ETV Bharat / bharat

କୋରୋନା ମୁକାବିଲା: ବିରୋଧୀ ଦଳକୁ ଧନ୍ୟବାଦ ଜଣାଇଲେ କେଜ୍ରିୱାଲ

author img

By

Published : Jul 15, 2020, 9:07 PM IST

କୋରୋନା ମହାମାରୀରେ ଦିଲ୍ଲୀକୁ ସହାୟତା କରିଥିବାରୁ ବିରୋଧୀଦଳକୁ ଧନ୍ୟବାଦ ଜଣାଇଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ।

kejriwal
ବିରୋଧୀଦଳକୁ ଧନ୍ୟବାଦ ଜଣାଇଲେ କେଜ୍ରିୱାଲ

ନୂଆଦିଲ୍ଲୀ: କୋରୋନା ମହାମାରୀରେ ଦିଲ୍ଲୀକୁ ସହାୟତା କରିଥିବାରୁ ବିରୋଧୀଦଳକୁ ଧନ୍ୟବାଦ ଜଣାଇଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଯଦି ଦିଲ୍ଲୀ ସରକାର କୋରୋନା ମୁକାବିଲା କରିବାକୁ ଏକୁଟିଆ ନିଷ୍ପତ୍ତି ନେଇଥାନ୍ତେ ତେବେ ଆମେ ବିଫଳ ହେଇଥାନ୍ତୁ । ଏଥିପାଇଁ ଆମେ କେନ୍ଦ୍ର ସରକାରଙ୍କ ସମେତ ଏନଜିଓ ଏବଂ ଧାର୍ମିକ ଅନୁଷ୍ଠାନଗୁଡିକର ସାହାଯ୍ୟ ଲୋଡିଥିଲୁ ବୋଲି କେଜ୍ରିୱାଲ କହିଛନ୍ତି ।

ଏଥିସହ ସେ କହିଛନ୍ତି, ଏହି କୋରୋନା ମୁକାବିଲା ସମୟରେ ଆମେ ଅନ୍ୟ ଦଳର ମଧ୍ୟ ସାହାର୍ଯ୍ୟ ଲୋଡିଥିଲୁ । ଏଣୁ ମୁଁ ବିଜେପି ଏବଂ କଂଗ୍ରେସ ଦଳ ସମେତ ଅନ୍ୟଦଳକୁ ଏହି ସଙ୍କଟ ସମୟରେ ସହାୟତାର ହାତ ବଢାଇଥିବାରୁ ସେମାନଙ୍କୁ ଧନ୍ୟବାଦ ଜଣାଉଛି ।

କୋରୋନା ମହାମାରୀ ‘ଦିଲ୍ଲୀ ମଡେଲ’ ସମ୍ପର୍କରେ କେଜ୍ରିୱାଲ କହିଛନ୍ତି, ଏହି ମଡେଲର ମୂଳ ଉଦ୍ଦେଶ୍ୟ ହେଉଛି ଲୋକଙ୍କୁ ଏକାଠି କରାଇବା । ଯେତେବେଳେ ଆମେ ଟେଷ୍ଟିଂ କ୍ଷମତା ବଢାଇବା ପାଇଁ କେନ୍ଦ୍ରକୁ ସହାୟତା ମାଗିଥିଲୁ ସେହି ସମୟରେ କେନ୍ଦ୍ର ଆମକୁ ସାହାଯ୍ୟ କରିଥିବା ବୋଲି କେଜ୍ରିୱାଲ କହିଛନ୍ତି ।

ପ୍ରକାଶ ଥାଉକି, ଦିଲ୍ଲୀରେ ବର୍ତ୍ତମାନ 1 ଲକ୍ଷ 15 ହଜାର 346 କୋରୋନା ଆକ୍ରାନ୍ତ ରହିଛନ୍ତି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 3446 ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.