର, ଆଶ୍ବୀନ, ମାଘ ଓ ଆଷାଢ ମାସରେ ମା'ଙ୍କ ନବରାତ୍ରୀ ପୂଜା ହୋଇଥାଏ । କିନ୍ତୁ ମାଘ ଓ ଆଷାଢମାସର ନବରାତ୍ରୀ ଟିକେ ଅଲଗା । ଏହି ମାସର ନବରାତ୍ରୀକୁ ଗୁପ୍ତ ନବରାତ୍ରୀ କୁହାଯାଏ । ଏହି ଗୁପ୍ତ ନବରାତ୍ରୀରେ ମା' ଦୁର୍ଗାଙ୍କ ନଅ ସ୍ବରୂପ ବଦଳରେ 10 ମହାବିଦ୍ୟାଙ୍କ ପୂଜାର ବିଧାନ ରହିଛି । 22ଜୁନରୁ ଆଷାଢ ଗୁପ୍ତ ନବରାତ୍ରୀ ଆରମ୍ଭ ହୋଇ ଓ ଏହାର ସମାପନ 30ଜୁନରେ ହେବ ।
ତେବେ ମାଘ ଓ ଆଷାଢ ମାସରେ ପଡୁଥିବା ନବରାତ୍ରୀ ତନ୍ତ୍ର ବିଦ୍ୟାରେ ବିଶ୍ବାସ ରଖୁଥିବା ତାନ୍ତ୍ରିକଙ୍କ ପାଇଁ ବେଶ୍ ମହତ୍ତ୍ବପୂର୍ଣ୍ଣ ରହିଛି । କାରଣ ଏହି 9ଦିନ ମା'ଙ୍କ ପୂଜା କଲେ ମନସ୍କାମନା ପୂର୍ଣ୍ଣ ହୋଇଥାଏ । ଗୁପ୍ତ ନବରାତ୍ରୀ ପୂଜା ଅନ୍ୟ ନବରାତ୍ରୀ ପୂଜା ପରି କରାଯାଇଥାଏ । ନଅ ଦିନର ବ୍ରତର ସଂକଳ୍ପ ନେଇ ସାଧକ ପ୍ରଥମ ଦିନରେ ଘଟ ସ୍ଥାପନା କରିଥାଏ । ପ୍ରତିଦିନ ସକାଳେ ମା'ଦୁର୍ଗାଙ୍କ ପୂଜା କରାଯାଇଥାଏ । ଅଷ୍ଟମୀ କିମ୍ବା ନବମୀ ଦିନ କନ୍ୟା ପୂଜନର ବିଧି ରହିଛି ।
ଅନ୍ୟପଟେ ତନ୍ତ୍ର ସାଧକ ମା'ନଅ ସ୍ବରୀପ ପରିବର୍ତ୍ତେ 10 ମହାବିଦ୍ୟା-ମା'କାଳୀ, ତାରା ଦେବୀ, ତ୍ରୀପୁରା ସୁନ୍ଦରୀ, ଭୁବନେଶ୍ବରୀ,ମାତା ଛିନ୍ନମସ୍ତା, ତ୍ରୀପୁରା ଭୈରବୀ, ମା'ଧ୍ରୁମାବତି, ମା' ବଙ୍ଗଳାମୁଖୀ, ମାତଙ୍ଗୀ ଓ କମଳା ଦେବୀଙ୍କ ସାଧନା କରିଥାନ୍ତି ।