ETV Bharat / bharat

କୋରୋନା ପାଇଁ ଚିକିତ୍ସା ଯୋଗାଉଛି 51 ସେନା ହସ୍ପିଟାଲ - କୋରୋନା ଚିକିତ୍ସା

କୋରୋନା ଲଢେଇରେ ଭାରତୀୟ ସେନା ସବୁ ସ୍ତରରେ ସାହାଯ୍ୟ କରିବାରେ ଆଗେଇ ଆସିଛି । ବର୍ତ୍ତମାନ ସେନାର 51ଟି ହସ୍ପିଟାଲ କୋରୋନା ରୋଗୀଙ୍କ ଚିକିତ୍ସା କରୁଥିବାର ସୂଚନା ମିଳିଛି ।

Armed forces
କୋରୋନା ଚିକିତ୍ସା
author img

By

Published : Apr 4, 2020, 2:05 PM IST

ନୂଆଦିଲ୍ଲୀ: କୋରୋନା ଲଢେଇରେ ଭାରତୀୟ ସେନା ସବୁ ସ୍ତରରେ ସାହାଯ୍ୟ କରିବାରେ ଆଗେଇ ଆସିଛି । ବର୍ତ୍ତମାନ ସେନାର 51ଟି ହସ୍ପିଟାଲ କୋରୋନା ରୋଗୀଙ୍କ ଚିକିତ୍ସା କରୁଥିବାର ସୂଚନା ମିଳିଛି । ଏହାସହ 5ଟି ଲ୍ୟାବ ମଧ୍ୟ ଯୋଗାଇ ଦିଆଯାଇଥିବା ସୂଚନା ଦେଇଛନ୍ତି ସେନା ଅଧିକାରୀ ।

ଦିଲ୍ଲୀର ଆର୍ମୀ ହସ୍ପିଟାଲ, ବେଙ୍ଗାଲୁରୁର ଏୟାରଫୋର୍ସ କମାଣ୍ଡୋ ହସ୍ପିଟାଲ, ପୁନେର ଆର୍ମ ଫୋର୍ସ ମେଡିକାଲ କଲେଜ, ଲକ୍ଷ୍ନୌର କମାଣ୍ଡୋ ହସ୍ପିଟାଲ ଓ ଉଧାମପୁରରେ କମାଣ୍ଡୋ ହସ୍ପିଟାଲ ମଧ୍ୟ ଏଥିରେ ସାମିଲ ଅଛି । ଏହାସହ ଅନ୍ୟ 6ଟି ହସ୍ପିଟାଲର ଭିତ୍ତିଭୂମୀ ସହ ପ୍ରସ୍ତୁତ ଥିବା ମଧ୍ଯ କୁହାଯାଇଛି । ଭାରତରେ କିଛି ଦିନ ହେବ କୋରୋନା ଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାକୁ ଲାଗିଛି । ତେବେ ଅନ୍ୟ ଦେଶ ତୁଳନାର ଭାରତରେ ସ୍ଥିତି ବର୍ତ୍ତମାନ ସ୍ଥିର ଅଛି ବୋଲି କହିପାରିବା ।

ପ୍ରତିରକ୍ଷା ମନ୍ତ୍ରଣାଳୟର ପ୍ରବକ୍ତା କହିଛନ୍ତି, ‘କୋଲକାତା, ବିଶାଖାପାଟନମ, କୋଚି, ଡୁଣ୍ଡିଗାଲ, ବେଙ୍ଗାଲୁରୁ, କାନପୁର, ଜୈସଲମେର, ଗୋରଖପୁରରେ ଆର୍ମୀ ହସ୍ପିଟାଲ ରହିଛି । ସେଠାରେ ବର୍ତ୍ତମାନ 1, 737 ଲୋକଙ୍କ ଚିକିତ୍ସା ଚାଲିଛି । ସେମାନଙ୍କ ମଧ୍ୟରୁ 403 ଜଣଙ୍କୁ ଜଲଦି ଡିସଚାର୍ଜ କରାଯିବ ’ । ଏହାସହ ଭାରତୀୟ ସେନା ଅତ୍ୟାବଶ୍ୟକ ସାମଗ୍ରୀ ଯଥା ଔଷଧ, ଚିକିତ୍ସା ଉପକରଣ ଆଦି ପରିବହନ କରିବାରେ ସହାୟତା କରୁଛି । ବିଭିନ୍ନ ଦେଶ ଗୁଡିକୁ ପ୍ରାୟ 60 ଟନର ଉପକରଣ ପରିବହନ କରାଯାଇଥିବା ପ୍ରବକ୍ତା ସୂଚନା ଦେଇଛନ୍ତି ।

28 ଫିକ୍ସ ୱିଙ୍ଗ୍, 21 ହେଲିକ୍ୟାପ୍ଟର ସହ 6ଟି ଜାହାଜ ମଧ୍ୟ ଜରୁରୀକାଳିନ ପରିସ୍ଥିତିର ସହାୟତା ପାଇଁ ସଜାଗ ରହିଛି । ତେବେ ବର୍ତ୍ତମାନ ଭାରତରେ 2902ଟି ମାମଲା ସାମ୍ନାକୁ ଆସିଥିବା ବେଳେ 68ଜଣଙ୍କ ମୃତ୍ୟୁ ହୋଇଛି ।

@PTI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.