ETV Bharat / bharat

ଜାମିନ ପାଇବାକୁ ଏସଡିଏମଙ୍କ ସବୁଜ ଦଣ୍ଡ - ବୃକ୍ଷ ରୋପଣ

ଉତ୍ତରପ୍ରଦେଶ ବାନ୍ଦା ଜିଲ୍ଲାରେ ବୃକ୍ଷରୋପଣକୁ ନେଇ ନରୈନି ଉପଜିଲ୍ଲା ମାଜିଷ୍ଟ୍ରେଟଙ୍କ ଦ୍ବାରା ଆରମ୍ଭ ହୋଇଛି ନିଆରା "ସବୁଜ ଦଣ୍ଡ" । ଦୋଷୀଙ୍କୁ ବୃକ୍ଷରୋପଣ ସହ ସଂରକ୍ଷଣ କରିବା ସର୍ତ୍ତରେ କୋର୍ଟରୁ ଅଭିଯୁକ୍ତଙ୍କୁ ଜାମିନ ଦିଆଯାଉଛି ।

ପ୍ରତୀକାତ୍ମକ ଫଟୋ
author img

By

Published : Aug 30, 2019, 7:08 AM IST

ବାନ୍ଦା: ବୃକ୍ଷ ରୋପଣ କରିବାକୁ ନିଆରା ଦଣ୍ଡବିଧାନ । ଉତ୍ତରପ୍ରଦେଶ ବାନ୍ଦା ଜିଲ୍ଲାରେ ବୃକ୍ଷରୋପଣକୁ ନେଇ ନରୈନି ଉପଜିଲ୍ଲା ମାଜିଷ୍ଟ୍ରେଟଙ୍କ ଦ୍ବାରା ଆରମ୍ଭ ହୋଇଛି ନିଆରା "ସବୁଜ ଦଣ୍ଡ " । ଏହି ନିୟମ ଅନ୍ତର୍ଗତ ବୃକ୍ଷରୋପଣ ସହ ସଂରକ୍ଷଣ ସର୍ତ୍ତରେ କୋର୍ଟରୁ ଅଭିଯୁକ୍ତଙ୍କୁ ଜାମିନ ଦିଆଯାଉଛି । ଆଉ ଏହି ଅଭିଯାନରେ 5ଶହ ଗଛ ମଧ୍ୟ ଲଗା ହୋଇସାରିଛି ।

ବୃକ୍ଷରୋପଣର ଏହି ଅଭିନବ ପ୍ରୟାସ ଆରମ୍ଭ କରିଥିବା ଉପଜିଲ୍ଲା ମାଜିଷ୍ଟ୍ରେଟ ଜଣକ ହେଲେ ବନ୍ଦିତା ଶ୍ରୀବାସ୍ତବ । ସେ ଗୁରୁବାର କହିଛନ୍ତି ଯେ ପୋଲିସଥାନାରେ ଶାନ୍ତି ଭଙ୍ଗ କରି କରିବା ମାମଲାରେ ସିଆରପିସିର ଧାରା 107/116/151 ଅଧିନରେ ଗିରଫ ହୋଇଥିବା ବ୍ୟକ୍ତିଙ୍କୁ ଜାମିନ ପାଇବାକୁ ହେଲେ ନିଜ ଗାଁ କିମ୍ବା ନିଜ ସୁବିଧା ଅନୁସାରେ ଯେକୌଣସି ସ୍ଥାନରେ 5ଟି ବୃକ୍ଷରୋପଣ କରିବେ। ଏହି ସର୍ତରେ ତାଙ୍କୁ କୋର୍ଟରୁ ଜାମିନ ମିଳିବ ।

ସେହି 5ଟି ବୃକ୍ଷକୁ ଲଗାଇବା ପରେ ଆସନ୍ତା 6 ମାସ ଯାଏଁ ଦେଖାରେଖା କରିବାକୁ କୁହାଯାଇଛି । 5ଟି ଚାରାରୋପଣ କରିବା ସହ 6 ମାସ ଯାଏଁ ବୃକ୍ଷର ଯତ୍ନ ନେବାକୁ ହୁଏ ।

ଏହାକୁ ନେଇ ବନ୍ଦିତା କହିଛନ୍ତି ଯେ ପଖୱାଡେରେ ପାଖାପାଖି 5ଶହ ବୃକ୍ଷରୋପଣ କରାଯାଇସାରିଲାଣି । ଯାହାର ପ୍ରମାଣ ସ୍ବରୂପ ଜାମିନଦାର ବ୍ୟକ୍ତିଙ୍କୁ ଆସନ୍ତା ଶୁଣାଣି ତାରିଖରେ ସେ ଲଗାଇଥିବା ବୃକ୍ଷ ସହ ସେଲଫି ନେବା ସମ୍ବନ୍ଧରେ କୁହାଯାଇଛି । ତେବେ କେବଳ ବୃକ୍ଷରୋପଣ କଥାରେ ଯଦି ବ୍ୟକ୍ତି ଜଣକ ମନା କରିଦିଏ । ତେବେ ସେ ଜାମିନ ପାଇବାକୁ ବିବେଚିତ ହେବେ କି ନାହିଁ ପ୍ରଶ୍ନରେ ମାଜିଷ୍ଟ୍ରେଟ ଉତ୍ତର ଦେବାକୁ ଯାଇ କହିଛନ୍ତି ଯେ ଏଭଳି ବ୍ୟକ୍ତିଙ୍କୁ ପରେ ଆଲୋଚନା ମାଧ୍ୟମରେ ରାଜି କରାଯାଉଛି ।

ତେବେ ଏଭଳି ଅନେକ ଅଭିଯୁକ୍ତ ମଧ୍ୟ ରହିଛନ୍ତି । ଯେଉଁମାନଙ୍କ ପାଖରେ ବୃକ୍ଷରୋପଣ ପାଇଁ ନିଖର ଜମି ନାହିଁ । ସେଭଳି କ୍ଷେତ୍ରରେ ବ୍ୟକ୍ତି ଜଣକ ସାର୍ବଜାନିକ ଭୂମି ଯେପରିକି ବିଦ୍ୟାଳୟ, ପୋଖରୀର ଚତୁଃର୍ପାଶ୍ବରେ ବୃକ୍ଷରୋପଣ କରିପାରିବେ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.