ଶ୍ରୀନଗର: ସୀମାରେ ଆମକୁ ସୁରକ୍ଷା ଦେବା ପାଇଁ ସବୁବେଳେ କାର୍ଯ୍ୟରତ ଭାରତୀୟ ସେନା । ଏହା ଛଡା ସେମାନେ ଅନେକ ମହାନ କାମ କରୁଛନ୍ତି ଯାହା ବେଶ୍ ପ୍ରଶଂସନୀୟ । ଜାମ୍ମୁ-କାଶ୍ମୀର ବାରାମୁଲା ଜିଲ୍ଲାରେ ଗରିବ ପିଲାମାନଙ୍କୁ ମାଗଣାରେ ଶିକ୍ଷା ଦାନ କରି ପ୍ରଶଂସା ସାଉଁଟିଛନ୍ତି ଭାରତୀୟ ସେନା ।
ଦକ୍ଷିଣ କାଶ୍ମୀର ବାରାମୁଳା ଜିଲ୍ଲାର ତାରଜୁ ଅଞ୍ଚଳରେ ସରକାରୀ ସ୍କୁଲରେ ଥିବା ଗରିବ ପରିବାରର ମୋଧାବୀ ଛାତ୍ରଛାତ୍ରୀମାନଙ୍କୁ ମାଗଣାରେ ଶିକ୍ଷାଦାନ କରିଛନ୍ତି ଭାରତୀୟ ସେନା । କୋରୋନା ମହାମାରୀ ସମୟରେ ପିଲାମାନେ ପାଠ ପଢାରେ ବହୁତ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ସେମାନଙ୍କ ବୋର୍ଡ ପରୀକ୍ଷା ଆଗକୁ ଥିବାରୁ ସେମାନେ କିପରି ପ୍ରସ୍ତୁତ ହେବେ ଏ ନେଇ ସେମାନଙ୍କୁ ମାଗଣାରେ ଶିକ୍ଷାଦାନ ଯେଗାଇ ଦେଇଛନ୍ତି ।
ସମୁଦାୟ 50ଜଣ ଛାତ୍ରଛାତ୍ରୀଙ୍କ ପାଇଁ ଏକ କୋଚିଙ୍ଗ ସେଣ୍ଟରର ବ୍ୟବସ୍ଥା କରିଛନ୍ତି ସେନା ବାହିନୀ । ସେମାନଙ୍କ ପାଠପଢା ପାଇଁ ପଞ୍ଚ ଜଣ ଅନୁଭବୀ ଶିକ୍ଷଙ୍କୁ ନିଯୁକ୍ତି ଦିଆଯାଇଛି । କୋଚିଂ ସେଣ୍ଟରରେ ସମସ୍ତ ବାଧ୍ୟତାମୂଳକ ବିଷୟ ଯେପରି ଗଣିତ, ଇଂରାଜୀ ଓ ବିଜ୍ଞାନ ଆଦି ବିଷୟରେ ଶିକ୍ଷାଦାନ କରାଯାଉଛି ଯାହାର ସବୁ ଖର୍ଚ୍ଚ ବହନ କରିଛି ଭାରତୀୟ ସେନା ।
ଦୁଇମାସ ଧରି ଆରମ୍ଭ ହୋଇଥିବା କୋଚିଂ ସେଣ୍ଟରରେ ପିଲାମାନଙ୍କୁ ମୂଲ୍ୟାୟନ କରାଯାଇଛି । ଏହା ସହିତ ପିଲାମାନଙ୍କୁ ମାଗଣାରେ ସାନିଟାଇଜର,ମାସ୍କ ଆଦି ବଣ୍ଟନ କରାଯାଇଛି । ପିଲାମାନଙ୍କୁ ଏହି ଶିକ୍ଷାଦାନ ଦେବାର ମୁଖ୍ୟ ଉଦ୍ଦେଶ୍ୟ ହେଲା ପାଠପଢିବା ପାଇଁ ଆବଶ୍ୟକ କରୁଥିବା ପିଲାମାନଙ୍କୁ ପାଠପଢିବା ପାଇଁ ସୁଯୋଗ ଦେବା । ଏହ ନୋବେଲ ପଦକ୍ଷେପ ନିନଗିଲ ସେନା କ୍ୟାମ୍ପ ପକ୍ଷରୁ ନିଆଯାଇଛି । ଭାରତୀୟ ସେନାର ଏପରି ପଦକ୍ଷେପ ପାଇଁ ପିଲାମାନେ ତାଙ୍କୁ ଧନ୍ୟବାଦ ଦେଇଛନ୍ତି ।
@ANI