ନୂଆଦିଲ୍ଲୀ : ବିକ୍ରି ହେଲା ଆପଲର ପ୍ରଥମ କମ୍ପ୍ୟୁଟର । 3.2 କୋଟି ଟଙ୍କାରେ ବିକ୍ରି ହୋଇଛି ଆପଲ କମ୍ପାନୀର ପ୍ରଥମ କମ୍ପ୍ୟୁଟର । ଆପଲର ଜଣେ ବଡ ଫ୍ୟାନ ଏହି କମ୍ପ୍ୟୁଟର କିଣିଥିବା ଖବର ମିଳିଛି ।
ଏବେ ବି ଏହି କମ୍ପ୍ୟୁଟରଟି ଠିକ ଭାବେ ଚାଲୁଛି । ଏମଓଏସ ଟେକ୍ନୋଲୋଜି 6502 ମାଇକ୍ରୋପ୍ରୋସେସର ଏବଂ 8କେବି ରାମ ରହିଛି । ଆପଲର ଏହି କମ୍ପ୍ୟୁଟର 43 ବର୍ଷ ପୂର୍ବେ ରିଲିଜ ହୋଇଥିଲା । ସେହି ସମୟରେ ପାଖାପାଖି 200 କମ୍ପ୍ୟୁଟର ତିଆରି କରାଯାଇଥିଲା । ସେ ଭିତରୁ ବର୍ତ୍ତମାନ ଆଉ 80ଟି ଏବେ ରହିଛି ।
ଏହି କମ୍ପ୍ୟୁଟର କିଣିଥିବା ବ୍ୟକ୍ତିଙ୍କୁ ଗୋଟିଏ ପ୍ରିଣ୍ଟର ଏବଂ କିବୋର୍ଡ ମଧ୍ୟ ଦିଆଯାଇଛି । ଏଥିରେ ଅନ୍ୟ କମ୍ପ୍ୟୁଟର ଭଳି ସମସ୍ତ ସିଷ୍ଟମ ରହିଛି ।