ETV Bharat / bharat

କୋରୋନା ପଜିଟିଭି ଚିହ୍ନଟ ହେଲେ ଭାରତୀୟ ସେନା ଡାକ୍ତର - COVID-19

ଦିଲ୍ଲୀରେ ପୋଷ୍ଟିଂ ହୋଇଥିବା ଜଣେ ଆର୍ମି ଡାକ୍ତର କୋରୋନା ପଜିଟିଭ୍ ଭାବେ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ...

army-doctor-tests-positive-for-covid-19-close-contacts-in-quarantine
କୋରୋନା ପଜିଟିଭି ଚିହ୍ନଟ ହେଲେ ଭାରତୀୟ ସେନାର ଡାକ୍ତର
author img

By

Published : Apr 15, 2020, 11:46 AM IST

ନୂଆଦିଲ୍ଲୀ: ଦିଲ୍ଲୀରେ ପୋଷ୍ଟିଂ ହୋଇଥିବା ଜଣେ ଆର୍ମି ଡାକ୍ତର କୋରୋନା ପଜିଟିଭ୍ ଭାବେ ଚିହ୍ନଟ ହୋଇଛନ୍ତି । ଏହାପରେ ତାଙ୍କ ସମ୍ପର୍କରେ ଆସିଥିବା ବ୍ୟକ୍ତିମାନଙ୍କୁ କ୍ବାରେଣ୍ଟାଇନରେ ରଖାଯାଇଛି ।

ଖବର ଅନୁଯାୟୀ, ଡାକ୍ତରଙ୍କ ସଂସ୍ପର୍ଶରେ ଆସିଥିବା 18 ଜଣ ବ୍ୟକ୍ତିଙ୍କୁ କୋରୋନା 'ହାଇ ରିକ୍ସ୍‌' ବୋଲି ଚିହ୍ନଟ କରାଯାଇଥିବା ବେଳେ ଅନ୍ୟ ଦୁଇ ଜଣଙ୍କୁ 'ଲୋ ରିକ୍ସ' ବୋଲି ବିବେଚନା କରାଯାଇଛି । ତେବେ ଏହି 18 ଜଣଙ୍କ ମଧ୍ୟରେ ଡାକ୍ତରଙ୍କ ପତ୍ନୀ ଏବଂ ଝିଅ, ଡାକ୍ତରଙ୍କ ସହ କାମ କରୁଥିବା ଅନ୍ୟ ଜଣେ ଅଧିକାରୀ ଅନ୍ତର୍ଭୁକ୍ତ ଅଛନ୍ତି ।

ତେବେ ସଂପୃକ୍ତ ଡାକ୍ତର ଏବେ ଚିକିତ୍ସାଧିନ ଥିବାବେଳେ ତାଙ୍କ ସଂସ୍ପର୍ଶରେ ଆସିଥିବା 18 ଜଣଙ୍କୁ ହୋମ କ୍ବାରେଣ୍ଟାଇନରେ ରଖାଯାଇଛି । ଅନ୍ୟପଟେ ଡାକ୍ତରଙ୍କ କାର୍ଯ୍ୟାଳୟକୁ ଏପ୍ରିଲ 19 ପର୍ଯ୍ୟନ୍ତ ସିଲ କରାଯାଇଥିବା ବେଳେ ସାନିଟାଇଜ୍‌ ପ୍ରକ୍ରିୟା ଜାରି ରହିଛି । ସେହିପରି ଡାକ୍ତରଙ୍କ ବାସଭବନକୁ ମଧ୍ୟ ସିଲ୍ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.