ନୂଆଦିଲ୍ଲୀ: ରାଫେଲ ପ୍ରସଙ୍ଗରେ ବୟାନବାଜି ଜାରି ରହିଛି । ମୁଖ୍ୟତଃ କଂଗ୍ରେସ ନିର୍ବାଚନ ପୂର୍ବରୁ ରାଫେଲକୁ ବଡ ଅସ୍ତ୍ର କରିଛି ଶାସକ ଦଳ ବିଜେପି ବିରୋଧରେ । ରାଫେଲକୁ ନେଇ ରାହୁଲ ଗାନ୍ଧୀ 2 ଦିନ ତଳେ ଯେଉଁ ପ୍ରେସ କନଫରେନସ କରିଥିଲେ ତାର ଜବାବ ଦେଇଛନ୍ତି ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ।
ରାହୁଲଙ୍କୁ ଫେଲ ଛାତ୍ର ବୋଲି ଜେଟଲୀ କହିଥିବା ବେଳେ ମୋଦିଙ୍କୁ ଟପ୍ପର ବୋଲି କହିଛନ୍ତି ଜେଟଲୀ । ଜଣେ ଫେଲ ଛାତ୍ର ସବୁବେଳେ ଟପ୍ପର ଛାତ୍ରଙ୍କୁ ଦେଖି ଅସହିଷ୍ଣୁ ହେବା ଯାହା ମୋଦିଙ୍କ ସଫଳତା ଦେଖି ରାହୁଲ ଚିଡଚିଡ ହେବା ସମାନ କଥା ବୋଲି ଜେଟଲୀ କହିଛନ୍ତି ।
ୟୁଏସରୁ ସ୍ବାସ୍ଥ୍ୟବସ୍ଥାର ଚିକିତ୍ସା କରି ଫେରିବା ପରେ ପ୍ରଥମଥର ପାଇଁ ରାହୁଲଙ୍କୁ କଡ଼ା ସମାଲୋଚନା କରିଛନ୍ତି ଜେଟଲୀ । ରାହୁଲ ଯେଉଁସବୁ ଅଭିଯୋଗ ଆଣୁଛନ୍ତି ଭିତ୍ତିହୀନ । ପ୍ରମାଣ ନଥାଇ କଂଗ୍ରେସ ମିଛ ପରେ ମିଛ କହି ଚାଲିଛି ବୋଲି ଜେଟଲୀ କହିଛନ୍ତି ।
ଏହାସହ ଗୋରକ୍ଷା ପ୍ରସଙ୍ଗରେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି ଅରୁଣ ଜେଟଲୀ । ସେ କହିଛନ୍ତି ଗୋଟିଏ ଦଳ କିନ୍ତୁ କେରଳ ଓ ମଧ୍ୟପ୍ରଦେଶରେ ଆଚରଣ ଓ ଉଚ୍ଚାରଣ ଭିନ୍ନ । କେରଳରେ କଂଗ୍ରେସ ନେତା କ୍ୟାମେରା ସାମ୍ନାରେ ଗୋମାଂସ ଖାଉଛନ୍ତି । କିନ୍ତୁ ମଧ୍ୟପ୍ରଦେଶରେ ଜାତୀୟ ସୁରକ୍ଷା ନିୟମ ଅନୁଯାୟୀ ମାମଲା ରୁଜୁ ହେଉଛି ।
ଏହି ଅବସରରେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ନେହେରୁଙ୍କ ନାତି ସଂସଦର ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରୁଥିବା କହିଛନ୍ତି । ଯାହାକି ଆଗାମୀ ଦିନରେ ଇତିହାସ ହେବ ବୋଲି ସେ କହିଛନ୍ତି ।
- " class="align-text-top noRightClick twitterSection" data="">