ନୂଆଦିଲ୍ଲୀ: ଆତଙ୍କବାଦୀ ମୁକାବିଲାରେ ଉଲ୍ଲେଖନୀୟ ସଫଳତାକୁ ସ୍ବୀକୃତି ଦେଇ ଭାରତୀୟ ସ୍ଥଳ ସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନର୍ଭାଣେ ସୋମବାର ଏନଏସଜିର 51 ସ୍ପେଶାଲ ଆକ୍ସନ ଗ୍ରୁପକୁ ଚିଫ୍ ଆର୍ମି ଷ୍ଟାଫ ୟୁନିଟ ସମ୍ମାନରେ ସମ୍ମାନିତ କରିଛନ୍ତି । ଏହି ଗ୍ରୁପ ଭାରତୀୟ ସେନା ଠାରୁ ଶତପ୍ରତିଶତ ମାନବସମ୍ବଳ ଗ୍ରହଣ କରୁଥିବାବେଳେ ଏବଂ ତିନୋଟି ଅଶୋକ ଚକ୍ର ସମେତ ଅନେକ ଗ୍ୟାଲେଣ୍ଟ୍ରି ପୁରସ୍କାର ଅର୍ଜନ କରିଛି |
51 ସ୍ପେଶାଲ ଆକ୍ସନ ଗ୍ରୁପର ବିଭିନ୍ନ ଅପରେସନ ମଧ୍ୟରେ ଅପରେସନ ବ୍ଲାକ ଟର୍ନାଡୋ ଗୁରୁତ୍ବପୂର୍ଣ୍ଣ ଥିଲା । ଏହି ଅପରେସନ ଦ୍ବାରା ନଭେମ୍ବର 2008ରେ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ 8 ଜଣ ଆତଙ୍କବାଦୀଙ୍କୁ ମାରିବା ସହ ବହୁ ବିଦେଶୀ ନାଗରିକଙ୍କ ସମେତ 600 ରୁ ଅଧିକ ବନ୍ଧକଙ୍କୁ ମୁକ୍ତ କରିଥିଲା ସେନା ।
ଡିସେମ୍ବର 1984ରେ ଆରମ୍ଭ ପରଠାରୁ 51 ସ୍ପେଶାଲ ଆକ୍ସନ ଗ୍ରୁପ ବିଶ୍ବର ସବୁଠୁ ଶକ୍ତିଶାଳୀ ଆତଙ୍କବାଦୀ ଦମନକାରୀ ଗ୍ରୁପ ଭାବରେ ଏକ ସ୍ବତନ୍ତ୍ର ସ୍ଥାନ ବଜାୟ ରଖିଛି ।