ନୂଆଦିଲ୍ଲୀ: ଦେଶ ସଂକଟ ଦେଇ ଗତି କରୁଛି । ସଂକଟ ସମୟରେ ସମସ୍ତଙ୍କୁ ସଞ୍ଜମତା ରକ୍ଷା କରିବାକୁ ପଡିବ । ଉପୁଜିଥିବା ସମସ୍ୟାକୁ ଦେଶବାସୀ ଏକତ୍ରିତ ହୋଇ ଲଢେଇ କରୁଛନ୍ତି । ସମସ୍ତଙ୍କ ସହଯୋଗରେ ସମସ୍ତ କଠିନ ପରିସ୍ଥିତିକୁ ଆମେ ମୁକାବିଲା କରିପାରିବା ।
ଏହି ସମୟରେ ଅନ୍ତତଃ ସମସ୍ତ ସାଂସଦ ସରକାରଙ୍କୁ କୋରୋନା ମୁକାବିଲା ପାଇଁ ଏକତ୍ରିତ ହୋଇ ସହଯୋଗ କରିବାର ଆବଶ୍ୟକତା ଅଛି । ମହାମାରୀ କୋରୋନା ମୁକାବିଲା ପାଇଁ ସରକାରଙ୍କୁ ଛୋଟିଆ ସହଯୋଗ କରି ସାଂସଦ ପାଣ୍ଠିରୁ ଏକ କୋଟି ଲେଖାଏଁ ଖର୍ଚ୍ଚ କରିବାକୁ ରାଜ୍ୟସଭା ସାଂସଦଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଉପ-ରାଷ୍ଟ୍ରପତି ଏମ ଭେଙ୍କେୟା ନାଇଡୁ ।
ସୂଚନା ଯୋଗ୍ୟଯେ ମହାମାରୀ କୋରୋନା ମୁକାବିଲା ପାଇଁ ସରକାରୀ ପାଣ୍ଠିକୁ ଅନେକ ରାଜନେତା ଦରମା ଦାନ କରୁଛନ୍ତି ।
ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ