ETV Bharat / bharat

ଯୋଡିଲା କାଶ୍ମୀର, ଭାଙ୍ଗିଲା କଂଗ୍ରେସ ! - କଂଗ୍ରେସରେ କନ୍ଦଳ

ଜମ୍ମୁ-କାଶ୍ମୀରରୁ ସ୍ବତନ୍ତ୍ର ରାଜ୍ୟର ମାନ୍ୟତା ହଟିବା, ଧାରା 370 ଉଚ୍ଛେଦ ଓ ରାଜ୍ୟକୁ 2ଟି କେନ୍ଦ୍ର ଶାସିତ ଅଞ୍ଚଳରେ ଭାଗ କରିବା ପ୍ରସଙ୍ଗକୁ ନେଇ କଂଗ୍ରେସରେ ଦ୍ବିମତ ଦେଖାଦେଇଛି । ଧାରା 370 ଉଚ୍ଛେଦକି ବିରୋଧ କରି ଦଳ ଭୋଟ ଦେବାରୁ ଏଥିରେ ଅସନ୍ତୋଷ ପ୍ରକାଶ ଦଳର ବରିଷ୍ଠ ନେତା ଇସ୍ତଫା ଦେଇଛନ୍ତି ।

ଡିଜାଇନ ଫଟୋ
author img

By

Published : Aug 6, 2019, 2:16 PM IST

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀର ପୁନର୍ଗଠନ ବିଲକୁ ନେଇ କଂଗ୍ରେସରେ ଦେଖାଦେଇଛି କନ୍ଦଳ । ଜମ୍ମୁ-କାଶ୍ମୀରରର ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ହଟିବା, 370 ଧାରାର ଉଚ୍ଛେଦ ଏବଂ ରାଜ୍ୟକୁ 2ଟି କେନ୍ଦ୍ର ଶାସିତ ଅଞ୍ଚଳ କରିବା ପ୍ରସଙ୍ଗରେ କଂଗ୍ରେସରେ ଦେଖାଦେଇଛି ଦ୍ବିମତ । 370 ଧାରାର ଉଚ୍ଛେଦକୁ ବିରୋଧ କରି ଦଳ ଭୋଟ ଦେବାରୁ ଏନେଇ ଅସନ୍ତୋଷ ବ୍ୟକ୍ତ କରି କଂଗ୍ରେସର ବରିଷ୍ଠ ନେତା ଦଳ ଛାଡି ଥିବା ଜଣାପଡିଛି।

କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏନେଇ କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି। କାଶ୍ମୀର ପ୍ରସଙ୍ଗରେ ଲୋକସଭାରେ ଆଲୋଚନା ହେଉଥିବା ବେଳେ ଏହାକୁ ନେଇ ଦଳରେ ଦେଖାଦେଇଛି ଫାଟ । କାରଣ ଏହି ରାଜ୍ୟର ପୁନର୍ଗଠନକୁ ଦଳୀୟ ନେତାଙ୍କ ମଧ୍ୟରେ ମଧ୍ୟରେ ଦେଖିବାକୁ ମିଳିଛି ଦ୍ୱିମତ।

ସେହିପରି ଦଳୀୟ ସାଂସଦ ସୋନିଆ ଗାନ୍ଧୀଙ୍କ ଘନିଷ୍ଠ ସହଯୋଗୀ ଜନାର୍ଦ୍ଦନ ଦ୍ବିବେଦୀ ମଧ୍ୟ ସରକାରଙ୍କୁ ଏ ପ୍ରସଙ୍ଗରେ ସମର୍ଥନ ଜଣାଇଛନ୍ତି । ଏହି ଐତିହାସିକ ଭୁଲକୁ ସୁଧାରିଥିବା ଦର୍ଶାଇଛନ୍ତି । ଦ୍ବିବେଦୀ ଏହା ମଧ୍ୟ କହିଛନ୍ତି ଯେ, ମୋର ରାଜନୈତିକ ଗୁରୁ ରାମ ମନୋହର ଲୋହିଆ ଆରମ୍ଭରୁ ଧାରା 370କୁ ବିରୋଧ କରି ଆସୁଛନ୍ତି। ତେଣୁ ମୋର ବ୍ୟକ୍ତିଗତ ବିଚାର ହିସାବରେ ଏହା ଏକ ରାଷ୍ଟ୍ରୀୟ ସ୍ୱାର୍ଥର କଥା ।

ତେବେ ଦ୍ବିବେଦୀଙ୍କ ଏପରି ସମର୍ଥନକୁ ନେଇ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ୍‌ ଏବଂ କପିସ ଶିବଲଙ୍କୁ ଟାର୍ଗେଟ୍‌ କରାଯାଇଛି । ରାଷ୍ଟ୍ରପତିଙ୍କ ନିଷ୍ପତ୍ତିରେ ଜମ୍ମୁ-କଶ୍ମୀରର ସ୍ବତନ୍ତ୍ର ମାନ୍ୟତାକୁ ଶେଷ କରିବା ନାଁରେ ରାଜ୍ୟସଭାରେ ଗଣତନ୍ତ୍ରର ହତ୍ୟା କରାଯାଉଥିବା କଂଗ୍ରେସ ଏହି ଦ୍ୱୟ ଅଭିଯୋଗ କରିଥିଲେ । ସେହିପରି ହରିୟାଣା ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ସିଂ ହୁଡାଙ୍କ ପୁଅ ଦୀପେନ୍ଦ୍ର ସିଂ ହୁଡ୍ଡା, ଜୟବୀର ସେରଗିଲ ସରକାରଙ୍କ ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି।

କଂଗ୍ରେସରେ ଚାଲିଥିବା ଏହି କନ୍ଦଳ ସମ୍ପର୍କରେ ମୁଖ୍ୟ ସଚେତକ ଭୁବନେଶ୍ବର କଲିତା ମଧ୍ୟ ଇସ୍ତଫା ଦେବା ପରେ ଜଣାପଡିଥିଲା । ରାଜ୍ୟସଭାରେ ତାଙ୍କୁ ଦଳ ପକ୍ଷରୁ କାଶ୍ମୀର ବିରୋଧରେ ହ୍ବିପ୍ ଜାରି କରିବାକୁ କୁହାଯାଇଥିଲା । ଯାହାର ଜବାବରେ ସେ ଇସ୍ତଫା ଦେଇଥିଲେ ।

ସଂସଦର ଉଚ୍ଚ ସଦନରେ ଜମ୍ମୁ-କାଶ୍ମୀରକୁ 2ଟି କେନ୍ଦ୍ର ଶାସିତ ପ୍ରଦେଶ ଭାବେ ପୁନର୍ଗଠିତ କରିବାର ପ୍ରସ୍ତାବ ରାଜ୍ୟସଭାରେ ପାରିତ ହୋଇଛି । ଏ ପ୍ରସଙ୍ଗରେ ନିମ୍ନ ସଦନ ଲୋକସଭାରେ ଆଲୋଚନା ଜାରି ରହିଛି ।

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.