ETV Bharat / bharat

ଶ୍ରୀନଗର ଏୟାରପୋର୍ଟରେ 2 ଯୁବତୀଙ୍କ ସହ ବୁଲୁଥିଲେ ଯବାନ, ଅଟକ ରଖିଲା ପୋଲିସ

ସେନାର ଜଣେ ଯବାନଙ୍କୁ 2 ଯୁବତୀଙ୍କ ସହ ସନ୍ଦେହଜନକ ଅବସ୍ଥାରେ ବୁଲୁଥିବା ଦେଖି ଅଟକ ରଖିଛନ୍ତି ପର୍ଯ୍ୟଟନ ପୋଲିସ । 12 ଦିନ ମଧ୍ୟରେ ଏହା ଦ୍ବିତୀୟ ଘଟଣା । ଅଧିକ ପଢନ୍ତୁ...

author img

By

Published : Sep 24, 2020, 4:39 PM IST

ଶ୍ରୀନଗର ଏୟାରପୋର୍ଟରେ 2 ଝିଅଙ୍କ ସହ ବୁଲୁଥିଲେ ସେନାର ଯବାନ, ଅଟକ ରଖିଲା ପୋଲିସ

ଶ୍ରୀନଗର: କୁପୱାଡାର 2 ସ୍ଥାନୀୟ ଯୁବତୀଙ୍କ ସହ ସେନାର ଜଣେ ଯବାନଙ୍କୁ ଶ୍ରୀନଗର ଏୟାରପୋର୍ଟରେ ମୁତୟନ ପର୍ଯ୍ୟଟନ ପୋଲିସ ଅଟକ ରଖିଥିବା ଖବର ସାମ୍ନାକୁ ଆସିଛି । ଯବାନ ଜଣଙ୍କ ଏହି 2 ଯୁବତୀଙ୍କ ସହ ସନ୍ଦିଗ୍ଧ ଅବସ୍ଥାରେ ବୁଲୁଥିବା ପୋଲିସ ସୂଚନା ଦେଇଛି । ଏନେଇ ପୋଲିସ ସନ୍ଦେହ କରି ଏମାନଙ୍କୁ ହୁମାହାମା ଥିନାକୁ ହସ୍ତାନ୍ତର କରିଦେଇଛନ୍ତି । ଗତ 12 ଦିନରେ ଏହା ଦ୍ବିତୀୟ ଘଟଣା ।

ପୋଲିସ ସୂତ୍ରରୁ ପ୍ରକାଶ ଯେ ଟିଟୱାଲରେ 17 ବିହାର ରେଜିମେଣ୍ଟର ଜଣେ ଯବାନ ଉତ୍ତର କାଶ୍ମୀରର କୁପୱାଡା ଜିଲ୍ଲାର କର୍ନାହର ଅଞ୍ଚଳର 2 ଜଣ ଝିଅଙ୍କୁ ସାଙ୍ଗରେ ଆଣି ବୁଲୁଥିଲେ । ସମସ୍ତଙ୍କୁ ଶ୍ରୀନଗର ଅନ୍ତର୍ଜାତୀୟ ବିମାନବନ୍ଦରରେ ଅଟକ ରଖାଯାଇଛି । ବିମାନବନ୍ଦରରେ ନିୟୋଜିତ ପର୍ଯ୍ୟଟନ ପୋଲିସ ସେମାନଙ୍କୁ ସନ୍ଦେହଜନକ ଅବସ୍ଥାରେ ଧରିଥିଲା । ଏହି ସମୟରେ 3 ଜଣ ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିଲେ ।

ଜଣେ ପୋଲିସ ଅଧିକାରୀ ଇଟିଭି ଭାରତକୁ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି ଯେ ସେମାନଙ୍କୁ ପଚରାଉଚରା କରାଯିବା ସହ ପୋଲିସକୁ ହସ୍ତାନ୍ତର କରାଯାଇଛି । ଏହା ଗତ 12 ଦିନ ମଧ୍ୟରେ ଦ୍ବିତୀୟ ଘଟଣା ବୋଲି ପୋଲିସ ଅଧିକାରୀ କହିଛନ୍ତି । ଗତ ସପ୍ତାହ ସେପ୍ଟେମ୍ବର 12ରେ, ଉତ୍ତରପ୍ରଦେଶର ବାସିନ୍ଦା ତଥା ବାନ୍ଦିପୋରା ଜିଲ୍ଲାର ଅଜାସ୍ ଅଞ୍ଚଳରେ ମୁତୟନ ହୋଇଥିବା 13 RR ର ଜଣେ ଯବାନ ଲାନ୍ସ ନାୟକ ଅଶୋକ କୁମାର ପାଲ ଉକ୍ତ ଜିଲ୍ଲାର 13 ଜଣ ଯୁବତୀଙ୍କ ସହ ଧରାପଡିଥିଲେ । କୁମାରଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.