ହାଇଦ୍ରାବାଦ: ଭାରତ-ଚୀନ୍ ସୀମା ବିବାଦ ପରେ ଚାଇନା ବିରୋଧରେ ଆନ୍ଦୋଳନ ତୀବ୍ରତର ହେବାରେ ଲାଗିଛି । ଚୀନର ସାମଗ୍ରୀକୁ ବୟକଟ୍ କରିବା ପାଇଁ ଦାବି ହୋଇଆସୁଛି । ନିକଟରେ କିଛି ବ୍ୟକ୍ତି ଚାଇନାର ଟିଭି ଭାଙ୍ଗୁ ଥିବାର ଦୃଶ୍ୟ ମଧ୍ୟ ସୋସିଆଲ ମିଡିଆରେ ଦେଖିବାକୁ ମିଳଥିଲା ।
ତେବେ ଭାରତରେ ଚାଇନାର ସାମଗ୍ରୀ ସଂଖ୍ୟା ଏତେ ଅଧିକ ଯେ କେଉଁ ଦ୍ରବ୍ୟ ଚାଇନାର ଏବଂ କେଉଁଟି ନୁହେଁ ତାହା ଆକଳନ କରିବା କଷ୍ଟକର । କିନ୍ତୁ ଆପଣ ଏହା ବିଷୟରେ ନିଜ ଫୋନରୁ ହିଁ ଜାଣିପାରିବେ । ଜାଣିବା ପାଇଁ ପଢନ୍ତୁ..
କେଉଁ ଆଇଟମ୍ ଚାଇନା ଏବଂ କେଉଁଟି ନୁହେଁ ଆପଣଙ୍କୁ ଏହା ଏକ ଆପ୍ ସାହାଯ୍ୟରେ ଜାଣି ପାରିବେ । ଏହି ଆପର ନାମ ହେଉଛି ମେଡ୍ ଇନ୍ ଇଣ୍ଡିଆ ଏବଂ ଆପଣ ଏହାକୁ ଗୁଗୁଲ୍ ପ୍ଲେ-ଷ୍ଟୋରରୁ ମାଗଣାରେ ଡାଉନଲୋଡ୍ କରିପାରିବେ । ଏହି ଆପ୍ ନିକଟରେ ଜୁନ୍ 12ରୁ ପ୍ଲେ ଷ୍ଟୋରରେ ଉପଲବ୍ଧ ହୋଇଛି । ଏହି ଆପ୍ ଗୁରୁଗ୍ରାମର ଏକ କମ୍ପାନୀ ଦ 91 ଆପସ୍ ଦ୍ବାରା ପ୍ରସ୍ତୁତ କରାଯାଇଛି ।
ବାରକୋଡ୍ ସାହାଯ୍ୟରେ ଏହି ଆପ୍ କାମ କରିଥାଏ । ଏହି କୋଡ ସାହାଯ୍ୟରେ ହିଁ ଏହା ଜଣାପଡିବ ଯେ, ସାମଗ୍ରୀ ଉତ୍ପାଦନ କରୁଥିବା କମ୍ପାନୀ କେଉଁ ଦେଶର । ଏହି ଆପ୍ ଡାଉନଲୋଡ୍ କରିବା ପରେ ଏହାକୁ ଫୋନର କ୍ୟାମେରାରେ ଏକ୍ସେସ କରାଇବାକୁ ହବେ । ଏହାପରେ, ଆପଣ ସେହି ସାମଗ୍ରୀର ବକ୍ସରେ ଦିଆଯାଇଥିବା ବାରକୋଡ୍ ସ୍କାନ୍ କରନ୍ତୁ । ଏହା ଆପଣଙ୍କୁ କେଉଁ ଦେଶର ପ୍ରଡକ୍ଟ ତାହା ଜାଣିବାରେ ସାହାଯ୍ୟ କରିବ । ଆପରେ ବାରକୋଡ୍ ଏଣ୍ଟ୍ରି କରାଇବା କ୍ଷଣି ହିଁ ଏହା କେଉଁ ଦେଶରେ ନିର୍ମିତ ଏହାର ସୂଚନା ଆପଣଙ୍କୁ ତୁରନ୍ତ ମିଳିଯିବ ।
ସୂଚନାଯୋଗ୍ୟ, ଯେତେବେଳେ କୌଣସି ପ୍ରଡକ୍ଟ ପ୍ୟାକେଜିଂ ହୁଏ ଏହା ଉପରେ ଏକ ବାରକୋଡ୍ ଦିଆଯାଏ । ଯେଉଁଥିରେ ସେହି ଦେଶର ସମ୍ପର୍କରେ ସୂଚନା ରହିଥାଏ ।