ETV Bharat / bharat

ଜମି ଜବରଦଖଲ, ମୁକୁଳାଇବା ପାଇଁ ଭିଡିଓ ସେୟାର କଲେ ଯବାନ

ଜମିଜବର ଦଖଲ ହୋଇଥିବା ନେଇ ଚିତ୍ତୋର ଜିଲ୍ଲା ଇଲ୍ଲାପଲ୍ଲୀ ଗ୍ରାମର ଭାରତୀୟ ଆର୍ମିରେ କାର୍ଯ୍ୟରତ ଯବାନ ଏକ ଭିଡିଓ ସେୟାର କରିଛନ୍ତି । ଜୀବନରୁ ମାରିବାକୁ ଧମକ ଦିଆଯାଉଥିବା କହିଲେ ଯବାନ ।

ଫଟୋ ସୌଜନ୍ୟ: ଏଏନଆଇ
author img

By

Published : Aug 22, 2019, 1:44 PM IST

ଅମରାବତୀ: ଚିତ୍ତୋର ଜିଲ୍ଲା ଇଲ୍ଲାପଲ୍ଲୀ ଗ୍ରାମର ଭାରତୀୟ ଆର୍ମିରେ କାର୍ଯ୍ୟରତ ଯବାନ ଏକ ଭିଡିଓ ମାଧ୍ୟମରେ ସାହାଯ୍ୟ ମାଗିଛନ୍ତି । ତାଙ୍କ ମାଙ୍କୁ ଜବରଦଖଲକାରୀଙ୍କଠାରୁ ରକ୍ଷା କରିବା ପାଇଁ ସେ ଜନସାଧାରଣ ଓ ରାଜସ୍ବ ବିଭାଗ ଅଧିକାରୀଙ୍କୁ ନିବେଦନ କରିଛନ୍ତି ।

ଏହି ଭିଡିଓଟି ହ୍ବାଟ୍ସଆପ ମାଧ୍ୟମରେ ସେୟାର ହୋଇଥିବାବେଳେ ଏହି ଘଟଣାକୁ ସରକାରୀ କର୍ମଚାରୀମାନେ ଜମି ହଡପର ଏମିତି କୌଣସି ଘଟଣାକୁ ଘଟିନାହିଁ ବୋଲି କହିଛନ୍ତି ।

ଚିତ୍ତୋର ଜିଲ୍ଲା ଇଲ୍ଲାପଲ୍ଲୀ ଗ୍ରାମର ଚନ୍ଦ୍ର ବାବୁ ଓ ତାଙ୍କ ଭାଇ ଦେବେନ୍ଦ୍ର ଭାରତୀୟ ସେନାବାହିନୀରେ 17 ବର୍ଷ ହେଲା କାର୍ଯ୍ୟ କରୁଛନ୍ତି । ଶଭନ ବାବୁ ଓ ସାମ୍ବାଶିବା ରାଓ ନାମରେ ଦୁଇ ଜଣ ବ୍ୟକ୍ତି ପାଖାପାଖି 4 ଏକର ଜମି ତାଙ୍କଠୁ ନେଇଥିବା ଜବରଦସ୍ତି ନେଇ ଯାଇଥିବା ଚନ୍ଦ୍ର ବାବୁ କହିଛନ୍ତି ।

ଶଭନ ଓ ସାମ୍ବାଶିବା ଜାଲ କାଗଜ ପତ୍ର ମାଧ୍ୟମରେ ଜମି ଦଖଲ କରି ନେଇଥିବା ଚନ୍ଦ୍ର ବାବୁ କହିଛନ୍ତି । ଜମି ଦଖଲ ବିଷୟରେ କାହାରିକୁ କହିଲେ ଜୀବନରେ ମାରିଦେବା ପାଇଁ ମାକୁ ଧମକ ଦେଉଥିବା ଚନ୍ଦ୍ର ବାବୁ ଅଭିଯୋଗ କରିଛନ୍ତି । ଭିଡିଓଟିକୁ ବହୁ ମାତ୍ରାରେ ସେୟାର କରିବା ସହ ଏହା ଯେପରି ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କ ପାଖରେ ପହଞ୍ଚିବ ସେ ନେଇ ଚନ୍ଦ୍ର ବାବୁ ଅନୁରୋଧ କରିଛନ୍ତି ।

Intro:Body:

dd

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.