ETV Bharat / bharat

ନିର୍ବାଚନ ପୂର୍ବରୁ ଟଳମଳ ତୃଣମୂଳ କଂଗ୍ରେସ, ବିଜେପିରେ ସାମିଲ ହେଲେ ଶାନ୍ତିପୁର ବିଧାୟକ - ଶାନ୍ତିପୁର ବିଧାୟକ

ତୃଣମୂଳ କଂଗ୍ରେସର ଆଉ ଜଣେ ବିଧାୟକ ବିଜେପିରେ ସାମିଲ ହୋଇଛନ୍ତି। ଅଧିକ ପଢନ୍ତୁ...

ନିର୍ବାଚନ ପୂର୍ବରୁ ଟଳମଳ ତୃଣମୂଳ କଂଗ୍ରେସ, ବିଜେପିରେ ସାମିଲ ହେବେ ଶାନ୍ତିପୁର ବିଧାୟକ!

author img

By

Published : Jan 20, 2021, 4:38 PM IST

Updated : Jan 20, 2021, 7:19 PM IST

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ ଆଉ ଅଳ୍ପ କେଇଦିନ ବାକି ରହିଛି । ଏହା ପୂର୍ବରୁ ଟଳମଳ ହେଉଛି ତୃଣମୂଳ କଂଗ୍ରେସ । ଗୋଟିଏ ପରେ ଗୋଟିଏ ନେତା ଛାଡୁଛନ୍ତି ଦଳ । ଆଉ ଦୋହଲିବାକୁ ଲାଗିଛି ମମତାଙ୍କ ଗଡ । ଏହାରି ମଧ୍ୟରେ ତୃଣମୂଳ କଂଗ୍ରେସର ଆଉ ଜଣେ ବିଧାୟକ ବିଜେପିରେ ସାମିଲ ହୋଇଛନ୍ତି ।

ପଶ୍ଚିମବଙ୍ଗ ନଦିଆର ଶାନ୍ତିପୁର ବିଧାନସଭା ଆସନର ବିଧାୟକ ଅରିନ୍ଦମ ଭଟ୍ଟାଚାର୍ଯ୍ୟ ବିଜେପିରେ ଯୋଗଦେଇଛନ୍ତି। ସୂଚନା ଅନୁଯାୟୀ ବିଧାୟକ ଅରିନ୍ଦମ ଭଟ୍ଟାଚାର୍ଯ୍ୟ ବୁଧବାର ଦିଲ୍ଲୀରେ ପହଞ୍ଚି ବିଜେପିର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ କୈଳାସ ବିଜୟବର୍ଗୀୟଙ୍କୁ ଭେଟିଥିଲେ । ଏହାପରେ ସେ ବିଜେପିରେ ସାମିଲ ହୋଇଛନ୍ତି ।

ବିଜେପିରେ ସାମିଲ ହେଲେ ଶାନ୍ତିପୁର ବିଧାୟକ
ବିଜେପିରେ ସାମିଲ ହେଲେ ଶାନ୍ତିପୁର ବିଧାୟକ

କେବଳ ଅରିନ୍ଦମ ଜଣେ ନୁହେଁ । ଏହା ପୂର୍ବରୁ ଅନେକ ବିଧାୟକ ଟିଏମସି ଛାଡି ବିଜେପିରେ ଯୋଗ ଦେଇସାରିଛନ୍ତି । ନିକଟରେ ପଶ୍ଚିମବଙ୍ଗର ପ୍ରବାବଶାଳୀ ନେତା ଶୁଭେନ୍ଦୁ ଅଧିକାରୀଙ୍କ ସହ ଅନେକ ଟିଏମସି ବିଧାୟକ ଦଳ ମମତାଙ୍କ ହାତ ଛାଡି ବିଜେପିରେ ଯୋଗ ଦେଇଥିଲେ ।

ସେପଟେ ନଜ ଗଡ ଦୋହଲୁଥିବା ଦେଖି ଏହାକୁ ବଞ୍ଚାଇବା ପାଇଁ ଦୁଇ ଦୁଇଟି ବିଧାନସଭା କ୍ଷେତ୍ରରୁ ନିର୍ବାଚନ ଲଢିବେ ବୋଲି ଘୋଷଣା କରିଦେଇଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଶୁଭେନ୍ଦୁଙ୍କୁ ଟକ୍କର ଦେବା ପାଇଁ ମମତା ତାଙ୍କ ଗଡ ନନ୍ଦିଗ୍ରାମରୁ ନିର୍ବାଚନ ଲଢିବେ ବୋଲି କହିଛନ୍ତି ।

Last Updated : Jan 20, 2021, 7:19 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.