ETV Bharat / bharat

ପୁଞ୍ଚରେ ସେନା ହେଲିକପ୍ଟରର ଜରୁରୀ ଅବତରଣ, ସମସ୍ତେ ସୁରକ୍ଷିତ

author img

By

Published : Oct 24, 2019, 4:47 PM IST

Updated : Oct 24, 2019, 6:42 PM IST

ଜମ୍ମୁ ଓ କଶ୍ମୀରରେ ଭାରତୀୟ ସେନାର ଏକ ହେଲିକପ୍ଟର ଜରୁରୀକାଳୀନ ଅବତରଣ କରିଛି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଏଏନଆଇ

ଶ୍ରୀନଗର: ବଡ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ସେନା ହେଲିକପ୍ଟର । ଜମ୍ମୁ ଓ କଶ୍ମୀରରେ ଭାରତୀୟ ସେନାର ଏକ ହେଲିକପ୍ଟର ଜରୁରୀକାଳୀନ ଅବତରଣ କରିଛି । ସେନାର ଲାଇଟ୍‌ ଆଡଭାନ୍ସଡ୍‌ ଲାଇଟ୍‌ ହେଲିକପ୍ଟର(ଏଏଳଏଚ) ପୁଞ୍ଚ ଜିଲ୍ଲାରେ ଜରୁରୀ ଅବତରଣ କରିଛି । ଏଥିରେ ନର୍ଦନ ଆର୍ମି କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ରଣବୀର ସିଂହ ଥିଲେ । ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ ଏହି ଅଘଟଣରେ ୮ ଜଣ ଯବାନଙ୍କ ସହିତ ଜଣେ ସାଧାରଣ ନାଗରିକ ସାମାନ୍ୟ ଆହତ ହୋଇଛନ୍ତି ।

Army Helicopter makes an emergency landing in Poonch district
ଫଟୋ ସୌଜନ୍ୟ: ଏଏନଆଇ

ଏହି ଅଘଟଣ ଘଟିବା ପରେ ସେନା ପକ୍ଷରୁ ଆହତ ସମ୍ପର୍କରେ ସୂଚନା ଦିଆଯାଇ ନାହିଁ। ଯାନ୍ତ୍ରିକ ତ୍ରୁଟି କାରଣରୁ ହେଲିକପ୍ଟରର ଜରୁରୀ ଅବତରଣ କରିବାକୁ ପଡିଥିଲା ବୋଲି ସେନା ମୁଖପାତ୍ର କହିଛନ୍ତି । ହେଲିକପ୍ଟରରେ ସେନା କମାଣ୍ଡର ରଣବୀର ସିଂହଙ୍କ ସମେତ ଚାଳକ ଓ ଅନ୍ୟ ୬ ଜଣ ଯାତ୍ରୀ ଓ ଜଣେ ଦୁଇ ଜଣ ପାଇଲଟ ରହିଥିବା କଥା ସେ ମଧ୍ୟ କହିଛନ୍ତି । ସମସ୍ତ ଯାତ୍ରୀ ଓ ପାଇଲଟ ସୁରକ୍ଷିତ ଥିବା ମୁଖପାତ୍ର କହିଛନ୍ତି ।

Intro:Body:Conclusion:
Last Updated : Oct 24, 2019, 6:42 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.