ETV Bharat / bharat

ଲକଡାଉନରେ ଖୋଲିଲା ସ୍କୁଲ, ରେଜଲ୍ଟ ଜାଣିବାକୁ ପହଞ୍ଚିଲେ ଛାତ୍ରଛାତ୍ରୀ

ଲକଡାଉନ ନିୟମ ଉଲ୍ଲଙ୍ଘନ କରି ଗୁଜୁରାଟର ରାଜକୋଟସ୍ଥିତ ଏକ ସ୍କୁଲ ଖୋଲାଯାଇଥିବା ବେଳେ, ପରୀକ୍ଷା ଫଳାଫଳ ଜାଣିବାକୁ ସ୍କୁଲରେ ପହଞ୍ଚିଛନ୍ତି 100ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ । ଅଧିକ ପଢନ୍ତୁ....

Gujarat
ଲକଡାଉନରେ ଖୋଲିଲା ସ୍କୁଲ, ରେଜଲ୍ଟ ଜାଣିବାକୁ ପହଞ୍ଚିଲେ ଛାତ୍ରଛାତ୍ରୀ
author img

By

Published : May 2, 2020, 4:51 PM IST

ଗାନ୍ଧିନଗର: କୋରୋନା ମୁକାବିଲା ପାଇଁ ଦେଶବ୍ୟାପି ଲକଡାଉନ ଜାରି ରହିଛି । ଦ୍ବିତୀୟ ପର୍ଯ୍ୟାୟ ଲକଡାଉନ ମେ 3 ତାରିଖ ରବିବାର ଦିନ ଶେଷ ହେବାର ଥିଲା । ହେଲେ ଦେଶର କୋରୋନା ସ୍ଥିତିକୁ ନଜରରେ ରଖି ଗୃହମନ୍ତ୍ରାଳୟ ପକ୍ଷରୁ ଏକ ଲକଡାଉନକୁ ମେ 17 ଯାଏଁ ଏହାକୁ ବୃଦ୍ଧି କରାଯାଇଛି ।

Gujarat
ଲକଡାଉନରେ ଖୋଲିଲା ସ୍କୁଲ

ଲକଡାଉନ ସମୟରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । ଏନେଇ ପରୀକ୍ଷା ମଧ୍ୟ ବାତିଲ କରାଯାଇଛି । ଆଉ ଛାତ୍ରଛାତ୍ରୀ ମାନଙ୍କୁ ଘରେ ରହି ଅନଲାଇନ କ୍ଲାସ ଯୋଗାଇ ଦିଆଯାଉଛି । ବିଦ୍ୟାର୍ଥୀଙ୍କ ସୁରକ୍ଷା ପାଇଁ ସରାକାରଙ୍କ ପକ୍ଷରୁ ଅନେକ ସଚେତନତା ଜାରି ହୋଇଛି । ହେଲେ ଏଭଳି ସ୍ଥିତିରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଚିନ୍ତାର ବିଷୟ ପାଲଟିଛି ।

ସୂଚାନାମୁତାବକ, ଗୁଜୁରାଟର ରାଜକୋଟ ପାର୍ଡି ଅଞ୍ଚଳରେ ଏକ ସ୍କୁଲ ଆଜି(ଶନିବାର) ଖୋଲିଛି । ଆଉ ଲକଡାଉନ ମଧ୍ୟରେ ପ୍ରାୟ 100 ଛାତ୍ରଛାତ୍ରୀ ଟେଷ୍ଟ ପରୀକ୍ଷା ଫଳାଫଳ ଜାଣିବାକୁ ବିଦ୍ୟାଳୟରେ ପହଞ୍ଚିଛନ୍ତି । ଏହି ଘଟଣାକୁ ଗମ୍ଭୀରତାର ସହ ନେବା ସହ ରାଜକୋଟ ଜିଲ୍ଲା ପଞ୍ଚାୟତ ସମିତି ଅଧ୍ୟକ୍ଷ କେଡି ପଦରିଆ କହିଛନ୍ତି ଯେ, ଏହାର ତଦନ୍ତ ଚାଲିଛି ଏବଂ ଏଥିରେ ଦାୟୀ ବ୍ୟକ୍ତିଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.