ETV Bharat / bharat

ଦ୍ରାସରେ କାର୍ଗିଲ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି, ପାକକୁ କଡା ଚେତାବନୀ

author img

By

Published : Jul 26, 2019, 1:18 PM IST

ଦ୍ରାସର କାର୍ଗିଲ ଯୁଦ୍ଧ ସ୍ମାରକରେ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ତିନି ସେନା ପ୍ରମୁଖ । ଏହି ଅବସରରେ ପାକକୁ କଡା ଚେତାବନୀ ଦେଇଛନ୍ତି ସେନାମୁଖ୍ୟ ବିପିନ ରାଓ୍ଵତ୍‌ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର@ANI

ନୂଆଦିଲ୍ଲୀ: କାର୍ଗିଲ ବିଜୟ ଦିବସକୁ ପୁରିଛି 20 ବର୍ଷ । ଏହି ଅବସରରେ କାର୍ଗିଲ ଶହୀଦଙ୍କୁ ଦେଶର ବିଭିନ୍ନ ସ୍ଥାନରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଉଛି । ଦ୍ରାସର କାର୍ଗିଲ ଯୁଦ୍ଧ ସ୍ମାରକରେ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ସେନାମୁଖ୍ୟ ଜେନେରାଲ ବିପିନ ରାଓ୍ଵତ୍‌, ବାୟୁସେନା ମୁଖ୍ୟ ବୀରେନ୍ଦର ସିଂହ ଧାନ୍‌ଓ୍ଵା ଓ ନୌସେନା ମୁଖ୍ୟ କରମବୀର ସିଂହ ।

ଶ୍ରଦ୍ଧାଞ୍ଜଳି ଦେବା ପରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କୁ ମନେ ପକାଇଛନ୍ତି ସେନାମୁଖ୍ୟ ବିପିନ ରାଓ୍ଵତ୍‌ । ବାଜପେୟୀ ସେନା ଉପରେ ଯେଉଁ ବିଶ୍ବାସ ରଖିଥିଲେ ତାକୁ ଆମେ ପୁରା କରିଛୁ ବୋଲି ସେ କହିଛନ୍ତି । ଏହା ସହିତ ପାକ୍‌କୁ ଚେତାବନୀ ଦେଇ ସେ କହିଛନ୍ତି, ପାକିସ୍ତାନ ନିଜର ହରକତ ନବଦଳାଇଲେ ପୁଣିଥରେ ଏହାର ପରିଣାମ ଭୋଗିବାକୁ ପଡିବ ।

ଭିଡିଓ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର@ANI

ତେବେ ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିଲା । କିନ୍ତୁ ଖରାପ ପାଣିପାଗ ଯୋଗୁଁ ସେ ଶ୍ରୀନଗରରେ କାର୍ଗିଲ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ସେପଟେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଦିଲ୍ଲୀର ନେସନାଲ ୱାର ମେମୋରିଆଲରେ କାର୍ଗିଲ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।

Intro:Body:

sdfsdf

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.