ETV Bharat / bharat

ଜମ୍ମୁ-କାଶ୍ମୀରରେ ପାକ୍‌ର ଅସ୍ତ୍ରବିରତି ଉଲ୍ଲଂଘନ, ଯବାନ ଶହୀଦ

author img

By

Published : Aug 30, 2020, 3:28 PM IST

ଜମ୍ମୁ-କାଶ୍ମୀରର ନୌସେରା ସେକ୍ଟରରେ ରବିବାର ପାକିସ୍ତାନ ସୈନ୍ୟ ପକ୍ଷରୁ ସୀମାରେ ଗୁଳିବର୍ଷଣ କରାଯାଇଛି । ପାକିସ୍ତାନୀ ସୈନ୍ୟଙ୍କ ଗୁଳିରେ ଜୁନିୟର କମିଶନ ଅଧିକାରୀ ସୁବେଦାର ରଜୱିନ୍ଦନ ସିଂହ ଶହୀଦ ହୋଇଛନ୍ତି ।

ଜମ୍ମୁ-କାଶ୍ମୀରରେ ପାକ୍‌ର ଅସ୍ତ୍ରବିରତି ଉଲ୍ଲଂଘନ, ଯବାନ ଶହୀଦ
ଜମ୍ମୁ-କାଶ୍ମୀରରେ ପାକ୍‌ର ଅସ୍ତ୍ରବିରତି ଉଲ୍ଲଂଘନ, ଯବାନ ଶହୀଦ

ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ପୁଣିଥରେ ଅସ୍ତ୍ରବିରତି ଉଲ୍ଲଂଘନ କରିଛି ପାକିସ୍ତାନ । ଜମ୍ମୁ-କାଶ୍ମୀରର ନୌସେରା ସେକ୍ଟରରେ ରବିବାର ପାକିସ୍ତାନ ସୈନ୍ୟ ପକ୍ଷରୁ ସୀମାରେ ଗୁଳିବର୍ଷଣ କରାଯାଇଛି । ଏଥିରେ ଭାରତୀୟ ସେନାର ଜଣେ ଜୁନିୟର କମିଶନ ଅଧିକାରୀ ଶହୀଦ ହୋଇଛନ୍ତି ।

ସୂଚନା ଅନୁସାରେ, ଭାରତୀୟ ସେନା ରବିବାର ନୌସେରା ସେକ୍ଟରରେ ନିୟନ୍ତ୍ରଣ ରେଖା ନିକଟରେ କିଛି ସନ୍ଦେହଜନକ ଗତିବିଧି ଦେଖିଥିଲେ । ଏହାପରେ ସୀମା ଆରପାରିରୁ ଗୁଳି ବିନିମୟ ଆରମ୍ଭ ହୋଇଥିଲା। ତେବେ ଭାରତୀୟ ସେନା ଏହାର କଡା ଜବାବ ଦେଇ ପାଲଟା ଗୁଳିଚାଳନା କରିଥିଲେ । ଏହି ସମୟରେ ପାକିସ୍ତାନୀ ସୈନ୍ୟଙ୍କ ଗୁଳିରେ ଜୁନିୟର କମିଶନ ଅଧିକାରୀ ସୁବେଦାର ରଜୱିନ୍ଦନ ସିଂହ ଗୁରୁତର ଆହତ ହୋଇଥିଲେ । ପରେ ସେ ଶହୀଦ ହୋଇଥିବା ସେନା ସୂତ୍ରରୁ ପ୍ରକାଶ ପାଇଛି ।

ତେବେ ଶେଷ ଖବର ସୁଦ୍ଧା ସୀମାରେ ଗୁଳି ବିନିମୟ ଜାରି ରହିଥିବା ​ ସୂତ୍ରରୁ ପ୍ରକାଶ ପାଇଛି । ଏହାପୂର୍ବରୁ ଅଗଷ୍ଟ 28 ରେ, ପାକିସ୍ତାନୀ ସୈନ୍ୟ ଜମ୍ମୁ କାଶ୍ମୀର ପୁଞ୍ଛ ଜିଲ୍ଲାର ବାଲକୋଟ୍ ସେକ୍ଟରରେ ଅପ୍ରତ୍ୟାଶିତ ଗୁଳି ଚାଳନା କରିଥିଲେ । ପାକିସ୍ତାନୀ ସୈନ୍ୟ ଭାରତୀୟ ଚେକପୋଷ୍ଟ ଗୁଡିକୁ ଲକ୍ଷ୍ୟ କରି ମୋର୍ଟାରମାଡ ସହିତ ଗୁଳିଚାଳନା କରିଥିଲେ । ତେବେ ଭାରତୀୟ ସେନା ଏହାର କଡା ଜବାବ ଦେଇଥିବା ସେନା ପକ୍ଷରୁ କୁହାଯାଇଛି ।

ସେହିପରି ଅଗଷ୍ଟ 26ରେ, ପୁଞ୍ଛର ଶାହପୁର, କିର୍ଣ୍ଣି ଏବଂ କସବା ସେକ୍ଟରରେ ପାକିସ୍ତାନ ସେନା ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.