ଶ୍ରୀନଗର: ଜମ୍ମୁ ଓ କାଶ୍ମୀର ପୋଲିସ ଦୁଇ ନାବାଳିକା ଏବଂ ଜଣେ ଯବାନଙ୍କୁ ଶ୍ରୀନଗର ବିମାନ ବନ୍ଦରରୁ ଅଟକ ରଖିଥିବା ଜଣାପଡିଛି ।
ଶ୍ରୀନଗର ବିମାନ ବନ୍ଦରରେ ଜଣେ ଯବାନ ଏବଂ ଦୁଇ ନାବାଳିକାଙ୍କୁ ପୋଲିସ ସନ୍ଦେହରେ ଅଟକ ରଖିଥିବା ଜାମ୍ମୁ ଓ କାଶ୍ମୀର ପୋଲିସ ଅଧିକାରୀ କହିଛନ୍ତି । ଏହି ତିନିଜଣ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରିବାକୁ କାର୍ଯ୍ୟକ୍ରମ ଥିଲା । ଦୁଇ ନାବାଳିକା ବାନ୍ଦିପୋରାର ହୋଇଥିବାବେଳେ ଯବାନ ଜଣଙ୍କ ଉତ୍ତରପ୍ରଦେଶର ହୋଇଥିବା ଜଣାପଡିଛି ।
ବର୍ତ୍ତମାନ ଏହି ତିନିଜଣଙ୍କୁ ହୁମା ପୋଲିସ ଷ୍ଟେସନରେ ପଚରାଉଚରା କରାଯାଉଛି । ଅଧିକାରୀଙ୍କ କହିବାନୁସାରେ, ଯବାନ ଜଣଙ୍କ ଲାନ୍ସ ନାଏକ ଅଶୋକ କୁମାର ପାଲ ବୋଲି ଚିହ୍ନଟ କରାଯାଇଛି ଏବଂ ବାନ୍ଦିପୋରାରେ 13 ରାଷ୍ଟ୍ରୀୟ ରାଇଫଲରେ ତାଙ୍କର ପୋଷ୍ଟିଂ କରାଯାଇଛି।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ