ମାର୍ଚ୍ଚ ୪ ତାରିଖକୁ ଆମେ ବିଶ୍ବ ମେଦବହୁଳତା ଦିବସ ପାଳନ କରିସାରିଛୁ। ଭାରତ ସରକାରଙ୍କ ଦ୍ବାରା କରାଯାଇଥିବା ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ଭେ-୪ (ଏନଏଫଏସଏଚ-୪) ଅନୁଯାୟୀ ଭାରତର ଅଧିକାଂଶ ରାଜ୍ୟରେ ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ବିଗତ ୧୦ ବର୍ଷ ମଧ୍ୟରେ ମେଦବହୁଳତା ସାମଗ୍ରିକ ଭାବରେ ଦୁଇଗୁଣ ବୃଦ୍ଧି ପାଇଛି। ଉଦାହରଣ ସ୍ବରୂପ ପୁରୁଷମାନଙ୍କଠାରେ ଗୋଆରେ ୧୫ରୁ ୩୨ ପ୍ରତିଶତ, ତାମିଲନାଡ଼ୁରେ ୧୪ରୁ ୨୮ ପ୍ରତିଶତ, ଗୁଜରାଟରେ ୧୧ରୁ ୨୦ ପ୍ରତିଶତ, ହରିଆଣାରେ ୧୦ରୁ ୨୦ ପ୍ରତିଶତ ଓ ବିହାରରେ ଏହା ୬ରୁ ୧୨ ପ୍ରତିଶତ ବୃଦ୍ଧି ପାଇଛି। ସେହିପରି ମହିଳାମାନଙ୍କ କ୍ଷେତ୍ରରେ ଆନ୍ଧ୍ରପ୍ରଦେଶରେ ୧୭ରୁ ୩୩ ପ୍ରତିଶତ, ହିମାଚଳ ପ୍ରଦେଶରେ ୧୩ରୁ ୨୮ ପ୍ରତିଶତ, ମଣିପୁରରେ ୧୩ରୁ ୨୬ପ୍ରତିଶତ ଓ ଅରୁଣାଚଳ ପ୍ରଦେଶରେ ୮ରୁ ୧୮ ପ୍ରତିଶତ ମେଦବହୁଳତା ବୃଦ୍ଧି ପାଇଛି। ଭାରତରେ ମେଦବହୁଳତା ଯୋଗୁଁ କ୍ଷତି ହେବାର ଆଶଙ୍କା ବହୁତ ରହିଛି। ମଧୁମେହ ସହିତ ଆମେ ଏବେ ଯୁଦ୍ଧ ଭଳି ଲଢ଼ୁଛୁ ବୋଲି ସମସ୍ତେ ଜାଣିଛନ୍ତି। ଭାରତରେ ମଧୁମେହ ପାଇଁ ମେଦବହୁଳତା ବଡ ବିପଦର କାରଣ ହୋଇଛି। ୨୦୧୬ ମସିହାରେ ବିଶ୍ବର ହାରାହାରୀ ୧୯ ଜଣ ବୟସ୍କଙ୍କ ତୁଳନାରେ ଭାରତରେ ପ୍ରତି ୧୦୦ଜଣ ମେଦବହୁଳ ବୟସ୍କଙ୍କ ମଧ୍ୟରୁ (ବୟସ ୨୦ରୁ ଅଧିକ) ମଧୁମେହରେ ୩୮ ଜଣ ବୟସ୍କ ଆକ୍ରାନ୍ତ ଥିଲେ। ଯଦିଓ ୨୫ରୁ ଅଧିକ ବିଏମଆଇକୁ ମେଦବହୁଳତା ଭାବରେ ବିବେଚନା କରାଯାଏ। କିନ୍ତୁ ସେଠାରେ ଏକ ବିରାଟ ଜନସଂଖ୍ୟା ରହିଛି ଯାହା ମୋଟାପଣକୁ ଲୁଚାଇଥାଏ। ଯାହାର ଅର୍ଥ ହେଉଛି, ମୋଟାପଣକୁ ନାଁ କିନ୍ତୁ ଶରୀରର ପେଟ ଚାରିପାଖରେ ଓ ଅଣ୍ଟା ପରିସରରେ ଅଧିକ ପରିମାଣରେ ଅଧିକ ଚର୍ବି ରହିଛି। ପୁରୁଷଙ୍କର ପେଟରେ ୯୦ ସେମିରୁ ଅଧିକ ହେଲେ ଓ ମହିଳାଙ୍କର ପେଟରେ ୮୦ ସେମିରୁ ଅଧିକ ହେଲେ ଏହାକୁ ମେଦବହୁଳତା ଭାବରେ ବିବେଚନା କରାଯାଏ। ଯାହାକି ମଧୁମେହ, ଉଚ୍ଚ ରକ୍ତଚାପ, ଉଚ୍ଚ କୋଲେଷ୍ଟ୍ରଲ, ହୃଦଘାତ ଓ ଷ୍ଟ୍ରୋକ ଆଶଙ୍କାକୁ ଯଥେଷ୍ଟ ବୃଦ୍ଧି କରିଥାଏ।
ଆମେ ବର୍ତ୍ତମାନ କୋଭିଡ-୧୯ ଜୀବାଣୁ ସହିତ ଏକ ଅନୁରୂପ ଚିତ୍ର କରିବାକୁ ଚାହୁଁଛୁ। କୋଭିଡ-୧୯ ଜୀବାଣୁ ରୋକିବା ଦିଗରେ ପରିବହନ ବ୍ୟବସ୍ଥା, ଅର୍ଥନୈତିକ, ରାଜନୈତିକ, ସାମାଜିକ ଓ ଖାଦ୍ୟ ପ୍ରଣାଳୀ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ଅତିରିକ୍ତ ଭାବରେ ଅଦୃଶ୍ୟ ଜଙ୍ଗଲ ଏବଂ ପଶୁମାନଙ୍କ ସହିତ ମଣିଷ ନିକଟତର ହେବା ଫଳରେ କୋଭିଡ-୧୯ ଏବଂ ସାର୍ସ ପରି ଏହି ଜୁନୋଟିକ ଜୀବାଣୁମାନଙ୍କର ଉତ୍ପତ୍ତିରେ ଭୂମିକା ଗ୍ରହଣ କରିଛି ବୋଲି ଆମେ ଜାଣୁ। ଏଥିପାଇଁ ବ୍ୟକ୍ତିବିଶେଷକୁ ଦାୟୀ କରିବୁ ନାହିଁ ଏବଂ କରିବା ବି ଉଚିତ ନୁହେଁ। ‘ମେଦବହୁଳତା’ ପାଇଁ ମଧ୍ୟ ବ୍ୟକ୍ତିବିଶେଷଙ୍କୁ ଦୋଷ ଦେବା ବନ୍ଦ କରିବା ସହିତ ପରିବହନ, ଅର୍ଥନୈତିକ ଓ ଖାଦ୍ୟପ୍ରଣାଳୀକୁ ସଂଶୋଧନ କରିବା ଦରକାର ଯାହାକି ମେଦବହୁଳତା ଉତ୍ପତ୍ତିର ଚିରାଚରିତ କାରଣ। ସ୍ମାର୍ଟ ସହରଗୁଡ଼ିକ ମେଦବହୁଳତାକୁ ପ୍ରୋତ୍ସାହିତ କରିବା ପରିବର୍ତ୍ତେ ଏହାକୁ ରୋକିବା ଦିଗରେ କାମ କରିବା ଆବଶ୍ୟକ। ମେଦବହୁଳତାକୁ ରୋକିବା ବିଶେଷତଃ ସହରରେ ରହିଲେ ପ୍ରଦୂଷଣ ହ୍ରାସ କରିବା ସହିତ ଉଭୟ ଲାଭ ମିଳିଥାଏ। (ଘଟଣାଟି ହେଉଛି, ସମସ୍ତେ ଜାଣିବା ଉଚିତ ଯେ ବାୟୁ ପ୍ରଦୂଷଣ ମଧ୍ୟ ମେଦବହୁଳତା ପାଇଁ ବିପଦର କାରଣ।) ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଆର୍ଥିକ, ଖାଦ୍ୟ ଏବଂ କୃଷି ନୀତି ଯାହାକି ସୁସ୍ଥ ଖାଦ୍ୟ ଓ ପାନୀୟକୁ ସକ୍ଷମ କରିପାରେ। ଜୀବନ ସାରା ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଦୈନନ୍ଦିନ ଜୀବନରେ ତାଜା ଫଳ, ପନିପରିବା, ଡାଲି, ଗୋଟା ଶସ୍ୟ, ବାଦାମ, ପିସ୍ତା ଅଧିକ ଉପଲବ୍ଧ ତଥା ସୁଲଭ ବିକଳ୍ପ। ଏହାକୁ ସମସ୍ତ ସାମାଜିକ ଓ ଅର୍ଥନୈତିକ ଗୋଷ୍ଠୀ ଗ୍ରହଣ କରିବା ଆବଶ୍ୟକ। ବିଶେଷ କରି ପିଲାମାନଙ୍କ ପାଇଁ ଅସ୍ବାସ୍ଥ୍ୟକର ଖାଦ୍ୟ ଓ ପାନୀୟର ବିକ୍ରୟ ଉପରେ ଉପରେ ନିୟନ୍ତ୍ରଣ କରିବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ତେବେ ସମସ୍ତ ଯୋଜନାରେ ସହରୀ ଜଙ୍ଗଲ ଓ ସହରୀ କୃଷି ସାମିଲ କରିବା ବାଧ୍ୟତାମୂଳକ କି? ଦୈନନ୍ଦିନ ଜୀବନରେ ଶାରୀରିକ କାର୍ଯ୍ୟକଳାପ ଲୋକମାନଙ୍କର ମେଦବହୁଳତାକୁ ରୋକିବାରେ ଏକ ବଡ ଭୂମିକା ରହିଛି। ମାନ୍ୟବର ପ୍ରଧାନମନ୍ତ୍ରୀ ‘ଫିଟ ଇଣ୍ଡିଆ ଆନ୍ଦୋଳନ’ ଆରମ୍ଭ କରିଥିବାରୁ ଆମେ ତାଙ୍କୁ ପ୍ରଶଂସା ଜାରି ରଖିଛୁ। ଯେଉଁ ପରିବେଶ ଫିଟନେସ-ଫିଟ ପରିବେଶ ସୃଷ୍ଟି କରେ ତାହା ଯୋଗାଇ ଦିଆଗଲେ ଫିଟନେସ ହାସଲ କରାଯାଇପାରିବ। ଫିଟ ପରିବହନ- ଯେଉଁଥିରେ ପିଟ ପକ୍କା ଘର, ଫିଟ ରୋଡ, ଫିଟ ମନୋରଞ୍ଜନ, ଫିଟ ସ୍କୁଲ, ଫିଟ ୱାର୍କସାଇଟ ଅନ୍ତଭୁର୍କ୍ତ ହେବା ଉଚିତ। ଭାରତରେ ଫିଟନେସ ‘ମେକ ଇନ ଇଣ୍ଡିଆ’ ହେବା ଆବଶ୍ୟକ।
ଏକ ‘ଫିଟ ପରିବହନ’ରେ ଫିଟ ପକ୍କା ରାସ୍ତା ଫିଟ ରାସ୍ତା ଅନ୍ତଭୁର୍କ୍ତ ଥିଲା। ବିସ୍ତୃତ ପକ୍କାରାସ୍ତା ପ୍ରଶସ୍ତ ହୋଇ ରାମ୍ପ ସହିତ ୬ ଇଞ୍ଚରୁ ଅଧିକ ଉଚ୍ଚ ନ ହେଲେ ଏହାକୁ ଫିଟ ପକ୍କାରାସ୍ତା କୁହାଯାଇ ପାରିବ। ରାସ୍ତାର ଉଭୟ ପାର୍ଶ୍ବରେ ସବୁଜ ରଙ୍ଗର ଆବରଣ ‘ପ୍ରାକୃତିକ ଏୟାର କଣ୍ଡିସନର’ ଓ ‘ଅମ୍ଳଜାନ ସିଲିଣ୍ଡର’ ଭାବରେ କାମ କରିବା ଦରକାର, ଯାହାକି ଶିଶୁ, ମହିଳା, ଯୁବକ ଓ ବୟସ୍କମାନଙ୍କୁ ପ୍ରବଳ ଗରମରେ ଆରାମ ପ୍ରଦାନ କରିଥାଏ। ବେଞ୍ଚ ଓ ପାନୀୟ ଜଳ ପାଇଁ ୱାଟର ଫାଉଣ୍ଟେନ ସହିତ ଆରାମଦାୟକ ବାରମ୍ବାର ପଦଯାତ୍ରା ଏବଂ ଆରାମରେ ଅତିକ୍ରମ କରିବାର କ୍ଷମତା ରହିଛି। ଫିଟ ରୋଡ଼ ପାଇଁ ଅନ୍ୟାନ୍ୟ ଜରୁରୀ କଥା ହେଉଛି ସହରାଞ୍ଚଳର ରାସ୍ତାରେ ମୋଟର ଗାଡ଼ି ଚଳାଚଳ ସଂଖ୍ୟାକୁ ୧-୨ ପର୍ଯ୍ୟନ୍ତ ସୀମିତ ରଖିବା ଆବଶ୍ୟକ। ବାରମ୍ବାର ଜେବ୍ରା କ୍ରସିଂ ସହିତ ସମସ୍ତ ବୟସର ଲୋକଙ୍କ ପାଇଁ ପର୍ଯ୍ୟାପ୍ତ ସମୟ ସଂକେତ ଏବଂ ଆରାମରେ ଅତିକ୍ରମ କରିବାର ‘ଫିଟ’ ପାଇଁ ଅନ୍ୟ ଏକ ଜରୁରୀ ଆବଶ୍ୟକତା ଅଟେ। ମୋଟର ଗାଡ଼ି ଚଳାଚଳ ସଂଖ୍ୟାକୁ ୧-୨ ପର୍ଯ୍ୟନ୍ତ ସୀମିତ ରଖିବା ଦ୍ବାରା ପଦଯାତ୍ରା, ପଥଚାରୀଙ୍କ ସମ୍ମାନ ବୃଦ୍ଧି ଏବଂ ଲୋକମାନଙ୍କୁ ଅଧିକାଂଶ ଦିନ ଚାଲିବା, ସାଇକେଲ ଏବଂ ପାଦରେ ରହିବାକୁ ଆକର୍ଷିତ କରିଯାଏ। ଏହା ସମାନତା, ନୈତିକତା ଏବଂ ନ୍ୟାୟକୁ ମଧ୍ୟ ସମର୍ଥନ କରେ। (ଆମେ ବର୍ତ୍ତମାନ ବହୁ-ଗାଡ଼ି ରାସ୍ତାକୁ ଅନୁମତି ଦେବା ଆବଶ୍ୟକ) ଫିଟ ପରିବହନ ମଧ୍ୟ ଗୁଣବତ୍ତା, ପର୍ଯ୍ୟାପ୍ତ କ୍ଷମତା ଥିବା ସର୍ବସାଧାରଣ ପରିବହନ ବ୍ୟବସ୍ଥା ଆବଶ୍ୟକ ଯାହାକି ଉପଭୋକ୍ତାମାନଙ୍କ ମଧ୍ୟରେ ଫିଟନେସ ବୃଦ୍ଧି କରିବାରେ ଜଣାଶୁଣା। ସର୍ବସାଧାରଣ ପରିବହନ ବ୍ୟବସ୍ଥାକୁ ବ୍ୟବହାର କରୁଥିବା ଲୋକମାନେ ପ୍ରତ୍ୟେକ ଦିନ ୮ରୁ ୩୩ ମିନିଟ ପର୍ଯ୍ୟନ୍ତ ଅଧିକ ଚାଲନ୍ତି। ସବୁ ପ୍ରକାର ମନୋରଞ୍ଜନ ଓ ଫିଟନେସ ପାଇଁ ପ୍ରତ୍ୟେକ ବୟସ ବର୍ଗର ଲୋକଙ୍କୁ ଫିଟନେସ ଅନୁସନ୍ଧାନ କରିବାକୁ ଉତ୍ସାହିତ କରିବାକୁ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ୦.୪ ମିଟର ବ୍ୟାସର୍ଦ୍ଧରେ ସହରୀ ଜଙ୍ଗଲ/ବଡ ପାର୍କ ଆବଶ୍ୟକ। ଫିଟ କୋଠାଗୁଡିକ ପାଇଁ ପର୍ଯ୍ୟାପ୍ତ ସେଟ-ଅଫ, ସବୁଜ ବଳୟ, ଗଛ, ରେଲିଂ ସହିତ ବ୍ୟାପକ ଆରାମଦାୟକ ପାହାଚ ଉପରେ ଗୁରୁତ୍ବ ଦେଇ ଅନ୍ୟ ଆକର୍ଷଣ ସହିତ ‘ସେଣ୍ଟର ପଏଣ୍ଟ’ (କୋଠାର ପଛପଟେ) ଆବଶ୍ୟକ। ଫିଟ ସାମାଜିକ ମାନଦଣ୍ଡ ଅନୁସାରେ ଚାଲିବା ପାଇଁ ସାମାଜିକ ଦୃଷ୍ଟିରୁ ଫିଟନେସ ଲକ୍ଷ୍ୟ ରଖାଯାଇଥାଏ। ଭାରତର ସମସ୍ତ ସହର ଓ ଗ୍ରାମାଞ୍ଚଳରେ ସୁଯୋଗ ରହିଥିବା କଳା ଏବଂ ସାଂସ୍କୃତିକ କେନ୍ଦ୍ର ତଥା ନୃତ୍ୟ ବିଦ୍ୟାଳୟଗୁଡିକ ସମସ୍ତ ବୟସ ବର୍ଗରେ ଫିଟନେସ ଏବଂ ଫିଟ-ମନୋରଞ୍ଜନକୁ ପ୍ରୋତ୍ସାହିତ କରିବେ। ଫିଟ ବିଦ୍ୟାଳୟଗୁଡିକ ବଡ ଖେଳ ପଡିଆ ଏବଂ ସୁବିଧା, ନୃତ୍ୟ ସୁବିଧା, ଶିକ୍ଷକ, ପ୍ରୋତ୍ସାହନ ସହିତ ଖେଳ ଓ ନୃତ୍ୟରେ ଅଂଶ ଗ୍ରହଣ କରିବା ପାଇଁ ବାଧ୍ୟତାମୂଳକ ଶାରୀରିକ ତାଲିମ ଏବଂ ନୃତ୍ୟ ଅବଧି ଆବଶ୍ୟକ କରନ୍ତି। ଫିଟ-ୱାର୍କସାଇଟସଗୁଡ଼ିକ ସେମାନଙ୍କର ନିର୍ମିତ ପରିବେଶ ଓ ନୀତି ମାଧ୍ୟମରେ ଶାରୀରିକ କାର୍ଯ୍ୟକଳାପକୁ ସମର୍ଥନ କରିବା ଆବଶ୍ୟକ କରନ୍ତି। ଫିଟନେସ ବୟସ ସମ୍ବେଦନଶୀଳ ହେବା ସହିତ ଅକ୍ଷମମାନଙ୍କ ପାଇଁ ସହାୟକ ହେବା ଭଳି ଡିଜାଇନ ହେବା ଆବଶ୍ୟକ। ଏହା କରିବା ଦ୍ବାରା ଆମ ଦୃଷ୍ଟିକୋଣ ଏବଂ ଅନୁସରଣରେ ପ୍ରକୃତରେ ସମାନ ଭାବରେ ବିକଶିତ ହୋଇପାରିବ।
https://www.ncbi.nlm.nih.gov/pubmed/31701653( this is the recent built environment)
https://www.ncbi.nlm.nih.gov/pubmed/30700377( syndemic)
https://www.ncbi.nlm.nih.gov/pubmed/30212081
ଲେଖିକା-ଡ. ସିଫାଲିକା ଗୋଏଙ୍କା
ବି.ଦ୍ର:( ସିଫାଲିକା ଗୋଏଙ୍କା ଜଣେ ଶାରୀରିକ କର୍ମକର୍ତ୍ତା ଓ ମେଦବହୁଳତା ନିରାକରଣ ଅନୁସନ୍ଧାନକାରୀ ତଥା ବିଶେଷଜ୍ଞ। ସେ ପବ୍ଲିକ ହେଲଥ ଫାଉଣ୍ଡେସନ ଅଫ୍ ଇଣ୍ଡିଆର ଜଣେ ପ୍ରଫେସର। ଏହା ତାଙ୍କର ନିଜସ୍ବ ମତ।)