ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ସୋମବାର କାଶ୍ମୀରକୁ ନେଇ ଗୁରୁତ୍ବପୂର୍ଣ୍ଣ ଶୁଣାଣି ହେବ । ଏନେଇ କୋର୍ଟରେ ଦାଖଲ 8ଟି ଆବେଦନ ଉପରେ ଶୁଣାଣି ହେବ । ସୁପ୍ରିମକୋର୍ଟ କାଶ୍ମୀର ଘାଟିରେ ଲାଗିଥିବା ପ୍ରତିବନ୍ଧକ ଉପରେ ନିଜର ରାୟ ଦେଇପାରନ୍ତି ।
ଜାମ୍ମୁ ଓ କାଶ୍ମୀରରେ ଧାରା 370 ଉଚ୍ଛେଦ ପରେ ଲଗା ଯାଇଥବା ପ୍ରତିବନ୍ଧକ ବିରୋଧରେ ସୁପ୍ରିମକୋର୍ଟରେ ଅନେକ ଆବେଦନ ଦାଖଲ କରାଯାଇଛି । ଏହାକୁ ନେଇ କିଛି ଦିନ ହେବ କୋର୍ଟରେ ଶୁଣାଣି ଚାଲିଥିବା ବେଳେ ସୋମବାର ନିଷ୍ପତ୍ତି ଆସିପାରେ ।
କଂଗ୍ରେସ ନେତା ଓ ରାଜ୍ୟସଭାରେ ବିପକ୍ଷ ନେତା ଗୁଲାମ ନବୀ ଆଜାଦ ଜାମ୍ମୁ ଓ କାଶ୍ମୀର ପୂନର୍ଗଠନ ଅଧିନିୟମ ଓ ସେଠରେ ଲଗା ଯାଇଥିବା ପ୍ରତିବନ୍ଧକ ବିରୋଧରେ କୋର୍ଟରେ ଆବେଦନ ଦାଖଲ କରିଥିଲେ ।