ETV Bharat / bharat

‘ଭଗବାନଙ୍କ ଉପରେ ଭରସା ରଖ, ପବିତ୍ର ଶକ୍ତି ଆପଣଙ୍କ ସହିତ’ - ଦିଲ୍ଲୀ ବିଧାନସଭା ନିର୍ବାଚନ

ସିଏମ ଅରବିନ୍ଦ କେଜ୍ରିୱାଲ ଟ୍ବିଟ କରି ଦିଲ୍ଲୀ ମତଦାତାଙ୍କୁ ଦେଇଛନ୍ତି । ଭଗବାନଙ୍କ ଉପରେ ଭରସା ରଖନ୍ତୁ, ସମସ୍ତ ପବିତ୍ର ଶକ୍ତିପୁଞ୍ଜ ଆପଣଙ୍କ ସହ ରହିଛନ୍ତି ବୋଲି ଅରବିନ୍ଦ କେଜ୍ରିୱାଲ କହିଛନ୍ତି । ଅଧିକ ପଢନ୍ତୁ...

ଫାଇଲ ଫଟୋ
ଫାଇଲ ଫଟୋ
author img

By

Published : Feb 7, 2020, 3:13 PM IST

ନୂଆଦିଲ୍ଲୀ: ଅପେକ୍ଷା 8 ତାରିଖକୁ । ଦିଲ୍ଲୀର ଭାଗ୍ୟ ନିର୍ଦ୍ଧାରଣ କରିବେ ଦିଲ୍ଲୀବାସୀ । ସରକାର ଗଢିବା ପାଇଁ ନିର୍ଣ୍ଣାୟକ ଭୂମିକା ତୁଲାଉଥିବା ଭୋଟର ଭଗବାନ ଦିଲ୍ଲୀ ପାଇଁ ଭୋଟ ଦେବେ । ଶନିବାର ମତଦାନ ଅନୁଷ୍ଠିତ ହେବ । ପ୍ରଚାର ଗୁରୁବାର ଶେଷ ହୋଇଛି । ଏବେ ପ୍ରାର୍ଥୀ ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ଭିନ୍ନ ଭିନ୍ନ ରାସ୍ତା ଆପଣାଉଛନ୍ତି । ଅନେକ ଦଳ ଭୋଟରଙ୍କୁ ଟଙ୍କା ବାଣ୍ଟିବା ଭଳି ଅଭିଯୋଗ ରହିଛି । ଏହାକୁ ନଜରରେ ରଖି ସିଏମ ଅରବିନ୍ଦ କେଜ୍ରିୱାଲ ଆସିବା ଟ୍ବିଟ କରି ଦିଲ୍ଲୀ ମତଦାତାଙ୍କୁ ଭାବୁକ ଭରା ଟ୍ବିଟ କରିଛନ୍ତି । ଭଗବାନଙ୍କ ଉପରେ ଭରସା ରଖନ୍ତୁ, ସମସ୍ତ ପବିତ୍ର ଶକ୍ତିପୁଞ୍ଜ ଆପଣଙ୍କ ସହ ରହିଛନ୍ତି ବୋଲି ଅରବିନ୍ଦ କେଜ୍ରିୱାଲ କହିଛନ୍ତି ।

ଅରବିନ୍ଦ କେଜ୍ରିୱାଲ ନିଜ ଟ୍ବିଟରେ ବିରଧି ଦଳଙ୍କ ଉପରେ ଆକ୍ରମଣାତ୍ମକ ଆଭିମୁଖ୍ୟ ଦେଖାଇଛନ୍ତି । ନିଜ ଟ୍ବିଟରେ ସେ ଲେଖିଛନ୍ତି, ‘ମୋତେ ଅନେକ ଲୋକଙ୍କ ଫୋନ ଆସୁଛି ଯେ, ବିରୋଧି ଦଳର ନେତା ପଇସା ବାଣ୍ଟିବେ, ଷଡଯନ୍ତ୍ର କରିବେ । ’

ଫଟୋ ସୌଜନ୍ୟ: ଟ୍ବିଟର@ArvindKejriwal
ଫଟୋ ସୌଜନ୍ୟ: ଟ୍ବିଟର@ArvindKejriwal

ମୋର ସମସ୍ତଙ୍କୁ ଅପିଲ, ଭଗବାନ ଆପଙ୍କ ସହ ଅଛନ୍ତି । ଆପଣ 5 ବର୍ଷ ପୁଣ୍ୟ ଅର୍ଜନ କରିଛନ୍ତି, ପ୍ରାର୍ଥନା, ଆଶୀର୍ବାଦ ଲାଭ କରିଛନ୍ତି । ଗଲା କିଛି ଦିନ ହେବ ସେମାନେ କରିଥିବା ସମସ୍ତ ଷଡଯନ୍ତ୍ର ଫେଲ ମାରିଛି । ପ୍ରଭୁଙ୍କ ଉପରେ ଭରସା ରଖ, ସମସ୍ତ ପବିତ୍ର ଶକ୍ତିପୁଞ୍ଜ ଆପଣଙ୍କ ସହ ରହିଛନ୍ତି । ନିଜ ଟ୍ବିଟର ପେଜରେ ଏମିତି କିଛି ଲେଖି ସେ ଭୋଟର ଓ ଦଳୀୟ କର୍ମୀଙ୍କୁ ଉତ୍ସାହ ସହ ମତଦାନ ପୂର୍ବରୁ ସକରାତ୍ମକ ବାର୍ତ୍ତା ଦେଇଛନ୍ତି ।

ଏଠାରେ ସୂଚନା ଯୋଗ୍ୟ ଯେ, ଏହା ପୂର୍ବରୁ ସିଏମ କେଜ୍ରିୱାଲ ଆପ୍‌ର ସମସ୍ତ ପାର୍ଥୀଙ୍କୁ କାମ ଆଧାରରେ ଦିଲ୍ଲୀବାସୀ ପୁନର୍ବାର ଆପ୍‌କୁ ଭୋଟ ଦେବା ଭରସା ରଖିବା ପାଇଁ କହିଥିଲେ । ଆସନ୍ତା କାଲି ଦିଲ୍ଲୀର 70ଟି ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ ହେବ । ଫେବୃଆରୀ 11ତାରିଖରେ ଫଳାଫଳ ଘୋଷଣା ହେବ ।

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.