ETV Bharat / bharat

ଜମି ଦୁର୍ନୀତିରେ ଛନ୍ଦି ହେଲେ ନୱାଜ ସରିଫ, ଗିରଫ ପରୱାନା ଜାରି

ନୱାଜ ସରିଫଙ୍କ ବିରୋଧରେ ଗିରଫ ପରୱାନା ଜାରି କରିଛି ପାକିସ୍ତାନର ଦୁର୍ନୀତି ନିବାରକ ସଂସ୍ଥା। ଜମି ଦୁର୍ନୀତି ମାମଲାରେ ପାକିସ୍ତାନର ପୂବତନ ପ୍ରଧାନମନ୍ତ୍ରୀଙ୍କ ଏପରି ଭାବେ ଛନ୍ଦି ହୋଇପଡିଛନ୍ତି।

author img

By

Published : Apr 27, 2020, 3:03 PM IST

nawaj sarif
ଜମି ଦୁର୍ନୀତିରେ ଛନ୍ଦି ହେଲେ ନୱାଜ ସରିଫ, ଗିରଫ ପରୱାନା ଜାରି

ନୂଆଦିଲ୍ଲୀ: ନୱାଜ ସରିଫଙ୍କ ବିରୋଧରେ ଗିରଫ ପରୱାନା ଜାରି କରିଛି ପାକିସ୍ତାନର ଦୁର୍ନୀତି ନିବାରକ ସଂସ୍ଥା। ତେବେ ଜମି ଦୁର୍ନୀତି ମାମଲାରେ ପାକିସ୍ତାନର ପୂବତନ ପ୍ରଧାନମନ୍ତ୍ରୀଙ୍କ ଏପରି ଭାବେ ଛନ୍ଦି ହୋଇପଡିଛନ୍ତି।

ତେବେ ଏହି ଜମି ଦୁର୍ନୀତି ମାମଲାରେ ନୱାଜଙ୍କ ସହ ଜାଙ୍ଗ ଗ୍ରୁପ୍‌ର ମୁଖ୍ୟ ସମ୍ପାଦକ ସହ ଜଡିତ ଥିବାରୁ ଜାତୀୟ ଆକାଉଣ୍ଟବିଲିଟି ବ୍ୟୁରୋ (ନାବ) ତାଙ୍କୁ ମଧ୍ୟ ପରୱାନା ଜାରି କରିଛି। ମାର୍ଚ୍ଚ 12 ରେ ନାବ ଏହି ମାମଲାରେ ମୀର ଶାକିଲୁର ରହମାନଙ୍କୁ ଗିରଫ କରିଥିଲା। ଏହାସହ ସେ ଏପ୍ରିଲ 28 ପର୍ଯ୍ୟନ୍ତ ହେଲଥ୍ ରିମାଣ୍ଡରେ ନେଇ ବ୍ୟୁରୋର ହେପାଜତରେ ଅଛନ୍ତି।

ତେବେ ତିନିଥର ପ୍ରଧାନମନ୍ତ୍ରୀ ନୱାଜ ସରିଫ ଗତ ବର୍ଷ ନଭେମ୍ବରରେ ଲାହୋର ହାଇକୋର୍ଟ ତାଙ୍କୁ ହୃଦଘାତ ପାଇଁ ଚାରି ସପ୍ତାହ ଅନୁମତି ଦେବା ପରେ ଲଣ୍ଡନ ଯାଇଥିଲେ। ଏହା ପୂର୍ବରୁ ଅଲ-ଅଜିଜିଆ ମିଲ୍ସ ଦୁର୍ନୀତି ମାମଲାରେ ସରିଫଙ୍କୁ ଜାମିନ ଦିଆଯାଇଥିଲା ଯେଉଁଥିରେ ସେ ଲାହୋରର କୋଟ ଲଖପାଟ ଜେଲରେ ସାତ ବର୍ଷ କାରାଦଣ୍ଡ ଭୋଗୁଥିଲେ। ସୂଚନା ଥାଉକି, ଜ୍ୟାଙ୍କ ହେଉଛି ଏକ ଦୁବାଇରେ ଅବସ୍ଥିତ ଏକ ମିଡିଆ କମ୍ପାନୀ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.