ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଓ ଆମ ଆଦମୀ ପାର୍ଟିର ନେତା ଅରବିନ୍ଦ କେଜ୍ରିୱାଲ ବିଧାନସଭା ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏଥିପାଇଁ ତାଙ୍କୁ ନିର୍ବାଚନ ଆୟୋଗ କାର୍ଯ୍ୟାଳୟରେ ପ୍ରାୟ 6 ଘଣ୍ଟାର ଅପେକ୍ଷା କରିବାକୁ ପଡିଥିଲା । ଅନ୍ୟପଟେ ଆମ ଆଦମୀ ପାର୍ଟି ଏହାକୁ ଷଡଯନ୍ତ୍ର ବୋଲି କହିଛି ।
ସୋସିଆଲ ମିଡିଆରେ ମଧ୍ୟ ଏହାକୁ ନେଇ ପୋଷ୍ଟ ଭାଇରାଲ ହେବାରେ ଲାଗିଛି । ବର୍ତ୍ତମାନ ଜିଲ୍ଲା ନିର୍ବାଚନ ଅଧିକାରୀ କାର୍ଯ୍ୟାଳୟ ଏହାକୁ ନେଇ ବୟାନ ରଖିଛି । କାର୍ଯ୍ୟାଳୟ ସୋସିଆଲ ମିଡିଆ ମାଧ୍ୟମରେ ମିଳିଥିବା ସୂଚନା ଅନୁଯାୟୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନାମାଙ୍କନ ପତ୍ର ଦାଖଲରେ ରିଟର୍ଣ୍ଣିଂ ଅଫିସର ଜାଣି ଶୁଣି ବିଳମ୍ବ କରିଛନ୍ତି । ନାମାଙ୍କନ ପତ୍ର ଯାଞ୍ଚରେ ଅଧିକରୁ ଅଧିକ 30-35 ମିନିଟ ସମୟ ଲାଗିଥାଏ ବୋଲି ସୂଚନା ଦେଇଛି କାର୍ଯ୍ୟାଳୟ ।
ଏହାପରେ ଆଉ ଏକ ବୟାନ ଜାରି କରି ସୋସିଆଲ ମିଡିଆର ଦାବିକୁ ସମ୍ପୂର୍ଣ୍ଣ ମିଥ୍ୟା ବୋଲି କହିଛି ନିର୍ବାଚନ ଆୟୋଗ କାର୍ଯ୍ୟାଳୟ । ତେବେ କେଜ୍ରିୱାଲଙ୍କ ଟୋକନ ନମ୍ବର 45 ରହିଥିଲା । ନୂଆଦିଲ୍ଲୀ ଆସନରୁ ନାମାଙ୍କନ ପତ୍ର ଦାଖଲ କରିବାକୁ ଜାମନଗର ହାଉସ ପହଞ୍ଚିଥିଲେ କେଜ୍ରିୱାଲ । ଅନ୍ୟପଟେ ନିର୍ବାଚନ ଆୟୋଗ ପକ୍ଷରୁ ନାମାଙ୍କନ ପତ୍ର ଦାଖଲର ସମୟ ଦିନ 3ଟା ସ୍ଥିର କରାଯାଇଥିଲା ।