ETV Bharat / bharat

ଚୀନ ସେନା ଟ୍ରାପରେ ଫସିଥିଲେ ପାଖାପାଖି 120 ଭାରତୀୟ ଯବାନ: ସୂତ୍ର - india china war latest news

ସୋମବାର ରାତିରେ ଭାରତ ଓ ଚୀନ ସେନା ମଧ୍ୟରେ ହୋଇଥିବା ମୁହାଁମୁହିଁ ସ୍ଥିତିରେ ସୂତ୍ର ଅନୁସାରେ ପ୍ରାୟ 120ଜଣ ଭାରତୀୟ ଯବାନ(ଏକ ସମ୍ପୂର୍ଣ୍ଣ କମ୍ପାନୀ) ଚାଇନାର ପିପୁଲ୍ସ ଲିବରେସନ୍ ଆର୍ମି (ପିଏଲ୍ଏ)ର ଟ୍ରାପ୍‌ରେ ଫଶିଥିଲେ । ଏହାପରେ ଚୀନ ସେନାର ବର୍ବରୋଚିତ, ସାଂଘାତିକ ତଥା ପ୍ରତାରଣପୂର୍ଣ୍ଣ ଆକ୍ରମଣରେ 20 ଭାରତୀୟ ଯବାନ ଶହୀଦ ହୋଇଥିଲେ ।

ଫାଇଲ ଫଟୋ
ଫାଇଲ ଫଟୋ
author img

By

Published : Jun 17, 2020, 4:52 PM IST

Updated : Jun 17, 2020, 5:47 PM IST

ନୂଆଦିଲ୍ଲୀ: ପୂର୍ବ ଲଦାଖରେ ଭାରତ ଓ ଚୀନ୍ ମଧ୍ୟରେ ଥିବା ଏଲ୍‌ଏସି ନିକଟରେରେ ଚୀନ ସହ ହୋଇଥିବା ମୁହାଁମୁହିଁ ପରିସ୍ଥିତିରେ ଭାରତର ୨୦ ଜଣ ଯବାନ ଶହୀଦ ହୋଇଛନ୍ତି । ଏହାସହ ଏଥିରେ ପାଖାପାଖି 40ରୁ ଉର୍ଦ୍ଧ୍ବ ଚୀନ ଯବାନ ପ୍ରାଣ ହରାଇଥିବା ଖବର ରହିଛି । ସୋମବାର ରାତିରେ ଭାରତ ଓ ଚୀନ ସେନା ମଧ୍ୟରେ ହୋଇଥିବା ମୁହାଁମୁହିଁ ସ୍ଥିତିରେ ସୂତ୍ର ଅନୁସାରେ ପ୍ରାୟ 120ଜଣ ଭାରତୀୟ ଯବାନ(ଏକ ସମ୍ପୂର୍ଣ୍ଣ କମ୍ପାନୀ) ଚାଇନାର ପିପୁଲ୍ସ ଲିବରେସନ୍ ଆର୍ମି (ପିଏଲ୍ଏ)ର ଟ୍ରାପ୍‌ରେ ଫଶିଥିଲେ । ଏହାପରେ ଚୀନ ସେନାର ବର୍ବରୋଚିତ, ସାଂଘାତିକ ତଥା ପ୍ରତାରଣପୂର୍ଣ୍ଣ ଆକ୍ରମଣରେ 20 ଭାରତୀୟ ଯବାନ ଶହୀଦ ହୋଇଥିଲେ ।

ଚୀନ୍ ସେନା ଭାରତୀୟ ଯବାନଙ୍କୁ ଅତି ନିର୍ମମ ଭାବେ ଆକ୍ରମଣ କରିଥିବା କାରଣରୁ ଭାରତୀୟ ଯବାନ ପ୍ରାଣ ହରାଇଥିବା ସୂତ୍ରରୁ ପ୍ରକାଶ । ଅସ୍ତ୍ରଶସ୍ତ୍ର ବ୍ୟବହାର ନକରିବାକୁ ସରକାରଙ୍କ ନିର୍ଦ୍ଦେଶରେ ଭାରତୀୟ ଯବାନମାନେ ଅସହାୟ ଥିଲେ । ଏହା ଭାରତୀୟ ଯବାନ ଓ ଏବଂ ଚୀନସେନା ମଧ୍ୟରେ କେବଳ ହାତାହାତି ପରିସ୍ଥିତି ନଥିଲା, ଏଥିରେ ଚୀନ ସେନା ସମସ୍ତ ପ୍ରକାର ଅସ୍ତ୍ରଶସ୍ତ୍ର ବ୍ୟବହାର କରିଥିବା ସୂଚନା ରହିଛି । ଚୀନ ସେନାର ଏଭଳି ଆକ୍ରମଣକୁ ଭାରତୀୟ ଯବାନ ମାନେ ଦୃଢତାର ସହ ମୁକାବିଲା କରିଥିଲେ । ଭାରତୀୟ ଯବାନ ନିଜକୁ ପ୍ରତିରକ୍ଷା କରିବା ସହ ଏହି ସଂର୍ଘଷରେ 34ରୁ ଉର୍ଦ୍ଧ୍ବ ଚୀନ ସେନା ପ୍ରାଣ ହରାଇଥିବା ସୂଚନା ରହିଛି ।

ସୂତ୍ରରୁ ପ୍ରକାଶ ଯେ ପୂର୍ବ ଲଦାଖର ଏଲଏସଟି ନିକଟରେ ଲଦାଖର 14 ନମ୍ବର ପାଟ୍ରୋଲିଂ ପଏଣ୍ଟରେ ଚୀନ୍ ପିପୁଲ୍ସ ଲିବରେସନ୍ ଆର୍ମି ଯବାନଙ୍କ ଆକ୍ରମଣ ସମୟରେ ଭାରତୀୟ ସେନାଙ୍କ ଅନୁପାତ ଚୀନ ସେନା ତୁଳନାରେ 1: 5 ଅନୁପାତ ଥିଲା । ଫଳରେ ଏହାର ଫାଇଦା ନେଇ ଭାରତୀୟ ଯବାନଙ୍କ ଉପରେ ରକ୍ତାକ୍ତ ଆକ୍ରମଣ କରିଥିଲା ଚୀନ ସେନା ।

ସୂତ୍ରରୁ ପ୍ରକାଶ ଯେ ଶହୀଦ କର୍ଣ୍ଣେଲ ସନ୍ତୋଷ ବାବୁ ଚୀନ୍ ସେନା ସେମାନଙ୍କ ନିଷ୍ପତ୍ତି ଅନୁଯାୟୀ ଷ୍ଟାଣ୍ଡଅଫ୍ ସ୍ଥିତିରୁ ଓହରି ଯାଇଛନ୍ତି କି ନାହିଁ ତାହା ଦେଖିବାକୁ ଯାଇଥିଲେ । ଏହି ସମୟରେ ଚାଇନିଜମାନେ ଭାରତୀୟ ଯବାନଙ୍କୁ ଟ୍ରାପ କରି ନିର୍ଦ୍ଦୟ ଭାବରେ ଆକ୍ରମଣ କରିଥିଲେ।

ଭାରତୀୟ ସେନା କହିଛି ଯେ ଭାରତୀୟ ଯବାନମାନେ ସେହି ସ୍ଥାନକୁ ଯାଇଥିଲେ ଯେଉଁଠାରେ କୌଣସି ଶତ୍ରୁତା ବିନା ରକ୍ତାକ୍ତ ସଂଘର୍ଷ ଘଟିଥିଲା ​​ଏବଂ ଚୀନ୍ ପକ୍ଷକୁ ବନ୍ଧୁତ୍ୱପୂର୍ଣ୍ଣ ଅଙ୍ଗଭଙ୍ଗୀ ପ୍ରଦର୍ଶନ କରୁଥିଲା ଯେ ପ୍ରତିଶ୍ରୁତି ଅନୁଯାୟୀ ଡି-ଏସ୍କାଲେସନ୍ ଚୁକ୍ତିନାମା ପାଳନ କରାଯାଉଛି କି ନାହିଁ ତାହା ଯାଞ୍ଚ କରିବାକୁ ସେମାନେ ସେଠାରେ ଅଛନ୍ତି।

ଅନେକ ଭାରତୀୟ ସେନା ଯବାନ ବର୍ତ୍ତମାନ ଗୁରୁତର ଆହତ ହୋଇଛନ୍ତି ଏବଂ ଚିକିତ୍ସିତ ହେଉଛନ୍ତି । ବର୍ତ୍ତମାନର ଗୁରୁତର ଆହତ କର୍ମଚାରୀଙ୍କ ସଂଖ୍ୟା 10 ରୁ ଅଧିକ ହୋଇଥିବାରୁ ଶହୀଦ ଯବାନଙ୍କ ସଂଖ୍ୟା ବୃଦ୍ଧି ହୋଇପାରେ ବୋଲି ସୂତ୍ରରୁ ପ୍ରକାଶ । ଭାରତୀୟ ସେନା ଅଧିକାରୀ ଏହି ସଂଖ୍ୟା ଉପରେ କୌଣସି ମନ୍ତବ୍ୟ ଦେବାକୁ ମନା କରି ଦେଇଛନ୍ତି ।

@IANS

Last Updated : Jun 17, 2020, 5:47 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.